ଦେଶ ବିଦେଶ ମନୋରଞ୍ଜନ

କଙ୍ଗନାଙ୍କ ବିରୋଧରେ ବୟାନ ରେକର୍ଡ କରିବାକୁ କମିଶନର ଅଫିସରେ ପହଞ୍ଚିଲେ ହ୍ରିତିକ ରୋଶନ

ମୁମ୍ବାଇ ୨୭/୦୨ : ବଲିଉଡ ଅଭିନେତା ହ୍ରିତିକ ରୋଶନ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଅଫିସ୍ରେ ପହଞ୍ଚିଛନ୍ତି। ସେଠାରେ ସେ ନିଜର ବୟାନ ରେକର୍ଡ କରାଇବେ। କ୍ରାଇମବ୍ରାଞ୍ଚ ଅଫିସରେ ହାଜର ହେବାକୁ ତାଙ୍କୁ ସମନ ପଠାଇଥିଲା କ୍ରାଇମବ୍ରାଞ୍ଚ। ୨୦୧୬ ମସିହାର ଏକ ନକଲି ଇ-ମେଲ ମାମଲାରେ କ୍ରାଇମବ୍ରାଞ୍ଚ ତାଙ୍କୁ ସମନ ପଠାଇଥିଲା। ୨୦୧୬ରେ ହ୍ରିତିକ ରୋଶନ ନିଜର କୋ-ଷ୍ଟାର ତଥା ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ନକଲି ଇ-ମେଲ ପଠାଇଥିବା ଅଭିଯୋଗ ହୋଇଛି।

ଶନିବାର ସୁଦ୍ଧା କମିଶନର ଆଫିସର କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟରେ ହାଜର ହେବାକୁ କ୍ରମବ୍ରାଂଚ କହିଥିଲା। କିନ୍ତୁ ସେ ଧାର୍ଯ୍ୟ ସମୟ ପୂର୍ବରୁ ପହଞ୍ଚି ଯାଇଛନ୍ତି। ଆଗରୁ ଏହି ମାମଲାର ଯାଞ୍ଚ ମୁମ୍ବାଇ ପୋଲିସ ଆଇଟି ସେଲ କରୁଥିଲା। କିନ୍ତୁ ବର୍ତ୍ତମାନ ମୁମ୍ବାଇ ପୋଲିସର କ୍ରିମିନାଲ ଇଣ୍ଟେଲିଜେନ୍ସ ୟୁନିଟ ମାମଲାର ଯାଞ୍ଚ କରୁଛି।

୨୦୧୬ ମସିହାରେ ହ୍ରିତିକ ରୋଶନ ଏକ ମାମଲା ରୁଜ୍ଜୁ କରିଥିଲେ ଯେଉଁଥିରେ କୁହାଯାଇଥିଲା ଯେ କେହି ଜଣେ ତାଙ୍କର ନକଲି ଇ-ମେଲ ଆଇଡି ତିଆରି କରି କଙ୍ଗନାଙ୍କୁ ମେଲ କରିଥିଲା। ଏହାପରେ ହ୍ରିତିକ ରୋଶନ ଓ କଙ୍ଗନାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା।


ଏହି ମାମଲାରେ ଭାରତୀୟ ଦଣ୍ଡ ବିଧାନ ଅନୁସାରେ ଧାରା ୪୧୯ ଓ ଆଇଟି ଆକ୍ଟ ଅନୁଯାୟୀ ଧାରା ୬୬ ସି(ପରିଚୟ ଚୋରି) ଏବଂ ୬୬ ଡି(କମ୍ପ୍ୟୁଟର ଜରିଆରେ କାହାର ପରିଚୟ ଚୋରି କରିବା) ନେଇ ସାଇବର ପୋଲିସ ଷ୍ଟେସନରେ ମାମଲା ରୁଜ୍ଜୁ କରାଯାଇଥିଲା।

ଗତ ବର୍ଷ ଡିସେମ୍ବର ମାସରେ ହ୍ରିତିକଙ୍କ ଓକିଲ ଯାଞ୍ଚ ସମ୍ପର୍କରେ ମୁମ୍ବାଇ ପୋଲିସ ଆୟୁକ୍ତ ସହ ଯୋଗାଯୋଗ କରିଥିଲେ। ଏହାପରେ ମାମଲାକୁ କ୍ରାଇମବ୍ରାଞ୍ଚର ଇଣ୍ଟେଲିଜେନ୍ସ ୟୁନିଟକୁ ହସ୍ତାନ୍ତର କରାଯାଇଥିଲା।

ଇତି ମଧ୍ୟରେ କଙ୍ଗନା ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଟ୍ୱିଟ କରି ନୂଆ ବିବାଦ ଆରମ୍ଭ କରିବାକୁ ଚେଷ୍ଟା କରିଛନ୍ତି। ସେ ହ୍ରିତିକ ରୋଶନଙ୍କୁ ସିଲି ଏକ୍ସ ବୋଲି କହିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ