ଅପରାଧ ରାଜ୍ୟ

କଂଗ୍ରେସ ଭବନରୁ ଚୋରି, କ୍ୟାପିଟାଲ ଥାନାରେ ଏତଲା ଦେଲେ ଅଫିସ ଇନଚାର୍ଜ

ଭୁବନେଶ୍ୱର ୧୮/୧୧: ରାଜଧାନୀର କେନ୍ଦ୍ରସ୍ଥଳ ଭାବେ ପରିଚିତ ମାଷ୍ଟରକ୍ୟାଣ୍ଟିନ ଛକର କଂଗ୍ରେସ ଭବନ ଏବେ ଅସୁରକ୍ଷିତ । ପୂର୍ବରୁ କଂଗ୍ରେସ ଭବନ ଉପରକୁ ଏକାଧିକ ଥର ବୋମାମାଡ଼ ଓ ଆକ୍ରମଣ ହୋଇଥିଲା । ସବୁଥର ଅଘଟଣ ଘଟିବା ପରେ ପୁଲିସ କଂଗ୍ରେସ ଭବନରେ ପହଞ୍ଚୁଥିଲା । ଏବେ ଭବନ ପରିସରରେ ଦୁର୍ବୃତ୍ତ ପଶି ଅସବାବପତ୍ର ଚୋରି କରିଲେଣି । ଏନେଇ କଂଗ୍ରେସ ଭବନ ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ଓଡି଼ଶା ପ୍ରଦେଶ କଂଗ୍ରେସ କମିଟି ବୈଦ୍ୟନାଥ ସ୍ୱାଇଁ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ତାଙ୍କ ଅଭିଯୋଗ ମୁତାବକ, କଂଗ୍ରେସ ଭବନରେ ୮ଟି ଏସି ସଂଯୋଗ କରାଯାଇଛି । ଏସବୁ ଏସିକୁ ସଂଯୁକ୍ତ କରୁଥିବା କପର ତାରଗୁଡ଼ିକ ବିଲ୍ଡିଂ ପଛପଟ କାନ୍ଥରେ ଲଗାଯାଇଛି । କିଛି ଦୁର୍ବୃତ୍ତ କାନ୍ଥରେ ଲଗାଯାଇଥିବା ଏହି କପର ତାରକୁ ଚୋରି କରି ନେଇଛନ୍ତି । ସେହିପରି ପରିସରରେ ଥିବା କିଛି ଚେୟାର ଓ ଅନ୍ୟ ଆସବାବପତ୍ର ମଧ୍ୟ ଚୋରି ହୋଇଯାଇଛି । ଖୁବ୍‌ଶୀଘ୍ର ଦୁର୍ବୃତ୍ତମାନଙ୍କୁ ଧରିବାକୁ ଶ୍ରୀ ସ୍ୱାଇଁ ପୁଲିସକୁ କହିଛନ୍ତି । ସେହିପରି କଂଗ୍ରେସ ଭବନରେ ଚାରିପାଖେ ରାତିବେଳା ପାଟ୍ରୋଲିଂ ବଢ଼ାଇବାକୁ ମଧ୍ୟ ନିବେଦନ କରାଯାଇଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।