ମୁମ୍ବାଇ ୧୩।୦୨: ନିକଟରେ ଦୀପିକା ପାଦୁକୋନ, ଅନନ୍ୟା ପାଣ୍ଡେ ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଫିୋଲ୍ମ ଗେହରାଇୟାଁ ରିଲିଜ୍ ହୋଇଛି । ଏହା OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଛି। ଫିଲ୍ମର କାହାଣୀ ନୂଆ ପିଢିରେ ଥିବା ପ୍ରେମ ସମ୍ପର୍କକୁ ନେଇ ଦେଖାଯାଇଛି । କେମିତି ସମ୍ପର୍କ ଗୁଡିକ ଦ୍ୱନ୍ଦ୍ୱ ସହ ଜାଲ ରେ ଫସି ଯାଇଛି । ଦୀପିକା ପାଦୁକୋନଙ୍କ ଫିଲ୍ମକୁ ନେଇ ବର୍ତ୍ତମାନ କଙ୍ଗନା ରାନାୱତ ଏହି ବିଷୟରେ ସମ୍ପୂର୍ଣ୍ଣ ସମୀକ୍ଷା କରି ଲେଖିଛନ୍ତି। ଦୀପିକା ପାଦୁକୋନଙ୍କ ଫିଲ୍ମକୁ କଙ୍ଗନା ତୀବ୍ର ସମାଲୋଚନା କରିଛନ୍ତି।
ବର୍ତ୍ତମାନ ଏବେ ଏହା ଦେଖିବାକୁ ପଡ଼ିବ କି, ବଲିଉଡର ଏକ ନୂଆ କ୍ୟାଟ୍ ଫାଇଟ୍ ଦେଖିବାକୁ ପଡିବ । କାହିଁକି ନା ଦୀପିକା ପାଦୁକୋନ ଏହି ପ୍ରସଙ୍ଗରେ ଚୁପ୍ ରହିବେ? ନା ମୁହଁ ଖୋଲିବେ । କଙ୍ଗନା ରାନାୱତ ଫିଲ୍ମକୁ ନେଇ କି ଇନଷ୍ଟା ଷ୍ଟୋରୀରେ ବହୁ କିଛି ଦେଖାଇ ଲେଖିଥିଲେ। ଏହା ବ୍ୟତୀତ ଲେଖିଛନ୍ତି କି ମୁଁ ଷ୍ଟାର ଅଫ ଦି ମିଲେନିୟମ କିନ୍ତୁ ତଥାପି ଏହିପରି ପ୍ରକାରର ରୋମାନ୍ସକୁ ଜାଣିଛି ଓ ଚିହ୍ନିଛି ।
ଏହା ସହ କଙ୍ଗନା ଲେଖିଛନ୍ତି କି ଖରାପ ଫିଲ୍ମ ଗୁଡ଼ିକ ଖରାପ ହିଁ ଅଟେ । ଆପଣ ଯେତେ ଶରୀର କିମ୍ବା ଅଶ୍ଳୀଳତା ଦେଖାନ୍ତୁ ନା କାହିଁକି, ଆପଣ ଏହାକୁ ବଞ୍ଚାଇ ପାରିବେ ନାହିଁ । ଏହି ପିଲ୍ମରେ ଗଭୀରତା ତଥା ଗେହରାଇୟାଁ ଭଳି କୌଣସି ଜିନିଷ ନାହିଁ ।

