ଖେଳ

କଙ୍ଗାରୁ ବାହିନୀ ହାତରୁ ଗଲା ମ୍ୟାଚ୍: ସୁପରମ୍ୟାନ୍ ଆଲେନଙ୍କ କ୍ୟାଚରେ ଚିତପଟାଙ୍ଗ ହେଲେ ଆରୋନ ଫିଞ୍ଚ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ ୧୭।୦୭: କୁହାଯାଏ କ୍ରିକେଟ ଖେଳ ଅନିଶ୍ଚିତତା । ଅର୍ଥାତ୍ ଖେଳ ଶେଷ ନହେବା ଯାଏଁ କେତେବେଳେ କଣ ଯେ ଘଟିବ ତାହା କହିବା ମୁସ୍କିଲ । ଏବେ ଠିକେ ସେଇ ଘଟଣା ଦେଖିବାକୁ ମିଳିଛି । ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତୃତୀୟ ଟି -20 ମ୍ୟାଚ ହାରିଛି ଅଷ୍ଟ୍ରେଲିଆ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଶେଷ ମ୍ୟାଚ୍ କୁ ଜିତିବାରେ ସକ୍ଷମ ହୋଇଛି କାରବିୟାନ ଟିମ୍ । ଦଳ ଦୃଢ ପ୍ରଦର୍ଶନ କରି କଙ୍ଗାରୁ ଦଳକୁ ପିଚରେ ଧରାଶାୟୀ କରିଛି ।

ତେବେ ଏହି ମ୍ୟାଚ୍ ଜିତିବାରେ ଦଳକୁ ବେଶ ସହଯୋଗ କରିଥିଲେ ଇଭିନ୍ ଲୁଇସ୍ । ତାଙ୍କ ବ୍ୟାଟିଂ ବଳରେ ୱେଷ୍ଟଇଣ୍ଡିଜ୍ ନିଜ ଇନିଂସରେ ୮ ୱିକେଟ୍ ପାଇଁ ୧୯୯ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ପାଇଁ ୧୮୩ ରନ୍ ସଂଗ୍ରହ କରିଥିଲା । ୱେଷ୍ଟଇଣ୍ଡିଜ୍ ଦଳ ଏହି ଟି-20 ସିରିଜରେ କଙ୍ଗାରୁଙ୍କୁ ୪-୧ରେ ପରାସ୍ତ କରିବାରେ ସଫଳ ହୋଇଥିଲା ।

ସେଣ୍ଟ ଲୁସିଆରେ ଖେଳାଯାଇଥିବା ଏହି ଶେଷ ଟି -20 ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ବ୍ୟାଟିଂ କରିବାକୁ ମନୋନୀତ ହୋଇଥିଲା । ଇନିଂସ ଆରମ୍ଭ ହେଉ ହେଉ ୱିଣ୍ଡସ୍ ଓପନର୍ ଆଣ୍ଡ୍ରେ ଫ୍ଲେଟର୍ ଏବଂ ଇଭିନ୍ ଲୁଇସ୍ ଭଲ ଆରମ୍ଭ କରି ପ୍ରଥମ ୱିକେଟ୍ ପାଇଁ ୪୦ ରନ୍ ଯୋଡିଥିଲେ । ୧୨ ରନ୍ ସ୍କୋର କରିବା ପରେ ଖେଳାଳି ପାବିଲିୟନ ଫେରିଆସିଥିଲେ ।

ଏହା ପରେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା କ୍ରିସ୍ ଗେଲ୍ ୨୧ ରନ୍ ସ୍କୋର କରିବା ପରେ ସେ ଆଉଟ ହୋଇଯାଇଥିଲେ । ତାଙ୍କ ପରେ ପଡ଼ିଆକୁ ଆସିଥିବା ସିମନ୍ସ ମଧ୍ୟ ୨୧ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ । ସେହି ସମୟରେ ଯେତେବେଳେ ୱିଣ୍ଡିଜ୍ ଦଳର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନମାନେ ଗୋଟିଏ ପରେ ଗୋଟିଏ ଆଉଟ ହେବାରେ ଲାଗିଥିଲେ ।

ଏଭଳି ପରିସ୍ଥିତିରେ ଇଭିନ୍ ଲୁଇସ୍ ଗୋଟିଏ ପଟେ ରହି ଅଷ୍ଟ୍ରେଲୀୟ ବୋଲରଙ୍କୁ ଧରାଶାୟୀ କରିଥିଲେ । ପିଚରେ ଲାଗିଥିଲା ଛଡା ଚଉକାର ବର୍ଷା । ସେ ନିଜ ଇନିଂସରେ ଚମତ୍କାର ବ୍ୟାଟିଂ କରୁଥିବାବେଳେ ୩୪ ବଲରେ ୭୯ ରନ୍ ସଂଗ୍ରହ କରିଥିଲେ । ୨୦୦ ରନ୍‌ର ଟାର୍ଗେଟକୁ ଲକ୍ଷ କରି ଅଷ୍ଟ୍ରେଲିଆ ଦଳର ଆରମ୍ଭରୁ ଭଲ ପ୍ରଦର୍ଶନ କରିନଥିଲା । ଜୋସେ ଫିଲିପେ ଖାତା ନ ଖୋଲି ଶେଲଡନ କୋଟ୍ରେଲଙ୍କ ବଲରେ ପ୍ୟାଭିଲିୟନକୁ ଫେରିଥିଲେ ।

ଏହା ପରେ ଇନ-ଫର୍ମ ବ୍ୟାଟ୍ସମ୍ୟାନ୍ ମିଚେଲ ମାର୍ଶ, ଅଧିନାୟକ ଫିଞ୍ଚଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ୩୭ ରନ୍ ଯୋଡିଥିଲେ । କିନ୍ତୁ ଆଣ୍ଡ୍ରେ ରସେଲ ମାର୍ଶଙ୍କୁ ବରଖାସ୍ତ କରି ୱେଷ୍ଟଇଣ୍ଡିଜକୁ ବଡ଼ ସଫଳତା ଦେଇଥିଲେ । ତେବେ ୨୧ ରନ୍‌ର ଭଲ ଇନିଂସ ଖେଳି ମ୍ୟାଚକୁ ବିଜୟ ଆଡକୁ ନେଇଯାଉଥିବା ମୋଇଜେସ ହେନରିକ୍ସଙ୍କୁ ଅତି ଦୁର୍ଭାଗ୍ୟଜନକ ଢଙ୍ଗରେ ଆଉଟ୍ କରାଇଥିଲେ । ଆଉ ଏହି କ୍ୟାଚଟି ଏବେ ସମସ୍ତଙ୍କ ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟିଛି । ସୋସିଆଲ ମିଡିଆରେ ଭାଇରାଲ ହେବାଲେ ଲାଗିଛି ଏହି ଭିଡିଓ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ