ରାଜ୍ୟ

କଂଗ୍ରେସଠୁ ମୋହନା ଆସନ ଛଡ଼ାଇବା ଲକ୍ଷ୍ୟରେ ବିଜେଡି

ରା.ଉଦୟଗିରି ରାଜନୈତିକ ଦୃଷ୍ଟିକୋଣରୁ ଗଜପତି ଜିଲ୍ଲା ୨୦୧୯ ସାଧାରଣ ନିର୍ବାଚନରେ ଅନ୍ୟତମ କାରଣରୁ ବିଶେଷ ଚର୍ଚ୍ଚାକୁ ଆସିଥିଲା। ଜିଲ୍ଲାର ଦୁଇଟିଯାକ ଆସନରୁ ଗଲା ୨୦୧୯ ନିର୍ବାଚନରେ ଅଣବିଜେଡି ବିଧାୟକ ବିଜୟୀ ହୋଇଥିଲେ। ପାରଳାଖେମୁଣ୍ଡି ଆସନରେ ପୂର୍ବତନ ବିଜେଡି ବିଧାୟକ କେ. ନାରାୟଣ ରାଓ ବିଜେପି ଟିକେଟ୍‌ରେ ଲଢ଼ି ବିଧାୟକ ହୋଇଥିଲେ। ସେଭଳି ମୋହନା ଆସନରେ କଂଗ୍ରେସ ପ୍ରାର୍ଥୀ ଦାଶରଥି ଗମାଙ୍ଗ ବିଜୟୀ ହୋଇଥିଲେ। ଏହାପରେ ରଣ‌କୌଶଳ ବଦଳାଇଛି ବିଜେଡି। ନିୟମିତ ବ୍ୟବଧାନରେ ଶହଶହ କର୍ମୀଙ୍କୁ ଦଳରେ ସାମିଲ କରିବା ସହ ନିର୍ବାଚନମଣ୍ଡଳୀର ଜଣାଶୁଣା ନେତା ଜଗବନ୍ଧୁ ଦାଶଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରିଛି। ଏପଟେ କଂଗ୍ରେସର ଗଡ଼ ଥିବା ଅନେକ ପଞ୍ଚାୟତରୁ କଂଗ୍ରେସ ନିୟମିତ ବ୍ୟବଧାନରେ କର୍ମୀଙ୍କୁ ହରାଇବାରେ ଲାଗିଛି। ଏହା ଭିତରେ ଭାଜପାର ଗୁପ୍ତ ବୈଠକମାନ ଚାଲିଛି।

ଦଳ ଗୋପନ ରଣନୀତି ପ୍ରସ୍ତୁତ କରୁଛି ଏହି ଆସନକୁ ହାତେଇବାକୁ। ଏଭଳି ସ୍ଥିତିରେ ଏଥର ମୋହନା ବିଧାନସଭା ଆସନ କଂଗ୍ରେସ ହାତରେ ରହିବ ନା ପ୍ରମୁଖ ଲଢ଼େଇରେ ବିଜେଡି ସହ ଭାଜପା ରହିବେ, ସେ ନେଇ ଉତ୍କଣ୍ଠା ବଢିଛି। ଜଗବନ୍ଧୁ ଦାଶ ବିଜେଡି ଜିଲ୍ଲା ସଭାପତି ମଙ୍ଗ ଧରିବା ପରଠାରୁ ବିଭିନ୍ନ ଦଳର କର୍ମୀ ଦଳତ୍ୟାଗ କରି ବିଜେଡିରେ ମିଶୁଛନ୍ତି। ପଞ୍ଚାୟତ ନିର୍ବାଚନକୁ ୨ମାସ ଥିଲା ଶ୍ରୀ ଦାସ ବିଜେଡିରେ ଯୋଗ ଦେଇଥିଲେ। ଏହାପରେ ଫଳାଫଳରୁ ତାଙ୍କ ନେତୃତ୍ବର ପ୍ରତିଫଳନ ଦେଖିବାକୁ ମିଳିଥିଲା। ସାତଟି ଯାକ ବ୍ଲକ୍‌ ଅଧ୍ୟକ୍ଷ ପଦରେ ବିଜେଡି ସମର୍ଥିତ ବିଜୟୀ ହୋଇ ଆସିଲେ। ଏହା ପରଠାରୁ ରାୟଗଡ଼, ମୋହନା, ନୂଆଗଡ଼ ଓ ରା.ଉଦୟଗିରି ବ୍ଲକ୍‌ରୁ ଆଶାଠାରୁ ଅଧିକ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି। ଏଭଳି ସ୍ଥିତିରେ ଉତ୍ସାହିତ ହୋଇ ବିଜେଡିରୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ୭ଜଣ ପ୍ରତ୍ୟାଶୀ ମଇଦାନକୁ ଓହ୍ଲାଇବାକୁ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ହେଲେ ପୁରୁଖା ନେତ୍ରୀ ନର୍ମଦା ଦଳାଇ, ରାଜୀବ ମଳିକ, ମୋଷା ମାଝୀ, ପ୍ରଶାସନିକ ଅଧିକାରୀ ବାଳମୁକୁନ୍ଦ ଭୂୟାଁ, ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ରଣସିଂହ ନାୟକ, ପୂର୍ବତନ ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ଓ ପୂର୍ଣ୍ଣବାସୀ ନାୟକ ପ୍ରମୁଖ। ଏମିତିରେ ସୁପ୍ରିମୋ କାହା ନାମ ସୁପାରିସ କରିବେ ଏବଂ ତା’ପରବର୍ତ୍ତୀ କନ୍ଦଳକୁ ପ୍ରଶମିତ କରିବା ଲାଗି ଶାସକ ଦଳ କି କୌଶଳ ଆପଣାଇବ, ସେ ନେଇ ଚିନ୍ତାରେ ଦଳୀୟ ସଭାପତି।

ଏପଟେ ଏକ୍‌ଲା ଚଲୋରେ ବିଶ୍ୱାସ ରଖୁଥିବା କଂଗ୍ରେସର ମୋହନା ବିଧାୟକ ଦାଶରଥି ଥରେ ବିଜେଡି ହାତରୁ ଏହି ଆସନ ଛଡ଼ାଇ ନେବା ପରେ ଏବଂ ବର୍ତ୍ତମାନ ନିୟମିତ ବ୍ୟବଧାନରେ କର୍ମୀ ଦଳ ଛାଡ଼ୁଥିଲେ ମଧ୍ୟ ଆଶା ହାରି ନାହାନ୍ତି। ପୁଣି ମୋହନା ମୁକୁଟ ପିନ୍ଧିବା ନେଇ ସେ ବେଶ୍‌ ଆଶାବାଦୀ। ଗଲା ଥର କଂଗ୍ରେସ ଏହି ଆସନରୁ ୫୩୭୦୫ ଭୋଟ ପାଇ ବିଜୟୀ ହୋଇଥିବାବେଳେ ବିଜେଡି ୫୧୩୫୧ଟି ଭୋଟ ପାଇ ଦ୍ବିତୀୟ ଏବଂ ଭାଜପା ୪୬୧୭୬ଟି ଭୋଟ ପାଇ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ। ଏହାକୁ ଆଧାର କରି ଏଥର କଂଗ୍ରେସ ପୁଣି ଭୋଟ ଭିକ୍ଷା କରିବାକୁ ଯୋଜନା ପ୍ରସ୍ତୁତ କରିଛି। ତେବେ ନିଜ କର୍ମୀଙ୍କୁ ନେଇ ଭିତିରିଆ ବୈଠକ ଚଳାଇଥିବା ଭାଜପାର ଅସଲ ରଣକୗଶଳ ବିଷୟରେ ଜାଣିବା ମୁସ୍କିଲ ହୋଇଛି। ସମ୍ଭବତଃ ଚଳିତ ମାସ ଶେଷସୁଦ୍ଧା ଭାଜପାର ରଣନୀତି ସ୍ପଷ୍ଟ ହୋଇଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।