ଅପରାଧ ରାଜ୍ୟ

କଟକରେ ପୋକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

କଟକ: କଟକରୁ ଆତ୍ମହତ୍ୟାର ଏକ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ପୋକ୍ସୋ କୋର୍ଟର ବିଚାରପତି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ନିଜ ଜୀବନ ହାରିଥିବା ବିଚାରପତି ହେଉଛନ୍ତି ସୁବାସ କୁମାର ବିହାରୀ । ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ଜଣା ପଡିଛି। ସିଡିଏର ଏକ ଘରୋଇ ଡାକ୍ତରଖାନା ତାଙ୍କୁ ମୃତ ଘୋଷଣା କରିଛନ୍ତି।

ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ଜଣା ପଡିନି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି। ବିଚାରପତିଙ୍କ ଆତ୍ମହତ୍ୟା ଘଟଣା କଟକ ସହରରେ ଆଲୋଡନ ସୃଷ୍ଟି କରିଛି। ଗତ ଦୁଇ ଦିନ ହେଲା ବିଚାରପତି ସୁବାସ ବିହାରୀ ଛୁଟିରେ ଥିଲେ। ଆଜି ତାଙ୍କର କାର୍ଯ୍ୟରେ ଯୋଗ ଦେବାର ଥିଲା। ହେଲେ ସେ ଆଜି ବି ଛୁଟିରେ ରହିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।