ରାଜ୍ୟ ସ୍ପେଶାଲ ରିପୋର୍ଟ

କଟକରେ ଚାଞ୍ଚଲ୍ୟ: ଆଦିବାସୀ ମହିଳାଙ୍କୁ ଅପହରଣ, ଗଣଦୁଷ୍କର୍ମ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ (ମହାନଦୀବିହାର): ଜଣେ ୩୫ ବର୍ଷୀୟା ଆଦିବାସୀ ମହିଳାଙ୍କୁ ଅପହରଣ କରିନେଇ ଦୁଇଦିନ କାଳ ଗଣଦୁଷ୍କର୍ମ କରିବା ଏବଂ ଆଜି ଜଙ୍ଗଲରେ ଅଚେତ ଅବସ୍ଥାରେ ‌ଫିଙ୍ଗିଦେଇ ଚାଲିଯିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କଟକ ସହରରେ। କିନ୍ତୁ, ଏହି ଘଟଣାରେ କଟକ କମିସନରେଟ ପୁଲିସର ଭୂମିକା ଏବେ ତୀବ୍ର ଅସନ୍ତୋଷର କାରଣ ହୋଇଛି। ମହିଳା ଓ ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ ନ କରି ଓଲଟା ଅଭିଯୋଗକୁ ଚପାଇ ଦେବାପାଇଁ ଉଦ୍ୟମ କରିବା ଘଟଣା ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି।

ଅଭିଯୋଗ ଅନୁଯାୟୀ,  କ୍ୟାଣ୍ଟନମେଣ୍ଟ ଥାନା ଅଧିନ ଅଂଚଳର ଏକ ବସ୍ତିରେ ରୁହନ୍ତି ବାଲେଶ୍ବର ଅଞ୍ଚଳର ଜଣେ ରାଜମିସ୍ତ୍ରି ଓ ତାଙ୍କ ପତ୍ନୀ। ଶିବରାତ୍ରୀ ପରଦିନ ଅର୍ଥାତ ଫେବ୍ରୁଆରି ୧୯ ତାରିଖ, ରବିବାର ଭୋରରେ ସଂପୃକ୍ତ ରାଜମିସ୍ତ୍ରିଙ୍କ ପତ୍ନୀ ଶୌଚ ପାଇଁ ବାହାରକୁ ଆସିଥିବା ବେଳେ ଦୁଇଜଣ ବ୍ୟକ୍ତି ତାଙ୍କୁ ଅଟୋରେ ଟେକି ନେଇଥିଲେ। ସବୁଠି ଖୋଜାଖୋଜି କରି ନିରାଶ ହେବାପରେ ଏ ସଂପର୍କରେ ସେ ଦିନ ସଂଧ୍ୟାରେ ସଂପୃକ୍ତ ରାଜମିସ୍ତ୍ରି କ୍ୟାଣ୍ଟନମେଣ୍ଟ୍ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ହାତବାନ୍ଧି ବସି ଯାଇଥିଲା। ଘଟଣାକୁ ଦୁଇଦିନ ବିତିଯାଇଥିବା ବେଳେ ଆଜି ସକାଳେ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ନିକଟ ଏକ ଜଙ୍ଗଲିଆ ସ୍ଥାନରେ ସଂପୃକ୍ତ ମହିଳାଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ। ପାଣି ଛିଞ୍ଚି ସାଷ୍ଟାମ କରିବାପରେ ମହିଳାଙ୍କ ଚେତା ଫେରିଥିଲା। ସେ ତାଙ୍କ ସ୍ବାମୀଙ୍କ ଠିକଣା ଓ ନମ୍ବର ଦେଇଥିଲେ। ତାଙ୍କ ସ୍ବାମୀଙ୍କୁ ଖବର ଦିଆଯିବା ପରେ ସେ ଯାଇ ତାଙ୍କୁ ସେଠାରୁ ଆଣିଥିଲେ। ଘରକୁ ଫେରି ମହିଳା ଜଣକ ସଂପୂର୍ଣ୍ଣ ଘଟଣା ସଂପର୍କରେ ବର୍ଣ୍ଣନା କରିଥିଲେ। ତାଙ୍କୁ ଏକ ଘରେ ରଖି ଦୁଇ ଦିନ ଭିତରେ ୭/୮ ଜଣ ଦୁଷ୍କର୍ମ କରିଥିବା କହିଥିଲେ। ତାଙ୍କ ଶରୀରରେ ବି ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି।

ଏମିତିକି ତାଙ୍କ ଗୋଡକୁ ଦୁର୍ବୃତ୍ତମାନେ କଣ୍ଟାରେ ଫୁଟାଇଥିବା ମହିଳା ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଜାଣିବା ପରେ ତାଙ୍କ ସ୍ବାମୀ ଓ କିଛି ପ‌ଡ଼ୋଶୀ ଲୋକ ତାଙ୍କୁ କ୍ୟାଣ୍ଟନମେଣ୍ଟ୍ ଥାନା ନେଇ ଘଟଣା ସଂପର୍କରେ କହିଥିଲେ। କିନ୍ତୁ, ପୁଲିସ ଦୁଷ୍କର୍ମ ଅଭିଯୋଗ ଗ୍ରହଣ ନ କରି ସେମାନଙ୍କୁ ଫେରିଯିବାକୁ କହିଥିଲା। ମହିଳା ଓ ତାଙ୍କ ସ୍ବାମୀ ଏଥିରେ ରାଜି ନହେବାରୁ ପୁଲିସ ତାଙ୍କୁ ସିଡିଏ ଅଞ୍ଚଳର କେତେକ ସ୍ଥାନକୁ ନେଇ ଘଟଣାସ୍ଥଳ ଦେଖାଇବାକୁ କହିବାପରେ ପୁଣି ଆଣି ଛାଡ଼ି ଦେଇଥିଲା। କିନ୍ତୁ, ନିୟମ ଅନୁଯାୟୀ ପୁଲିସ ମହିଳାଙ୍କ ଡାକ୍ତରୀମାଇନା କରିନି। ସେହି ଅଞ୍ଚଳରେ ଅନେକ ସିସି କ୍ୟାମେରା ଥିଲେ ବି ତାହାକୁ ସଂଗ୍ରହ କରି ଛାନଭିନ୍ କରିବାକୁ ବି ଉଚିତ ମନେକରିନାହିଁ। ଜଣେ ଆଦିବାସୀ ମହିଳାଙ୍କୁ ଅପହରଣ ଓ ଗଣଦୁଷ୍କର୍ମ ଅଭିଯୋଗରେ ପୁଲିସ ତାଙ୍କୁ ନ୍ୟାୟ ଦେବାପାଇଁ ତ୍ବରିତ୍‌ ପଦକ୍ଷେପ ନେବାବଦଳରେ ଏଭଳି ଆଚରଣ କରିବା ଅନେକଙ୍କୁ ଚକିତ କରିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।