ଅପରାଧ ରାଜ୍ୟ

କଖାରୁ ଗଛ ଓପଡାକୁ ନେଇ ତୁମୁଳକାଣ୍ଡ, ନାତିର ଠେଙ୍ଗା ମାଡରେ ଆଈର ମୃତ୍ୟୁ

ସମ୍ବଲପୁର ୨୫/୦୬: ନାତିର ଠେଙ୍ଗା ମାଡରେ ଆଈର ମୃତ୍ୟୁ । କଖାରୁ ଗଛ ଓପାଡି ଦେବାରୁ ଆଇକୁ ଠେଙ୍ଗାରି ପିଟି ହତ୍ୟା । ସମ୍ବଲପୁର କିସିଣ୍ଡା ଥାନା ବଲମ ପିତାବଳୀପଡାରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ଜଣକ ହେଲେ ସୁକାନ୍ତୀ ମୁଣ୍ଡା । ଗତକାଲି ରାତିରେ ଏହି ଘଟଣା ଘଟିଥିବାବେଳେ ପୋଲିସ ୨ ଜଣ ନାତିଙ୍କୁ ଗିରଫ କରିଛି ।

ନାତି ପରମେଶ୍ବରଙ୍କ ସ୍ତ୍ରୀ ଏକ କଖାରୁ ଗଛ ଲଗାଇଥିବାବେଳେ ତାକୁ କିଏ ଓପାଡି ଦେଇଥିଲେ । ସେପଟେ ପରମେଶ୍ୱର ରାଗ ରଖି ଆଈର କଖାରୁ ଗଛ ଓପାଡି ଦେବାରୁ ବଚସା ହୋଇଥିଲା । ଫଳରେ ପରମେଶ୍ୱର ଠେଙ୍ଗାରେ ଆଈକୁ ମାଡ ମାରିଥିଲେ । ଯେଉଁଥିପାଇଁ ଘଟମାସ୍ଥଳରେ ଆଈର ମୃତ୍ୟୁ ହୋଇଛି । ଏହି ଘଟଣାରେ ପରମେଶ୍ୱରଙ୍କ ସହ ତାଙ୍କ ଭାଇ ପଦ୍ମଚରଣ ମୁଣ୍ଡାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।