ରାଜ୍ୟ ସ୍ୱାସ୍ଥ୍ୟ

କଟକରେ କ୍ରିକେଟ ପଡ଼ିଆ ଅଭାବ, ଦୁଇମାସ ହେବ ଆରମ୍ଭ ହୋଇପାରୁନି ଅନ୍ତଃ କ୍ଲବ୍‌ ପ୍ରତିଯୋଗିତା

କଟକ: କଟକ ଜିଲ୍ଲା କ୍ରୀଡ଼ା ସ˚ସଦ (ସିଡିଏଏ) ପକ୍ଷରୁ ଅନ୍ତଃ କ୍ଲବ୍‌ କ୍ରିକେଟ ପ୍ରତିଯୋଗିତା ଆୟୋଜନ ହୋଇପାରୁ ନାହିଁ। ଯଦିଓ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚଗୁଡ଼ିକ ଖେଳାଯାଇ ସାରିଛି କିନ୍ତୁ ଦୁଇ ମାସ ହେଲାଣି ସୁପରଲିଗ୍‌ ପର୍ଯ୍ୟାୟ ଆରମ୍ଭ ହୋଇପାରୁନି। ଏହାର ପ୍ରମୁଖ କାରଣ ହେଉଛି ସହରରେ ପଡ଼ିଆର ଅଭାବ। କଟକରେ ବିଡ଼ାନାସୀ, ସନ୍‌ସାଇନ୍‌, ବୋସ୍‌, ଏସ୍‌ସିବି ମେଡିକାଲ୍‌, ରେଭେନ୍ସା-୧, ରେଭେନ୍ସା-୨, ନିମପୁର ଇତ୍ୟାଦି ପଡ଼ିଆରେ ଘରୋଇ ମ୍ୟାଚଗୁଡ଼ିକ ଖେଳାଯାଉଥିଲା। ଡ୍ରିମ୍ସରେ ଓସିଏ ପକ୍ଷରୁ ଷ୍ଟାଡିୟମର ଉନ୍ନତି କରାଯିବା ପରେ ସେଠାରେ ମଧ୍ୟ ଜିଲ୍ଲାର କିଛି ମ୍ୟାଚ ଖେଳାଯାଉଛି। କିନ୍ତୁ ଚଳିତ ବର୍ଷଠୁ ଏସ୍‌ସିବି ମେଡିକାଲ୍‌ର ସ˚ପ୍ରସାରଣ ପାଇଁ ମେଡିକାଲ ପଡ଼ିଆ ଓ ବୋସ୍‌ ପଡ଼ିଆ ଖେଳ ଆୟୋଜନ ପାଇଁ ବନ୍ଦ କରି ଦିଆଯାଇଛି। ଏଥିସହ ବିଡ଼ାନାସୀ ପଡ଼ିଆରେ ପଡ଼ିଆ କାମ ଚାଲିଥିବାରୁ ଅନ୍ୟୁନ ଦୁଇ ମାସ ପର୍ଯ୍ୟନ୍ତ ସେଠାରେ ଖେଳିବା ସମ୍ଭବ ନୁହେଁ। ଏଭଳି ସ୍ଥିତିରେ ମାତ୍ର ୫ଟି ପଡ଼ିଆକୁ ନେଇ ମ୍ୟାଚ କରିବା ସିଡିଏଏ କ୍ଷେତ୍ରରେ କଷ୍ଟକର ହୋଇ ଗଲାଣି। କେବଳ ୫ ପଡ଼ିଆ ଖେଳିବା ପାଇଁ ଉପଯୁକ୍ତ ଥିଲେ ବି ସେଠାରେ ମ୍ୟାଚ ଆୟୋଜନ କରିବା କତ୍ତୃର୍ପକ୍ଷଙ୍କ ପକ୍ଷରେ ସମ୍ଭବ ହୋଇପାରୁନି। କାରଣ ଯେଉଁ ସାହି କିମ୍ବା କ୍ଲବ୍‌ ମାନଙ୍କ ଅକ୍ତିଆରରେ ଉକ୍ତ ପଡ଼ିଆଗୁଡ଼ିକ ରହିଛି, ସେଠାରେ ବିଭିନ୍ନ ସମୟରେ ପ୍ରିମିୟର ଲିଗ୍‌ କିମ୍ବା ବିଭିନ୍ନ ଧରଣର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଉଥିବାରୁ ସିଡିଏଏ ପାଇଁ ତାରିଖ ମିଳିପାରୁନାହିଁ। ତେଣୁ ଫେବ୍ରୁଆରି ମାସ ପରେ ଉପଲବ୍ଧ ଥିବା ପଡ଼ିଆରେ ଅନ୍ତଃ କ୍ଲବ୍‌ କ୍ରିକେଟ ପ୍ରତିଯୋଗିତା ଆୟୋଜନ କରାଯିବାକୁ ବିଚାର କରାଯାଉଥିବା ସିଡିଏଏ ସମ୍ପାଦକ ଆଶୀର୍ବାଦ ବେହେରା ସୂଚନା ଦେଇଛନ୍ତି। କୋଭିଡ୍‌ ସ୍ଥିତି ନଥିଲେ ଢେର‌୍‌ ଆଗରୁ ମ୍ୟାଚଗୁଡ଼ିକ ଆୟୋଜନ ହୋଇ ପାରିଥାନ୍ତା। କିନ୍ତୁ କୋଭିଡ୍‌ ପାଇଁ ସବୁକିଛି ବିଳମ୍ବ ହେଉଥିବାବେଳେ ପଡ଼ିଆ ଠିକ୍‌ ସମୟକୁ ଉପଲବ୍ଧ ହୋଇପାରୁନାହିଁ।

ତେଣୁ ପ୍ରତିଯୋଗିତା ଆୟୋଜନରେ ସମସ୍ୟା ଦେଖା ଦେଉଥିବା ସେ ସ୍ବୀକାର କରିଛନ୍ତି। ଏଭଳି ସ୍ଥିତିରେ ସହରଠୁ ବାହାରକୁ ଯାଇ ନୂଆ ପଡ଼ିଆର ଉନ୍ନତିକରଣ କରି ତାହାକୁ ଖେଳପୋଯୋଗୀ କରିବାକୁ ସିଡିଏଏ ଚିନ୍ତା କରୁଥିବା ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଚୌଦ୍ବାରରେ କିଛି ପଡ଼ିଆ ରହିଛି। ଓଟିଏମ୍‌, ଚୌଦ୍ବାର କଲେଜ ଏବ˚ ଆଖପାଖରେ କିଛି ଭଲ ପଡ଼ିଆକୁ ଦେଖାଯାଇଛି। ସେସବୁ ବିଷୟରେ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରାଯିବା ପରେ ସ˚ପୃକ୍ତ ପଡ଼ିଆ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦିଆଯିବ। ଯଦି ସମସ୍ତେ ରାଜି ହେବେ ତାହେଲେ ଚୌଦ୍ବାରରେ ସିଡିଏଏ ପକ୍ଷରୁ ପଡ଼ିଆ ଉନ୍ନତିକରଣ କରାଯାଇପାରିବ ବୋଲି ସେ ଜଣାଇଛନ୍ତି। ତେବେ ଏସବୁ ଯୋଜନାରେ ଅର୍ଥ ପ୍ରତିବନ୍ଧକ ହୋଇପାରେ। ଓସିଏ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ପଡ଼ିଆ ଉନ୍ନତିକରଣ କରାଯାଉଥିବାରୁ କଟକରେ ଅଧିକ ପଡ଼ିଆ ପାଇଁ ଆର୍ଥିକ ସହଯୋଗ ଆଶା କରି ହେବନି। ତଥାପି ଏହା ଉପରେ ମିଳିତ ଆଲୋଚନା କରାଯିବା ପରେ ନୂଆ ପଡ଼ିଆ ପାଇଁ ବାଟ ବାହାର କରାଯାଇପାରିବ ବୋଲି ଆଶୀର୍ବାଦ ପ୍ରତିକ୍ରିୟା ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ