ଦେଶ ବିଦେଶ ମନୋରଞ୍ଜନ

କଙ୍ଗନା ରଣାୱତଙ୍କୁ କ୍ଷମା ମାଗିଲେ ରାମ ଗୋପାଲ ବର୍ମା: କହଲେ, ଦୁନିଆରେ ତୁମ ଭଳି ଅଭିନେତ୍ରୀ ନାହାଁନ୍ତି

ମୁମ୍ବାଇ ୨୫/୦୩: ବଲିଉଡ କ୍ୱିନ୍ କଙ୍ଗନା ରଣାୱତ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ଗୋଟିଏ ପଟେ ତାଙ୍କୁ ବେଷ୍ଟ ଆକ୍ଟ୍ରେସ୍ ର ନେସନାଲ୍ ଆୱାର୍ଡ ମିଳିଥିବା ବେଳେ ଅନ୍ୟ ପଟେ ତାଙ୍କ ଫିଲ୍ମ ‘ଥଲାଇବି’ର ଟ୍ରେଲର୍ ରିଲିଜ୍ ହୋଇଛି । ଏହି ଟ୍ରେଲର ପାଇଁ କଙ୍ଗନାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ଏଥି ସହିତ କଙ୍ଗନାଙ୍କୁ ଇଣ୍ଡଷ୍ଟ୍ରିର ଜଣାଶୁଣା ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି । ଏହା ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସମସ୍ତଙ୍କ ସାମ୍ନାରେ କଙ୍ଗନାଙ୍କୁ କ୍ଷମା ମାଗିଛନ୍ତି ।

ନିକଟରେ ରାମ ଗୋପାଲ ବର୍ମା ଟ୍ୱିଟ୍ କରି ଲେଖିଛନ୍ତି- ‘କଙ୍ଗନା ଯେଉଁ ମଜବୁତ ମତ ରଖିଥାନ୍ତି, ତାଙ୍କୁ କଡା ପ୍ରତିକ୍ରିୟା ହିଁ ମିଳିଥାଏ । ମୁଁ ଏହା ସ୍ୱିକାର କରିବାକୁ ଚାହୁଁଛି, ଯେତେବେଳେ ତୁମେ ନିଜକୁ ହଲିଉଡର ମହାନ ସେଲିବ୍ରିଟିମାନଙ୍କ ସହିତ ତୁଳନା କରିଥିଲ, ମୁଁ ଭାବିଲି ତୁମେ କିଛି ବଢେଇ ଚଢେଇ କହିଦେଇଥିଲ। କିନ୍ତୁ ଏବେ ମୁଁ କ୍ଷମା ମାଗୁଛି ଏବଂ ଏଇ କଥାରେ ଶତ ପ୍ରତିଶତ ସହମତ ହେଉଛି କି ଏହି ଦୁନିଆରେ ତୁମ ପରି ବହୁମୁଖୀ ପ୍ରତିଭା ଅଭିନେତ୍ରୀ ନାହାଁନ୍ତି ’।

ପୂର୍ବରୁ ରାମ ଗୋପାଲ ବର୍ମା କଙ୍ଗନାଙ୍କୁ ‘ଥଲାଇବି’ ପାଇଁ ପ୍ରଶଂସା କରିଥିଲେ । ସେ ଲେଖିଥିଲେ- ‘କଙ୍ଗନା … ମୁଁ ହୁଏତ କିଛି ଜିନିଷ ଏବଂ କିଛି ଅତ୍ୟୁକ୍ତି ଉପରେ ତୁମ ସହ ସହମତ ହୋଇନପାରେ, କିନ୍ତୁ ମୁଁ ତୁମକୁ ସଲାମ କରୁଛି । ସୁପର ଡୁପର ଥଲାଇବି ପାଇଁ … ଫିଲ୍ମର ଟ୍ରେଲର ଚମତ୍କାର ଏବଂ ମୁଁ ଏହା କହିପାରେ ସ୍ୱର୍ଗରେ ଜୟଲଳିତା ମଧ୍ୟ ଏହାକୁ ଦେଖି ବହୁତ ଖୁସି ହେଉଥିବେ ।‘

ଏହାର ଉତ୍ତର ଦେଇ କଙ୍ଗନା ଲେଖିଥିଲେ- ‘ସାର୍! … ମୁଁ ଆପଣଙ୍କ କଥାରେ ସହ ସହମତ … ମୁଁ ଆପଣଙ୍କୁ ବହୁତ ପସନ୍ଦ କରେ ଏବଂ ଆପଣଙ୍କୁ ସର୍ବଦା ପ୍ରଶଂସା କରୁଥିବି । ଏହି ଅହଂକାର ଭରା ଦୁନିଆରେ ଯେଉଁଠାରେ ଲୋକମାନଙ୍କର ଇଗୋ ଏବଂ ଗର୍ବ ଅତି ଶୀଘ୍ର ଭାଙ୍ଗି ଯାଇଥାଏ ସେଠାରେ ଆପଣ କୌଣସି କଥାକୁ ଗମ୍ଭୀରତାର ସହିତ ଗ୍ରହଣ କରନ୍ତି ନାହିଁ । ଏପରିକି ଆପଣ ନିଜକୁ ମଧ୍ୟ ଗମ୍ଭୀରତାର ସହ ନିଅନ୍ତି ନାହିଁ । ମୁଁ ଆପଣଙ୍କର ଏହି ଗୁଣକୁ ପ୍ରଶଂସା କରେ … ମୋତେ ପ୍ରଶଂସା କରିଥିବାରୁ ଧନ୍ୟବାଦ ‘।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ