ଖେଳ ଦେଶ ବିଦେଶ

ଓଡ଼ିଶାରେ ହେବ ଇଣ୍ଡିଆନ୍‌ ୱିମେନ୍ସ ଲିଗ୍‌ ଓଡ଼ିଶା ମହିଳା ଲିଗ୍‌ ଉଦ୍‌ଘାଟିତ‌‌

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମ୍‌ ଏବେ ହକି ପରେ ଫୁଟ୍‌ବଲ୍‌ ହବ୍‌ ହେବାକୁ ଯାଉଛି। ରବିବାରଠାରୁ ଏଠାରେ ଓଡ଼ିଶା ୱିମେନ୍ସ ଲିଗ୍ ଆରମ୍ଭ ହୋଇଥିବା ବେଳେ ୨୦୨୦-୨୧ ଋତୁର ହିରୋ ଇଣ୍ଡିଆନ୍ ୱିମେନ୍ସ ଲିଗ୍ (ଆଇଡବ୍‌ଲ୍ୟୁଏଲ୍‌) ଓଡ଼ିଶାରେ ଖେଳାଯିବ ବୋଲି ଭାରତୀୟ ଫୁଟ୍‌ବଲ୍ ମହାସଂଘ (ଏଆଇଏଫଏଫ୍‌) ଘୋଷଣା କରିଛି। ତେବେ ଏହାର ତାରିଖ ଘୋଷଣା କରାଯାଇନାହିଁ। ଓଡ଼ିଶା ଖେଳାଳିମାନେ କିନ୍ତୁ ଘରୋଇ ମାଟିରେ ଆଇଡବ୍‌ଲ୍ୟୁଏଲ୍‌ରେ ଖେଳିବାର ସୁଯୋଗ ପାଇବା ନିଶ୍ଚିତ ହୋଇଛି। ଅତୀତରେ ରାଇଜିଂ ଷ୍ଟୁଡେଣ୍ଟ ଦଳ ଥରେ ଲେଖାଏଁ ବିଜେତା (୨୦୧୭-୧୮) ଏବଂ ଉପବିଜେତା (୨୦୧୬-୧୭) ହେବାର ଗୌରବ ମଧ୍ୟ ଅର୍ଜନ କରିସାରିଛି।

ହିରୋ ଇଣ୍ଡିଆନ୍ ୱିମେନ୍ସ ଲିଗ୍‌ ଘୋଷଣା କରିବା ଅବସରରେ ଏଆଇଏଫ୍‌ଏଫ୍‌ ମଧ୍ୟ ଓଡ଼ିଶା ସରକାରଙ୍କ ଉଚ୍ଚ ପ୍ରଶଂସା କରିଛି। ଭିତ୍ତିଭୂମି ନିର୍ମାଣ ସହିତ ସମସ୍ତ ବର୍ଗର ‌ଖେଳାଳିଙ୍କୁ ଓଡ଼ିଶା ସରକାର ଯୋଗାଇ ଦେଉଥିବା ସୁବିଧା ସୁଯୋଗ ଲାଗି ଭାରତୀୟ ଫୁଟ୍‌ବଲ୍ ଆଗକୁ ବଢ଼ୁଛି ବୋଲି ମହାସଂଘ ପ୍ରକାଶ କରିଛି। ଏଆଇଏଫଏଫ୍‌ ସଭାପତି ପ୍ରଫୁଲ୍ଲ ପଟେଲ୍ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି, ‘ଓଡ଼ିଶା ସରକାର ଭାରତୀୟ ଫୁଟ୍‌ବଲ୍‌ର ଏକ ବଡ଼ ସମର୍ଥକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ା ସଚିବ ବିଶାଲ କୁମାର ଦେବ, ନିର୍ଦେଶକ ଭିନିଲ କ୍ରିଷ୍ଣା ଏବଂ ସମ୍ପୂର୍ଣ୍ଣ କ୍ରୀଡ଼ା ଓ ଯୁବସେବା ବିଭାଗ ଇଣ୍ଡିଆନ୍‌ ୱିମେନ୍ସ ଲିଗ୍ (ଆଇଡବ୍‌ଲ୍ୟୁଏଲ୍‌)କୁ ପୂର୍ଣ୍ଣ ସମର୍ଥନ କରିଛନ୍ତି। ବିଗତ କିଛି ବର୍ଷ ଏହି ପ୍ରତିଯୋଗିତା ଉଦୀୟମାନ ମହିଳା ଫୁଟ୍‌ବଲର୍‌ମାନଙ୍କୁ ପ୍ରତିଭା ପ୍ରଦର୍ଶନର ସୁଯୋଗ ଦେବା ସହିତ ଫୁଟ୍‌ବଲକୁ କ୍ୟାରିୟର୍‌ କରିବାର ବିଶ୍ବାସ‌ ଦେଇଛି’। ଦେଶରେ ମହିଳା ଫୁଟ୍‌ବଲର ବିକାଶ ପାଇଁ ଏଆଇଏଫଏଫ୍‌ ସଙ୍କଳ୍ପବଦ୍ଧ ରହିଛି ବୋଲି ଦାବି କରିଛି। ସୂଚନାଯୋଗ୍ୟ, ୨୦୨୨ରେ ଭାରତରେ ଏଏଫସି ମହିଳା ଏସିଆନ୍‌ କପ୍‌ ଏବଂ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ ଆୟୋଜିତ ହେବାକୁ ଯାଉଛି। ଫଳରେ ୨୦୨୦-୨୧ ଆଇଡବ୍‌ଲ୍ୟୁଏଲ୍‌ ଭାରତୀୟ ଦଳ ଚୟନ ଲାଗି ପ୍ଲାଟ୍‌ଫର୍ମ ଯୋଗାଇଦେବ। ଦୀର୍ଘଦିନ ଧରି ମହିଳା ଫୁଟ୍‌ବଲ୍ ସହିତ ଓଡ଼ିଶାର ସମ୍ପର୍କ ନିବିଡ଼ ରହିଛି ଏବଂ ମହିଳା ସଶକ୍ତିକରଣର ମୁଁ ଜଣେ ବଡ଼ ସମର୍ଥକ ହୋଇଥିବାରୁ ଆଇଡବ୍‌ଲ୍ୟୁଏଲ୍‌ ଦେଶରେ ମହିଳା ଫୁଟ୍‌ବଲ୍‌ର ବିକାଶରେ ବଡ଼ ଯୋଗଦାନ ରଖିବ ବୋଲି ପ୍ରକାଶ କରିଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେ‌ରା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ