ଖେଳ ରାଜ୍ୟ

କଟକରେ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ! ଭେନ୍ୟୁରେ ବାରବାଟୀ ନାଁ ପରେ ଚର୍ଚ୍ଚା ଜୋର୍

ନୂଆଦିଲ୍ଲୀ ୦୨/୦୮: ଲିଜେଣ୍ଡସ ଲିଗ୍‌ କ୍ରିକେଟ୍‌ (ଏଲଏଲ୍‌ସି) କ୍ରିକେଟ୍‌ ଲିଗର ଦ୍ୱିତୀୟ ସଂସ୍କରଣ ଆସନ୍ତା ସେପ୍ଟେମ୍ବର ମାସ ୧୭ ତାରିଖରୁ ଆରମ୍ଭ ହେବ । ମୋଟ୍‌ ୫ଟି ସହରରେ ଏହି ଲିଗ୍‌ ଖେଳାଯିବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଜଣା ପଡ଼ିଛି । କୋଲକାତା, ଲକ୍ଷ୍ନୌ ଦିଲ୍ଲୀ, ଯୋଧପୁର ଏବଂ କଟକ କିମ୍ବା ରାଜକୋଟ ଏହି ତାଲିକାରେ ରହିଛନ୍ତି । ଏ ପର୍ଯ୍ୟନ୍ତ ଏଲ୍‌ଏଲସି ପକ୍ଷରୁ ଏ ବିଷୟରେ ଅଫିସିଆଲ ଘୋଷଣା କରାଯାଇ ନାହିଁ ।

ଏଲଏଲ୍‌ସି ଭେନ୍ୟୁ ତାଲିକାରେ କଟକ ବାରବାଟୀ ଷ୍ଟାଡ଼ିୟମ୍‌ ନାମ ଚର୍ଚ୍ଚା ହେବା ପରେ ଆମେ ଏ ବିଷୟରେ ଜାଣିବା ପାଇଁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନର ଜଣେ ବରିଷ୍ଠ ଅଧିକାରୀଙ୍କ ମତାମତ ଲୋଡ଼ିଥିଲୁ । କିନ୍ତୁ ସେ କହିଥିଲେ, ବର୍ତ୍ତମାନ ସୁଦ୍ଧା ଏ ବିଷୟରେ ଆମ ପାଖରେ କିଛି ଖବର ନାହିଁ ।’ ମୋଟ୍‌ ୫୩ ଜଣ ଖେଳାଳି ଏଲଏଲ୍‌ସିରେ ଖେଳିବା ନେଇ ସମ୍ମତି ପ୍ରକାଶ କରିଥିବା ଜାଣିବାକୁ ମିଳିଛି ।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଦୀର୍ଘ ଦିନ ପରେ ପୁଣି ଥରେ କ୍ରିକେଟ୍‌ ମଇଦାନକୁ ଫେରିବେ । ଇୟନ ମୋର୍ଗାନ, ବୀରେନ୍ଦ୍ର ସେହ୍ୱାଗ, ମୁଥୟା ମୁରଲୀଦରନ,ମିଶବା-ଉଲ-ହକ, ଜଣ୍ଟି ରୋଡ୍‌, ମିଚେଲ ଜନସନ, ବ୍ରେଟ୍‌ ଲି, ସେନ ୱାଟସନ୍‌, ଡେଲ ଷ୍ଟେନ୍‌ ଓ ରୋସ ଟେଲର ଲିଗରେ ଖେଳିବେ ବୋଲି ଜଣା ପଡ଼ିଛି । ଏଲଏଲ୍‌ସି ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇ ଅକ୍ଟୋବର ୮ରେ ଶେଷ ହେବ । ଏହାର ପ୍ରଥମ ସଂସ୍କରଣ ମସ୍କଟରେ ଖେଳାଯାଇଥିଲା । ମୋଟ୍‌ ୩ଟି ଦଳ ଏଥିରେ ଭାଗ ନେଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ