ଦେଶ ବିଦେଶ ମନୋରଞ୍ଜନ

କଙ୍ଗନା ହଲିଉଡ୍‌ ଡେବ୍ୟୁ ପାଇଁ ହେଉଛନ୍ତି ପ୍ରସ୍ତୁତ! କପିଲ୍‌ ଶର୍ମା ଶୋ’ରେ କଲେ ଖୁଲାସା

ନୂଆଦିଲ୍ଲୀ୨୧।୦୫: ପ୍ରିୟଙ୍କା ଚୋପ୍ରା ଏବଂ ଆଲିଆ ଭଟ୍ଟଙ୍କ ପରେ ଏବେ ‘ଧାକଡ ଗର୍ଲ’ କଙ୍ଗନା ରଣାୱତ ହଲିଉଡରେ ନିଜର ଦମ୍‌ ଦେଖେଇବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି କୁହାଯାଉଛି । କାହିଁକି ନା ତାଙ୍କର ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ଧାକଡ୍‌’ର ଟିଜର ଏବଂ ଟ୍ରେଲର ରିଲିଜ୍ ହୋଇଛି । ଏହାର ପ୍ରମୋଶନରେ କଙ୍ଗନାଙ୍କୁ ‘ଦି କପିଲ ଶର୍ମା ‘ ଶୋ ରେ ପଚରାଯାଇଥିଲା । ତାଙ୍କ ହଲିଉଡରେ ଡେବ୍ୟୁ କରିବା ନେଇ ସମସ୍ତଙ୍କ ସାମ୍ନାରେ ନୀରବତା ଭାଙ୍ଗିଛନ୍ତି।

କଙ୍ଗନା ରଣାୱତ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ଖୁବ୍‌ ଜଣାଶୁଣା । ‘ଦି କପିଲ ଶର୍ମା ଶୋ’ରେ ଯେତେବେଳେ କଙ୍ଗନାଙ୍କୁ ହଲିଉଡ ଯିବାର ବିଷୟରେ ପଚରାଗଲା, ଅଭିନେତ୍ରୀ ଜଣକ ତାଙ୍କର ଯୋଜନାକୁ ପ୍ରତ୍ୟାଖାନ କରି ତାଙ୍କର କୁଆଡେ ଯିବାର ଆବଶ୍ୟକ ନାହିଁ ବୋଲି କହିଥିଲେ। କାହିଁକି ନା ‘ଧାକଡ’ର ଅଧିକାଂଶ କର୍ମଚାରୀ ବିଦେଶୀ ଥିଲେ। ସେଠାରେ କାମ କରୁଥିବା ସମସ୍ତେ ଲୋକ ଏଠାକୁ ଆସୁଛନ୍ତି । ଆମ କାମ ଦେଖିବା ପରେ ସେମାନେ କହୁଛନ୍ତି କି ଏହି ଲୋକମାନେ ଆମ ଠାରୁ ଭଲ କାମ କରୁଛନ୍ତି।

ଏଥିପାଇଁ ମୁଁ ଭାବୁଛି ଏଠାରେ ଆମର ଅନେକ ପ୍ରତିଭାବାନ ବ୍ୟକ୍ତି ଅଛନ୍ତି। ଯାହା ସେମାନଙ୍କୁ ଅନ୍ୟ କୌଣସି ସ୍ଥାନକୁ ଯିବାକୁ ପଡିବ ନାହିଁ। ସାରା ବିଶ୍ବ ଏବେ ଏକ ମିଶ୍ରିତ ବଜାରରେ ପରିଣତ ହୋଇଛି । ଆମେ ଆନ୍ତର୍ଜାତୀୟ ସ୍ତରରେ ଫିଲ୍ମ ନିର୍ମାଣ କରିଛୁ । ଏଥିରେ ବାହାରର ଲୋକ ବହୁତ ଅଛନ୍ତି, କିନ୍ତୁ ୮୦% ଆମ ନିଜ ପ୍ରତିଭା ରହୁଛି । କପିଲ୍‌ଙ୍କ ସହ କଥାବର୍ତ୍ତା ବେଳେ ଏହାର ଏକ ଛୋଟ କ୍ଲିପ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ