ଖେଳ ଦେଶ ବିଦେଶ

ଓଡ଼ିଶା ଓପନ୍‌ କ୍ବାର୍ଟରରେ ଶ୍ବେତପର୍ଣ୍ଣା

ଭୁବନେଶ୍ବର: ଓଡ଼ିଆ ଝିଅ ଶ୍ବେତପର୍ଣ୍ଣା ପଣ୍ଡା କଟକର ‌ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ଓପନ୍‌ ସୁପର ୧୦୦ ଆନ୍ତର୍ଜାତିକ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ମିଶ୍ରିତ ଯୁଗଳ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର ପ୍ରିକ୍ବାର୍ଟର ଫାଇନାଲ୍‌ରେ ସେ ତାଙ୍କ ସାଥୀ ବାଳକେଶରୀ ଯାଦବ ୧୨-୨୧, ୧୩-୨୧, ୧୯-୨୧ରେ ଅନ୍ୟତମ ଭାରତୀୟ ଯୋଡ଼ି ଅଶିତ ସୂର୍ଯ୍ୟ ଓ ପ୍ରାଞ୍ଜଳ ପ୍ରଭୁ ଚିମୁଲକରଙ୍କୁ ପରାସ୍ତ କରିଥିଲେ। ଶ୍ବେତପର୍ଣ୍ଣା ଓ ବାଲକେଶରୀ କ୍ବାର୍ଟର ଫାଇନାଲ୍‌ରେ ରାହୁଲ କୁମାର ସାହା ଓ ରୁଦ୍ରାଣୀ ଜୟସ୍ବାଲଙ୍କୁ ଭେଟିବେ। ଅନ୍ୟ ଭାରତୀୟ ତାରକା ପୁରୁଷ ଖେଳାଳିଙ୍କ ତୃତୀୟ ମାନ୍ୟତାପ୍ରାପ୍ତ ଶୁଭଙ୍କର ଦେ, ପ୍ରିୟାଂଶୁ ରାଜୱତ, ମିଥୁନ ମଞ୍ଜୁନାଥ ଓ କିରଣ ଜର୍ଜ ପ୍ରିକ୍ବାର୍ଟର ଫାଇନାଲ୍‌ ବାଧା ଅତିକ୍ରମ କରିଛନ୍ତି। ଶୁଭଙ୍କର ୨୧-୧୬, ୨୧-୧୪ରେ ରାହୁଲ ଯାଦବଙ୍କୁ, ପ୍ରିୟାଂଶୁ ୨୧-୧୩, ୨୧-୧୨ରେ ନିଜ ଦେଶର ସତୀଶ କୁମାର କରୁଣାକରନଙ୍କୁ, ମିଥୁନ ୨୧-୧୧, ୨୧-୧୮ରେ ମାଲେସିଆର ଚିମ୍‌ ଜୁନ୍‌ ୱେଇଙ୍କୁ ଏବଂ କିରଣ ୨୧-୧୨, ୨୧-୧୩ରେ ଚିରାଗ ସେନ୍‌ଙ୍କୁ ପରାସ୍ତ କରିଥିଲେ। ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ମାଳବିକା ବନ୍‌ସୁଦ, ସାମିୟା ଇମାଦ ଫାରୁକି, ଅସ୍ମିତା ଚାଲିହା ସ୍ଥାନ ପକ୍କା କରିଛନ୍ତି।

ମାଳବିକା ୨୧-୧୫, ୨୧-୧୩ରେ ତସ୍‌ମିନ୍‌ ମିର୍‌ଙ୍କୁ, ସାମିୟା ୨୧-୧୧, ୨୧-୧୩ରେ ଅଞ୍ଜନା କୁମ‌ାରୀଙ୍କୁ ଏବଂ ଅସ୍ମିତା ୨୧-୧୭, ୨୧-୧୬ରେ ଅନୁପମା ଉପାଧ୍ୟାୟଙ୍କୁ ପରାସ୍ତ କରିଥିଲେ। ତେବେ ଏକମାତ୍ର ବିଦେଶୀ ଖେଳାଳି ଭାବେ ଆମେରିକାର ଈଶିକା ଜୟସ୍ବାଲ ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି। ଈଶିକା୧୮-୨୧, ୨୭-୨୫, ୨୧-୧୮ରେ ଭାରତର ଦୀପଶିକ୍ଷା ସିଂହଙ୍କୁ ମାତ୍‌ ଦେଇଥିଲେ। ପୁରୁଷ ଯୁଗଳରେ ପଞ୍ଚମ ମାନ୍ୟତାପ୍ରାପ୍ତ ଯୋଡ଼ି କୃଷ୍ଣ ପ୍ରସାଦ ଓ ବି‌ଷ୍ଣୁ ଭର୍ଷନ ୨୧-୧୨, ୨୧-୧୭ରେ ଅଚ୍ୟୁତଦିତ୍ୟ ରାଓ ଓ ଭେଙ୍କଟ ହର୍ଷବର୍ଦ୍ଧନଙ୍କୁ ହରାଇ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ। ଅଷ୍ଟମ ମାନ୍ୟତାପ୍ରାପ୍ତ ଭାରତୀୟ ମହିଳା ଯୋଡ଼ି ସଞ୍ଜୋଗୀତା ଘୋରପାଡ଼େ ଓ ଶ୍ରୁତି ମିଶ୍ର ୧୭-୨୧, ୨୧-୧୮, ୨୧-୧୭ରେ ମେହେରିନ ରିଜା ଓ ଆରତୀ ସାରା ସୁନିଲଙ୍କୁ ପରାସ୍ତ କରି କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ଗୁରୁବାର ତୃତୀୟ ଦିସବରେ ମୋଟ ୩୩ ମ୍ୟାଚ୍‌ ଧାର୍ଯ୍ୟ ଥିଲା ବେଳେ ୩୨ ଖେଳାଯାଇଥିଲା। ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୧୭ ଦେଶରୁ ୩୫୦ରୁ ଉର୍ଦ୍ଧ୍ବ ଖେଳାଳି ଅଂଶଗ୍ରହଣ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ