ରାଜ୍ୟ ସ୍ପେଶାଲ ରିପୋର୍ଟ

କଏନ୍ ନେବାକୁ ମନାକଲେ ଜେଲ୍; କଏନ୍‌ ନେବାକୁ ମନା କରିବା ଅପରାଧ: ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ କଏନ ଚଳୁନଥିବାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କଏନ୍‌ ଗ୍ରହଣ ନକଲେ ଆଇନ ଅନୁସାରେ ଦଣ୍ଡିତ ହେବାକୁ ପଡ଼ିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହା ଉପରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌, ଆଇନଜୀବୀ ଓ ବ୍ୟବସାୟୀ ମହାସଂଘ ମଧ୍ୟ ନିଜର ମତ ଦେଇଛନ୍ତି। କଏନ୍‌ ନେବାକୁ ମନା କରୁଥିବା ବ୍ୟକ୍ତି ଓ ସଂସ୍ଥାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆଇନରେ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି ବୋଲି ସେମାନେ କହିଛନ୍ତି। ଲିଗାଲ ଟେଣ୍ଡରକୁ ଗ୍ରହଣ ନକଲେ ଛଅ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଆଇପିସିର ଧାରା ୧୮୮ରେ ବ୍ୟବସ୍ଥା ରହିଛି।

କଏନ୍‌ ସମ୍ପର୍କିତ ମାମଲାରେ ସାତ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବା ସହ ଜରିମାନା ଗଣିବାକୁ ପଡ଼ିପାରେ ବୋଲି ଆଇନଜୀବୀମାନେ କହିଛନ୍ତି। କଏନ୍‌ ନେବାକୁ କେହି ମନା କଲେ ପୁଲିସରେ ଅଭିଯୋଗ କରିପାରିବେ। ଦଶ ଟଙ୍କିଆ କଏନ ହେଉ କି ଟଙ୍କକିଆ କଏନ୍। ବଜାରରେ ସନ୍ତୁଳନ ରକ୍ଷା କରିବାକୁ କେନ୍ଦ୍ର ସରକାର ଏହାକୁ ପ୍ରଚଳନ କରିଛନ୍ତି। କଏନ ନେବାକୁ ମନା କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରିଜର୍ଭ ବ୍ୟାଙ୍କ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ଏକଦମ୍ ଠିକ୍। କଏନ ସମ୍ପର୍କିତ ମାମଲାରେ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜରିମାନାର ମଧ୍ୟ ବ୍ୟବସ୍ଥା ରହିଛି ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ବନ ମହାନ୍ତି।
ରିର୍ଜଭ ବ୍ୟାଙ୍କ ହେଉଛି ସବୁ ବ୍ୟାଙ୍କର ମାଲିକ। ରିର୍ଜଭ ବ୍ୟାଙ୍କ ଯେଉଁ ନିୟମ ଆଣିବ ତାକୁ ଅନ୍ୟ ସବୁ ବ୍ୟାଙ୍କ ମାନିବା ଜରୁରୀ। ଯେଉଁ ବ୍ୟାଙ୍କ ଖୁଚୁରା ଟଙ୍କା ଗ୍ରହଣ କରୁନାହାନ୍ତି ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯିବା ଉଚିତ। ଇଣ୍ଡିଆନ୍ କରେନ୍ସି ଆକ୍ଟ ଓ ଭାରତୀୟ ପିଙ୍ଗଳ ଧାରା ଅନୁଯାୟୀ ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ବଜାରରେ ଯେଉଁ ବ୍ୟବସାୟୀ ଖୁଚୁରା ଟଙ୍କା ଗ୍ରହଣ କରୁ ନାହାନ୍ତି ସେମାନଙ୍କ ବିରୋଧରେ ମଧ୍ୟ ଥାନାରେ ଥାନାରେ ଅଭିଯୋଗ କରି ପାରିବେ ଗ୍ରାହକ। ଅଭିଯୋଗ ଆଧାରରେ ତାଙ୍କୁ ଜେଲ ଦଣ୍ଡ ସହିତ ଜରିମାନାର ମଧ୍ୟ ବ୍ୟବସ୍ଥା ରହିଛି ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ଚିତ୍ତ ରଂଜନ ଦାସ।
ଏ ସମ୍ପର୍କରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ରାଜୀବ ସାହୁ କହିଛନ୍ତି ଯେ କଏନ୍‌ ହେଉଛି ଲିଗାଲ ଟେଣ୍ଡର। ଏହାକୁ ଗ୍ରହଣ କରିବାକୁ ‌ସମସ୍ତେ ବାଧ୍ୟ। ଯଦି କେହି କଏନ୍‌ ନେବାକୁ ମନା କରିବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଏଥିପାଇଁ ଆଇନରେ ବ୍ୟବସ୍ଥା ରହିଛି। ଲିଗାଲ୍ ଟେଣ୍ଡରକୁ ଗ୍ରହଣ କରୁନଥିବା ଲୋକମାନଙ୍କ ପାଇଁ ଆଇପିସିର ଧାରା ୧୮୮ରେ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି। ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ।

ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି ଯେ କଏନ ଚଳୁଛି। ବେଳେ ବେଳେ ଟଙ୍କିକିଆ ଭଳି ଛୋଟ କଏନ୍‌ ଚଳିବନି ବୋଲି ଗୁଜବ ସୃଷ୍ଟି ହୁଏ। ସେଥିପାଇଁ କେତେକ ସ୍ଥାନରେ ସମସ୍ୟା ଦେଖାଦିଏ। ବ୍ୟାଙ୍କଗୁଡ଼ିକ କଏନ୍‌କୁ ଠିକ୍ ଭାବେ ଗ୍ରହଣ କଲେ ଏହି ସମସ୍ୟା ଦେଖାଦେବନି। କଏନ୍‌କୁ ନେଇ ଯେଉଁ ବିଭ୍ରାନ୍ତିକର ପ୍ରଚାର କିମ୍ବା ଗୁଜବ ସୃଷ୍ଟି ହେଉଛି ତାହା ପ୍ରତିହତ କରିବା ଲାଗି ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଉଚିତ। ଦ୍ବିତୀୟ କଥା ହେଉଛି ଦୋକାନୀମାନେ କଏନ୍‌ ଗ୍ରହଣ କରୁନାହାନ୍ତି ବୋଲି ଯେଉଁ ଅଭିଯୋଗ ହେଉଛି ତାହା ଠିକ୍ ନୁହେଁ। ଆମ ଦୃଷ୍ଟିକୁ ସେଭଳି କିଛି ଅଭିଯୋଗ ଆସିଛି। ତଥାପି ଆମ ମହାସଂଘ ଅଧୀନରେ ପରିଚାଳିତ ହେଉଥିବା ସବୁ ଦୋକାନୀ ଓ ବ୍ୟବସାୟୀମାନଙ୍କୁ କଏନ୍‌ ଗ୍ରହଣ କରିବା ଲାଗି କହିବୁ।

ବ୍ରହ୍ମପୁର ଓ ବାଲେଶ୍ବର ବସ୍ତାରେ ୧୦ ଟଙ୍କିଆ କଏନ ଓ ରାଜଧାନୀ ଭୁବନେଶ୍ବର ସମେତ କଟକ ଓ ଉପକୂଳ ଜିଲ୍ଲାରେ ଟଙ୍କିକିଆ( ଛୋଟ) କଏନ୍ ନ ଚଳିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବ୍ୟବସାୟୀମାନେ ଖୁଚୁରା ପଇସା ଗ୍ରହଣ ନ କରୁଥିବା କାରଣରୁ ଏବେ ସାଧାରଣ ଲୋକମାନେ ଅସୁବିଧା ସାମ୍ନା କରୁଛନ୍ତି। ବ୍ୟାଙ୍କ ମଧ୍ୟ ଖୁଚୁରା ପଇସା ଗ୍ରହଣ କରୁନାହିଁ। ବାଲେଶ୍ବରରେ ବାପଝିଅଙ୍କୁ ବ୍ୟାଙ୍କ ଫେରାଇ ଦେବା ଘଟଣାକୁ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।