ମୁମ୍ବାଇ ୩୦/୦୭ : ଶେର୍ଲିନ୍ ଚୋପ୍ରା ବର୍ତ୍ତମାନ ଚର୍ଚ୍ଚାରେ । ରାଜ୍ କୁନ୍ଦ୍ରାଙ୍କ ଅଶ୍ଳୀଳ ଫିଲ୍ମ ମାମଲାରେ ଶେର୍ଲିନ୍ ଚୋପ୍ରା ପୋଲିସର ସାକ୍ଷୀ ହୋଇଛନ୍ତି। ସେ କୋର୍ଟରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ସାକ୍ଷୀ ଦେବାକୁ ଯାଉଛନ୍ତି ବୋଲି ଜଣାପଡିଛି। ଆଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶେର୍ଲିନ୍ ଚୋପ୍ରାଙ୍କ ଏଣ୍ଟ୍ରୀ ଠାରୁ ଆରମ୍ଭ କରି ତାଙ୍କ ଟ୍ରାନ୍ସଫର୍ମେସନ ପର୍ଯ୍ୟନ୍ତ, ଅନେକ ରହସ୍ୟ ରହିଛି ଯାହା ଲୋକମାନେ ଜାଣନ୍ତି ନାହିଁ । ଚାଲନ୍ତୁ ଜାଣିବା ସେ ବିଷୟରେ…
ଦୀର୍ଘ ଦିନ ଧରି ଶେର୍ଲିନ୍ ଚୋପ୍ରାଙ୍କୁ ନେଇ ପ୍ଲାଷ୍ଟିକ୍ ସର୍ଜରୀର ଗୁଜବ ଉଡୁଥିଲା । ଏହାକୁ ନେଇ ସେ ନିଜ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରି କହିଥିଲେ ଯେ ତାଙ୍କ ଯାତ୍ରା କିପରି ରହିଛି ତାହା ତାଙ୍କ ଫ୍ୟାନ୍ସଙ୍କ ସହ ସେୟାର କରିବାକୁ ଚାହୁଁଛନ୍ତି । ଶେର୍ଲିନ୍ ଏକ ଇଣ୍ଟରଭ୍ୟୁରେ ମଧ୍ୟ ଏହା ସ୍ୱୀକାର କରିଛନ୍ତି ଯେ ସେ ନିଜର ସର୍ଜରୀ କରାଇଛନ୍ତି ।
ସର୍ଜରୀ ପୂର୍ବରୁ ଫଟୋଗୁଡିକରେ ଶେର୍ଲିନଙ୍କୁ ଚିହ୍ନିବା ବହୁତ କଷ୍ଟସାଧ୍ୟ । ସେହି ସମୟରେ, ତାଙ୍କ ଫ୍ୟାନ୍ସମାନେ ଏହା ବିଶ୍ୱାସ କରିବାକୁ ମନା କରିଦେଇଥିଲେ ଯେ ଫଟୋରେ ଦେଖାଯାଇଥିବା କ୍ୟୁଟ୍ ଝିଅଟି ଶେର୍ଲିନ୍ ବୋଲି। ସର୍ଜରୀ ବିଷୟରେ ଶେର୍ଲିନ୍ କହିଛନ୍ତି, ‘ କସମେଟିକ୍ ସର୍ଜରୀରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଶକ୍ତି ଅଛି।’
ସେ କହିଛନ୍ତି, ‘ପ୍ରଥମେ ମୁଁ କଣ୍ଟାକ୍ଟ ଲେନ୍ସ ଲଗାଇଥିଲି। ତା’ପରେ ମୁଁ ମୋର ଫ୍ଲାଟ୍ ବ୍ରେଷ୍ଟ୍ ସହିତ ବିରକ୍ତ ହୋଇଗଲି, ତେଣୁ ମୁଁ ଇମ୍ପ୍ଲାଣ୍ଟ୍ କରିନେଲି । ଗୋଟିଏ ଜିନିଷ ପରେ ଆଉଗୋଟିଏ ହେଲା ଏବଂ ତା’ପରେ ମୋର ଟ୍ରାନ୍ସଫର୍ମେସନ୍ ଜବରଦସ୍ତ ।
ଶେର୍ଲିନ୍ ରାଜ କୁନ୍ଦ୍ରାଙ୍କ ଉପରେ ତାଙ୍କ ଆଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିଥିବାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କର ଏହି ଇଣ୍ଡଷ୍ଟ୍ରିକୁ ଆସିବାର ଏକମାତ୍ର କାରଣ କୁନ୍ଦ୍ରା । ସେ ରାଜ କୁନ୍ଦ୍ରାଙ୍କ ସହ କାମ କରୁଥିଲେ । ଯାଞ୍ଚରୁ ଜଣାପଡିଛି ଯେ ଶେର୍ଲିନଙ୍କୁ ଗୋଟିଏ ଫିଲ୍ମ ପାଇଁ ୩୦ ଲକ୍ଷ ଟଙ୍କା ଦିଆଯାଉଥିଲା । ସେ ଏପର୍ଯ୍ୟନ୍ତ ରାଜ କୁନ୍ଦ୍ରାଙ୍କ ସହିତ ୧୫ ରୁ ୨୦ ଟି ପ୍ରୋଜେକ୍ଟରେ କାମ କରିସାରିଛନ୍ତି । ଶେର୍ଲିନଙ୍କ ବ୍ୟତୀତ ପୁନମ ପାଣ୍ଡେ ମଧ୍ୟ ରାଜ କୁନ୍ଦ୍ରାଙ୍କୁ ଆଡଲ୍ଟ ଇଣ୍ଡଷ୍ଟ୍ରିରେ ଆସିବାର କାରଣ କହିଛନ୍ତି ।

