ମନୋରଞ୍ଜନ

କଙ୍ଗନାଙ୍କ ଟିମ୍‌ରେ ନୱାଜୁଦ୍ଦିନ

ବଲିଉଡ୍‌ ଆକ୍ଟର ନୱାଜୁଦ୍ଦିନ ସିଦ୍ଦିକି ଖୁବ୍ ଶୀଘ୍ର ‘ଟିକୁ ୱେଡ୍ସ ଶେରୁ’ରେ ନଜର ଆସିବେ। ଏହି ଫିଲ୍ମର ନିର୍ମାତା ହେଉଛନ୍ତି ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାୱତ। ନୱାଜୁଦ୍ଦିନ ଖୁବ୍‌ ଶୀଘ୍ର ଫିଲ୍ମରେ କାମ ଆରମ୍ଭ କରିବେ ବୋଲି ଜଣାପଡ଼ିଛି। କଙ୍ଗନାଙ୍କ ପ୍ରଡକ୍ସନ୍ ହାଉସ୍ ମଣିକର୍ଣ୍ଣିକା ଫିଲ୍ମସ୍ ସୋସିଆଲ୍‌ ମିଡିଆରେ ନୱାଜୁଦ୍ଦିନଙ୍କ ଫଟୋ ସେୟାର କରିବା ପରେ ଏହି ଖବର ସୁନିଶ୍ଚିତ ହୋଇଛି।

କଙ୍ଗନା ମଧ୍ୟ ନୱାଜଙ୍କ ଫଟୋ ସେୟାର କରି ତାଙ୍କୁ ଟିମ୍‌କୁ ସ୍ୱାଗତ କରିଥିଲେ। କଙ୍ଗନାଙ୍କ ଫିଲ୍ମ ମଣିକର୍ଣ୍ଣିକା ରିଟର୍ନସ୍‌କୁ ନେଇ ଅନେକ ସମସ୍ୟା ସୃଷ୍ଟି ହୋଇଥିଲା। ଫିଲ୍ମକୁ ନେଇ କଙ୍ଗନାଙ୍କ ବିରୋଧରେ କପିରାଇଟ୍ ଉଲ୍ଲଂଘନ ମାମଲା ମଧ୍ୟ ରୁଜୁ କରାଯାଇଥିଲା। କିନ୍ତୁ ଏଥିରେ ଅଟକି ନଯାଇ କଙ୍ଗନା ବର୍ତ୍ତମାନ ‘ଟିକୁ ୱେଡ୍ସ ଶେରୁ’ର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ