ମନୋରଞ୍ଜନ

କଙ୍ଗନା ହେବେ ଇନ୍ଦିରା!

ବଲିଉଡର କୁଇନ ଭାବେ ପରିଚିତ କଙ୍ଗନା ରାନାୱତ ବଳିଷ୍ଠ ଅଭିନୟ ଏବଂ ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ୍‌ କରିବା ପରେ ଏବେ ଖୁବ୍ ଶୀଘ୍ର ଇନ୍ଦିରା ଗାନ୍ଧୀଙ୍କ ଉପରେ ନିର୍ମିତ ଏକ ଫିଲ୍ମରେ ସେ ଅଭିନୟ କରିବାକୁ ଯାଉଛନ୍ତି। ଜରୁରୀକାଳୀନ ପରିସ୍ଥିତି ଉପରେ ଏହି ଫିଲ୍ମ ଆଧାରିତ ହେବ। କଙ୍ଗନା ଏଥିରେ ଇନ୍ଦିରାଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ। ଏହି ଫିଲ୍ମ ମାଧ୍ୟମରେ ଜରୁରୀକାଳୀନ ପରିସ୍ଥିତି ସମୟର କେତେକ ରହସ୍ୟ ପରଦା ମାଧ୍ୟମରେ ସମ୍ମୁଖକୁ ଆସିବ। ଫିଲ୍ମର ସୁଟିଂ ଆରମ୍ଭ ହୋଇଗଲାଣି ବୋଲି କଙ୍ଗନା ସୂଚନା ଦେଇଛନ୍ତି। ସେ ନିଜ ଚରିତ୍ରକୁ ଜୀବନ୍ତ କରିବା ପାଇଁ ମେକ୍‌ଅପ କରୁଥିବାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ