କଳା ଓ ସଂସ୍କୃତି ଧର୍ମ ରାଜ୍ୟ

କଟକରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକଣା, ଡଙ୍ଗା ଭସା ଓ ବୁଡ଼ ପକାଇବାରେ ରୋକ୍

କଟକ ୧୬।୧୧: କାର୍ତ୍ତିକ ପୂର୍ଣ୍ଣି ପାଇଁ କଟକରେ ଲାଗିଲା କଟକଣା । ଡଙ୍ଗା ଭସା ଓ ବୁଡ଼ ପକାଇବା ଉପରେ ରୋକ ଲଗାଇଲା ପ୍ରଶାସନ । କୌଣସି ଘାଟରେ ଡଙ୍ଗା ଭସାଇ ପାରିବେନି କି ବୁଡ଼ ପକାଇ ପାରିବେନି ଶ୍ରଦ୍ଧାଳୁ । ଏସ୍‌ଆର୍‌ସିଙ୍କ ଗାଇଡ଼ଲାଇନ୍‌ ଅନୁଯାୟୀ ଏହି କଟକଣା ଲାଗୁ କରାଯାଇଛି । ଯଦି କେହି ଏହି କଟକଣାକୁ ନମାନନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ଆଉ ମାତ୍ର ୨ ଦିନ ପରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ।ଏହି ଅବସରରେ ରାଜ୍ୟର ସମସ୍ତ ନଦୀ ପଠାରେ ଡଙ୍ଗା ଭସା ଓ ବୁଡ଼ ପକାଇଯାଇଥାଏ । କିନ୍ତୁ ବର୍ତ୍ତମାନର କରୋନା ସ୍ଥିତିକୁ ଦେଖି ଡଙ୍ଗା ଭସା ଓ ବୁଡ଼ ପକା ଉପରେ ରୋକ ଲଗାଯାଇଛି । ଏହାକୁ ନେଇ ଏସ୍‌ଆର୍‌ସିଙ୍କ ପକ୍ଷରୁ ଏକ ଗାଇଡ଼ଲାଇନ୍ ମଧ୍ୟ ଜାରି କରାଯାଇଛି । ତେବେ ଏବେ କଟକ ପୋଲିସ ମଧ୍ୟ କଟକଣା ଲଗାଇଛି । କାର୍ତ୍ତିକ ପୂର୍ଣ୍ଣିମା ଦିନ କୌଣସି ଭକ୍ତ ଘାଟରେ ଡଙ୍ଗା ଭସାଇ ପାରିବେନାହିଁ କି ବୁଡ଼ ପକାଇପାରିବେ ନାହିଁ ବୋଲି ଡିସିପି ସୂଚନା ଦେଇଛନ୍ତି । ଯଦି କେହି ଏହି ନିୟମକୁ ଭାଙ୍ଗନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ