କଟକ ୦୪।୦୬: କଟକରୁ ବିପୁଳ ପରିମାଣର ଟଙ୍କା ଜବତ ଘଟଣା । ମାମଲାରେ ଅଟକ ଥିବା ଯୁବକକୁ ଗିରଫ କରିଛି ପୋଲିସ। ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍ଭିନ୍ କରୁଛି ପୋଲିସ ।
ଖବର ଅନୁଯାୟୀ, ଶୁକ୍ରବାର ଦରଘାବଜାର ଥାନା ପୋଲିସ ଜଣେ ଯୁବକଙ୍କ ନିକଟରୁ ୨୬ ଲକ୍ଷ ଟଙ୍କା ଜବତ କରିଥିଲା। ଟଙ୍କା ନେଇ ଯାଉଥିବା ଯୁବକକୁ ଅଟକ ରଖି ପୋଲିସ ପଚରାଉଚରା କରିଥିଲା। ଗିରଫ ଯୁବକ ପଶ୍ଚିମ ମେଦିନାପୁରର ରାକେଶ ଧଡ଼ା। ତାଙ୍କ ପାଖରୁ ମିଳିଥିବା ଟଙ୍କା ମନୋରଞ୍ଜନ ମାଝୀଙ୍କର ବୋଲି କହିଛନ୍ତି ରାକେଶ।
ତେବେ ମନୋରଞ୍ଜନ ମାଝୀ କିଏ ତାହା ଜଣା ପଡିନି। ଜିଏସଟି ଫାଙ୍କି ପାଞ୍ଚ ଶହ ଗ୍ରାମ ସୁନା ବିକ୍ରି କରିଥିବା ରାକେଶ ସ୍ବୀକାର କରିଥିବା ଜଣାପଡିଛି। ଏନେଇ ଅଧିକ ତଦନ୍ତ ପାଇଁ ଆୟକର ବିଭାଗକୁ ପରାମର୍ଶ ଦେଇଛି କଟକ କମିଶନରେଟ ପୋଲିସ।