ରାଜନୀତି ରାଜ୍ୟ

କଂଗ୍ରେସ ଆସିଲେ ଓବିସି ବିଭାଗ: ଅଜୟ ଯାଦବ

ଭୁବନେଶ୍ବର: କଂଗ୍ରେସ ଓବିସି ସେଲର ରାଷ୍ଟ୍ରୀୟ ଅଧ୍ୟକ୍ଷ କ୍ୟାପଟେନ ଅଜୟ ସିଂ ଯାଦବ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଉପଲକ୍ଷେ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଆୟୋଜିତ ଏକ ସମ୍ବର୍ଧନା ସଭା ଅନୁଷ୍ଠିତ ହେବା ସହିତ ଶ୍ରୀ ଯାଦବଙ୍କୁ ସମ୍ବର୍ଧିତ କରାଯାଇଥିଲା।

ଏହି ଅବସରରେ ଶ୍ରୀ ଯାଦବ କହିଥିଲେ ଯେ ଆଗାମୀ ଦିନରେ କେନ୍ଦ୍ରରେ କଂଗ୍ରେସ ଦଳ ସରକାର ଗଢ଼ିଲେ ଓବିସି ପାଇଁ ଏକ ନୂତନ ବିଭାଗ ପ୍ରତିଷ୍ଠା କରାଯିବ। ପଛୁଆବର୍ଗର ସଂରକ୍ଷଣକୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ। ନେତୃତ୍ବ ବିକାଶ ମିସନ ମାଧ୍ୟମରେ ଏସ୍‌ସି-ଏସ୍‌ଟି ବର୍ଗର ବିକାଶ ସହ ରାଜ୍ୟରେ ସାଧାରଣ ବର୍ଗ ଭିତରେ ଓବିସି ବହୁଳ ନିର୍ବାଚନ ମଣ୍ଡଳୀ ଚିହ୍ନଟ କରାଯାଇ ସେଠାରେ ଓବିସିଙ୍କୁ ସୁଯୋଗ ଦିଆଯିବ ବୋଲି ସେ କହିଥିଲେ।
ସମ୍ବର୍ଧନା ସଭାରେ ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ପ୍ରଦେଶ ଓବିସି ସେଲର ପ୍ରଭାରୀ ସରୋଜ ମହାତୋ, ମାନସ ଚୌଧୁରୀ, ବିଶ୍ବଜିତ ଦାଶ ପ୍ରମୁଖ ରାଜ୍ୟରେ ପଛୁଆବର୍ଗଙ୍କୁ ଏକତ୍ରିତ କରି ତାଙ୍କ ଅଧିକାରର ଲଢ଼େଇକୁ ଆଗେଇ ନେବା ପାଇଁ ମତାମତ ପ୍ରଦାନ କରିଥିଲେ। ଚିନ୍ମୟ ସୁନ୍ଦର ଦାସ ଧନ୍ୟବାଦ ଦେଇଥ‌ିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କଂଗ୍ରେସ ସଭାପତି ଜୟଦେବ ଜେନା, ଏଲଡିଏମ୍‌ ଓଡ଼ିଶା ପ୍ରଭାରୀ ରାଜକିଶୋର ବାରିକ, ବାଙ୍କନିଧି ବେହେରା, ମାନସ ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ତରୁଣ ମିଶ୍ର, ଜୟକୃଷ୍ଣ ସୁବୁଦ୍ଧି, ପ୍ରଭାତ ପ୍ରତାପ ସିଂ, ବିଷ୍ଣୁ ବାରିକ, ପ୍ରସନ୍ନ ନାୟକ, କୈଳାସ ଚନ୍ଦ୍ର ସାହୁ, ରଣଜିତ ପାତ୍ର, ମନୋରଂଜନ ରାଉତରାୟ, ଅନ୍ନପୂର୍ଣ୍ଣା ସାହୁ, ସତ୍ୟବ୍ରତ ନାୟକ, ରଜନୀ ମହାନ୍ତି ଓ ଅନ୍ୟମାନେ ସାମିଲ ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର