ରାଜ୍ୟ

କଟକରେ ଦେଶର ସର୍ବବୃହତ ଆଇଏମ୍‌ଏ ସମ୍ମେଳନ କେନ୍ଦ୍ର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ : ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ) ଓଡ଼ିଶା ଶାଖାର ରାଣୀହାଟରେ ଥିବା ରାଜ୍ୟ ସମ୍ମେଳନ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଇଏମ୍‌ଏର ଭୂମିକା ଉଲ୍ଲେଖନୀୟ। ଆଇଏମ୍‌ଏ ଓଡିଶା ଶାଖାର ଏହି ସମ୍ମେଳନ କେନ୍ଦ୍ର ସମଗ୍ର ଦେଶରେ ବୃହତ୍ତମ। ଏଠାରେ ୨ହଜାରରୁ ଅଧିକ ଲୋକ ବସି ପାରିବେ। ଏହି କେନ୍ଦ୍ରର ଅତ୍ୟାଧୁନିକ ବ୍ୟବସ୍ଥା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ଶାଖାର ସଦସ୍ୟମାନଙ୍କ ଜ୍ଞାନର ପରିସୀମାର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଚିକିତ୍ସାସେବାର ମୂଲ୍ୟ ବୃଦ୍ଧି ହେଉଛି। ହେଲେ, କୌଣସି ବ୍ୟକ୍ତି ଆର୍ଥିକ ସମସ୍ୟା ଯୋଗୁଁ ଯେପରି ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ନହେବେ ସେଥିପାଇଁ ଓଡ଼ିଶା ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ଲକ୍ଷଲକ୍ଷ ଲୋକ ଉନ୍ନତ ସ୍ୱାସ୍ଥ୍ୟସେବା ପାଇ ପାରୁଛନ୍ତି। ରାଜ୍ୟରେ ଡାକ୍ତର ସଙ୍କଟକୁ ଦୂର କରିବାପାଇଁ ବିଭିନ୍ନ ପ୍ରାନ୍ତରେ ମେଡିକାଲ କଲେଜ ସ୍ଥାପନ ହେଉଛି। ଏବେ ରାଜ୍ୟରେ ୧୦ଟି ସରକାରୀ ମେଡିକାଲ କଲେଜ ଖୋଲିଥିବା ବେଳେ ଆଉ କିଛି ଖୋଲାଯିବାର ପରିକଳ୍ପନା ରହିଛି । ଆଇଏମ୍‌ଏ ସମସ୍ତ କ୍ଷେତ୍ରରେ ନିଶ୍ଚିତ ଭାବେ ସହଯୋଗ କରିବାର ଆଶା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। ଏହି କାର୍ଯ୍ୟକ୍ରମରେ ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।

ଅନ୍ୟପଟେ କେନ୍ଦ୍ରରେ ଉପସ୍ଥିତ ଥିବା ଆଇଏମଏ ରାଜ୍ୟ ଶାଖା ସଭାପତି ଡାକ୍ତର ରଜତ କୁମାର ରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ୱାଳ ବକ୍ତବ୍ୟ ରଖିଥିଲେ। ରାଜ୍ୟ ଶାଖା ସଭାପତି ଡାକ୍ତର ରାୟ ଏବଂ ସମ୍ପାଦକ ଡାକ୍ତର ବ୍ରଜକିଶୋର ଦାଶ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

ସମାରୋହରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ମେୟର ସୁବାସ ସିଂହ, ଆଇଏମଏ ରାଜ୍ୟ ଶାଖାର ଅର୍ଥନୈତିକ ସମ୍ପାଦକ ଡା. ମୃତ୍ୟୁଞ୍ଜୟ ମହାପାତ୍ର, ସହସମ୍ପାଦକ ଡା. ଦେବପ୍ରସାଦ ମହାନ୍ତି, ପୂର୍ବତନ ରାଜ୍ୟ ସଭାପତି ଡା. ଶରତ କୁମାର ମହାପାତ୍ର, ପ୍ରଫେସର ଡା. ଜୟନ୍ତ ପଣ୍ଡା, ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଡା. ନିବେଦିତା ପାଣି, ଡା. କୃପାସିନ୍ଧୁ ପଣ୍ଡା, ଡା. କ୍ଷୀତିଶ ଚନ୍ଦ୍ର ମହାନ୍ତି, ପୂର୍ବତନ ରାଜ୍ୟ ସମ୍ପାଦକ ଡା. ଜନ୍ମେଜୟ ମହାପାତ୍ର, ଡା. ଦୀପକ ରଞ୍ଜନ ଦାସ, ଡା. ସମ୍ରାଟ କର ପ୍ରମୁଖ ଉପସ୍ଥିତ ଥିଲେ। ୨୦୧୩ରେ ମୁଖ୍ୟମନ୍ତ୍ରୀ ଏହି ସମ୍ମେଳନ କେନ୍ଦ୍ରର ଶିଳାନ୍ୟାସ କରିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।