ରାଜ୍ୟ ସ୍ପେଶାଲ ରିପୋର୍ଟ

କଟକ ବଡ଼ ମେଡିକାଲରେ ଅଭାବନୀୟ ଦୃଶ୍ୟ: ଷ୍ଟ୍ରେଚର୍‌ରେ ସିଲିଣ୍ଡର, କାନ୍ଧରେ ରୋଗୀ

କଟକ : କଟକ ବଡ଼ ମେଡିକାଲ (ଏସ୍‌ସିବି)ରେ ଦୁଇଟି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୋଟିଏପଟେ ଷ୍ଟ୍ରେଚର୍‌ରେ ସାଲାଇନ୍, ଅକ୍ସିଜେନ ସିଲିଣ୍ଡର ଆଉ ଔଷଧ ବୁହାଯାଉଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ ରୋଗୀଙ୍କୁ ତାଙ୍କ ସଂପର୍କୀୟମାନେ କୋଳେଇ, କାଖେଇ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେଉଛନ୍ତି। ଶୁକ୍ରବାର ଦିନ ଏସ୍‌ସିବିର କାଜୁଆଲିଟିରେ ଜଣେ ଗୁରୁତର ମହିଳାଙ୍କୁ ତାଙ୍କ ସ୍ବାମୀ ଆଉ ଝିଅକୁ ବାପା ବୋହି ନେଉଥିବାର ଦେଖିବାକୁ ମିଳିଛି। ଏହି ଦୃଶ୍ୟ ବଡ଼ ମେଡିକାଲ ପରିସରରେ ଜନମାନସକୁ ଆନ୍ଦୋଳିତ କରିଛି। ଏସ୍‌ସିବିରେ ପର୍ଯ୍ୟାପ୍ତ ପରିମାଣର ଷ୍ଟ୍ରେଚର୍‌ ଓ ହ୍ବିଲ୍‌ଚେୟାର୍‌ ଥାଇ ମଧ୍ୟ ରୋଗୀମାନେ ଯେ ଏହାର ସୁବିଧା ପାଉନାହାନ୍ତି, ଏହି ଘଟଣାରୁ ସ୍ପଷ୍ଟ ହୋଇଛି।

ସୂଚନା ଅନୁସାରେ, ଏସ୍‌ସିବିରେ ଦୁଇଟି କାଜୁଆଲିଟି ରହିଥିବାବେଳେ ସେଥିରେ ୫୦ରୁ ଅଧିକ ଷ୍ଟ୍ରେଚର ଓ ହ୍ବିଲ୍‌ ଚେୟାର ରହିଛି। କିନ୍ତୁ, ବାରମ୍ବାର ଏହା ହଜିଯାଉଥିବା ଆଳରେ କାଜୁଆଲିଟିରେ ଏହାର ଦାୟିତ୍ବରେ ଥିବା କର୍ମଚାରୀ ଷ୍ଟ୍ରେଚର, ହ୍ବିଲ୍‌ ଚେୟାରକୁ ତାଲା ପକାଇ ରଖୁଛନ୍ତି। ହଠାତ୍‌ ଜଣେ ଗୁରୁତର ରୋଗୀଙ୍କୁ ଡାକ୍ତର ବିଭିନ୍ନ ପରୀକ୍ଷା ପାଇଁ ପଠାଉଥିବାବେଳେ ସେମାନଙ୍କୁ ଷ୍ଟ୍ରେଚର ମିଳୁନି। ଏପଟେ ନନ୍‌ଟ୍ରମା କାଜୁଆଲିଟିରେ ଇସିଜିକୁ ବାଦ୍‌ଦେଲେ ଅନ୍ୟ କୌଣସି ପରୀକ୍ଷା ହେଉ ନଥିବାରୁ ରୋଗୀ ସବୁ ପରୀକ୍ଷା ପାଇଁ ବାଧ୍ୟ ହୋଇ ନିଦାନ ଓ ରଞ୍ଜନରଶ୍ମି ବିଭାଗ ଉପରେ ନିର୍ଭର କରୁଛନ୍ତି। କିନ୍ତୁ, ସେଠି ରୋଗୀଙ୍କୁ ଷ୍ଟ୍ରେଚର୍‌, ହ୍ବୁଇଲ ଚେୟାର ମିଳୁ ନଥିବାରୁ ବାଧ୍ୟହୋଇ ସଂପର୍କୀୟମାନେ ରୋଗୀଙ୍କୁ ବୋହିବୋହି ନେଉଛନ୍ତି।

ଏ ସଂପର୍କରେ ଏସ୍‌ସିବି ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି ଯେ ଏଭଳି ଘଟଣାର ଖବର ତାଙ୍କ ପାଖରେ ନାହିଁ। କାଜୁଆଲିଟିରେ ଷ୍ଟ୍ରେଚର୍‌, ହ୍ବିଇଲ ଚେୟାର କିପରି ସହଜରେ ରୋଗୀଙ୍କୁ ମିଳିବ ସେ ନେଇ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ତେବେ, ଏସ୍‌ସିବିରେ ପର୍ଯ୍ୟାପ୍ତ ପରିମାଣର ଷ୍ଟ୍ରେଚର୍‌ , ହ୍ବୁଇଲ ଚେୟାର ରହିଛି ବୋଲି କର୍ତ୍ତୃପକ୍ଷ ଦାବି କରୁଥିବା ବେଳେ ସମନ୍ବୟ ଅଭାବରୁ ଷ୍ଟ୍ରେଚରରୁମ୍‌ ଚାବି ପଡ଼ିରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।