ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଓଡ଼ିଶା ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ, ଆତ୍ମସମର୍ପଣ କରିବାକୁ ଦମ୍ପତିଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଏକ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ଏହି ମାମଲାରେ ୫ ବର୍ଷ ଦଣ୍ଡାଦେଶ ପରେ ଅନ୍ତରୀଣ ଜାମିନରେ ଥିବା ଦମ୍ପତି ସାବିତ୍ରୀ ସାମନ୍ତରାୟ ଓ ବିଦ୍ୟାଧର ପ୍ରହରାଜଙ୍କ ବେଲ୍‌ ବଣ୍ଡକୁ ସୁପ୍ରିମକୋର୍ଟ ବାତିଲ କରିବା ସହିତ ଦୁଇ ସପ୍ତାହ ଭିତରେ ‌ସେମାନଙ୍କୁ ଟ୍ରାଏଲ କୋର୍ଟଙ୍କ ନିକଟରେ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଦୁଇ ଅଭିଯୁକ୍ତ ଆତ୍ମସମର୍ପଣ ନ କରନ୍ତି ତାହାହେଲେ ସେମାନଙ୍କୁ ପୋଲିସ ହାଜତକୁ ପଠାଇ ଦିଆଯିବ ବୋଲି ରାୟରେ କହିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କ ଦ୍ବାରା ଦାୟର କରାଯାଇଥିବା ଅପିଲକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌ଭି ରମଣା, ବିଚାରପତି ଜଷ୍ଟିସ କେ ମୁରାରୀ ଓ ବିଚାରପତି ଜଷ୍ଟିସ ହୀମା କୋହଲୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଭାରତୀୟ ଏଭିଡେନ୍ସ ଆକ୍ଟର ଧାରା ୧୦୬ର ତର୍ଜମା ପରିପ୍ରେକ୍ଷୀରେ ଖଣ୍ଡପୀଠ ଉପରୋକ୍ତ ରାୟ ଶୁଣାଇଛନ୍ତି।

ବିବରଣୀରୁ ପ୍ରକାଶ ଯେ ଜଣେ ବ୍ୟକ୍ତିଙ୍କୁ ହତ୍ୟ‌ା ସଂପୃକ୍ତି ମାମଲ‌ାରେ ଓଡ଼ିଆ ଦମ୍ପତି ( ସାବିତ୍ରୀ ସାମନ୍ତରାୟ ଓ ବିଦ୍ୟାଧର ପ୍ରହରାଜ) ଓ ତାଙ୍କ ଝିଅଙ୍କୁ ଯାଜପୁର ସେସନ୍‌ସ କୋର୍ଟ ମାର୍ଚ ୩୦, ୨୦୧୫ରେ ଆଇପିସିର ଧାରା ୩୦୨ ଆଧାରରେ ଦୋଷୀ ସାବ୍ୟସ୍ତ କରି ତିନି ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଦଣ୍ଡାଦେଶକୁ ଚାଲେଂଜ କରି ଅଭିଯୁକ୍ତମାନଙ୍କ ପକ୍ଷରୁ ହାଇକୋର୍ଟରେ ଅପିଲ କରାଯାଇଥିଲା। ଅପିଲକୁ ହାଇକୋର୍ଟ ଗ୍ରହଣ କରି ଝିଅକୁ ସମସ୍ତ ଅଭିଯୋଗରୁ ଖଲାସ କରିଥିଲେ। ଅନ୍ୟ ପକ୍ଷରେ ଝିଅଙ୍କ ମାଆ ଓ ବାପାଙ୍କ ଉପରେ ଲଗାଯାଇଥିବା ଧାରା ୩୦୨ର ସଂଶୋଧନ କରି ଆଇପିସିର ୩୦୪(୨) ଧାରା ଅନ୍ତର୍ଗତ ଆଜୀବନ କାରାବାସ ଦଣ୍ଡାଦେଶକୁ ହ୍ରାସ କରି ୫ ବର୍ଷ ଦଣ୍ଡାଦେଶ ଦେଇଥିଲେ। ହାଇକୋର୍ଟଙ୍କ ଆଦେଶକୁ ଚାଲେଞ୍ଜ କରି ଅଭିଯୁକ୍ତଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଅପିଲ କରାଯାଇଥିଲା।

ସୁପ୍ରିମକୋର୍ଟ ଦୁଇ ଅଭିଯୁକ୍ତଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ ସହ ମାମଲାର ଶୁଣାଣି କରିଥିଲେ। ଅଭିଯୁକ୍ତଙ୍କ ଦ୍ବାରା ସର୍ବୋଚ୍ଚ ନ୍ୟାୟାଳୟରେ ହାଇକୋର୍ଟ ଏଭିଡେନ୍ସ ଆକ୍ଟର ଧାରା ୧୦୬କୁ ଆଧାର କରି ଦଣ୍ଡାଦେଶ ହୋଇଥିବାକୁ ଏହା ସଠିକ ନୁହେଁ ବୋଲି ଯୁକ୍ତି ଉପସ୍ଥାପନ କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଏହି ମାମଲାରେ ଏଭିଡେନ୍ସ ଆକ୍ଟର ଧାରା ୧୦୬ ଲଗାଯାଇ ପାରିବ। ରାୟରେ ସୁପ୍ରିମକୋର୍ଟ କହିଛନ୍ତି, ଅପିଲକର୍ତ୍ତା ନିଜ ସପକ୍ଷରେ ବିଶ୍ବସନୀୟ ପ୍ରମାଣ ଦେବାରେ ବିଫଳ ହୋଇଛନ୍ତି। ସମଗ୍ର ଘଟଣାଚକ୍ର ଅପିଲକର୍ତ୍ତାଙ୍କ ଅପରାଧ ଆଡ଼କୁ ଇଙ୍ଗିତ କରୁଛି। ପ୍ରସିକ୍ୟୁସନ ପକ୍ଷ ଅପରାଧ କରିବା ପାଇଁ ଅପିଲକର୍ତ୍ତାଙ୍କ ଉଦ୍ଦେଶ୍ୟକୁ ସ୍ଥାପିତ କରିବାରେ ସଫଳ ରହିଛି ବୋଲି ସୁପ୍ରିମକୋର୍ଟ ରାୟରେ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ