ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଓଡ଼ିଆରେ ଦୁର୍ବଳ ଓଡ଼ିଆ ପିଲା, ମାତୃଭାଷାରେ ପଛୁଆ ଦଶମ ପିଲା

ଭୁବନେଶ୍ବର : ମାତୃଭାଷାରେ ଦଶମ ଶ୍ରେଣୀ ପିଲା ଦୁର୍ବଳ। ଭଲ ଭାବେ ଶିକ୍ଷା ଗ୍ରହଣ କରୁନାହାନ୍ତି। ଠିକ୍‌ ଭାବେ ବୁଝୁନାହାନ୍ତି କି ପ୍ରଶ୍ନର ଉତ୍ତର ଲେଖି ପାରୁନାହାନ୍ତି। ଭଲ ରେଜଲ୍ଟ କରୁନାହାନ୍ତି। ହିନ୍ଦୀ ହେଉ କି ଓଡ଼ିଆ, ସବୁ ଭାଷାରେ ଏଭଳି ସ୍ଥିତି। ଜାତୀୟସ୍ତର‌‌ରେ ଦଶମ ଶ୍ରେଣୀ ପିଲା ମାତୃଭାଷାରେ ଦୁର୍ବଳ ରହିଥିବା ବେଳେ ଓଡ଼ିଶାରେ ଆହୁରି ଦୟନୀୟ ସ୍ଥିତି। ଜାତୀୟସ୍ତରରେ ୪୧% ପିଲା ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ଓଡ଼ିଶାରେ ଏହି ହାର ୩୮% ରହିଛି। ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ମାତୃଭାଷାରେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ମାତ୍ର ଅନ୍ୟ ସମସ୍ତ ବିଷୟରେ ଦୁର୍ବଳ। ମାତୃଭାଷାରେ ଓଡ଼ିଶାର ଛାତ୍ରୀଙ୍କ ସଫଳତା ହାର ୩୯% ଓ ଛାତ୍ରଙ୍କର ୩୮% ରହିଛି। ସହରାଞ୍ଚଳରେ ଥିବା ବିଦ୍ୟାଳୟର ପିଲାମାନେ ଏହି ବିଷୟରେ ଭଲ କରୁଥିବାବେଳେ ଗ୍ରାମାଞ୍ଚଳ ସ୍କୁଲର ପିଲାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ସହରାଞ୍ଚଳରେ ମାତୃଭାଷାରେ ସଫଳତା ହାର ୪୧% ଏବଂ ଗ୍ରାମାଞ୍ଚଳରେ ୩୮% ରହିଛି।

ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ରାଜ୍ୟ ସରକାର ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ମଧ୍ୟ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାତୃଭାଷା, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ଓ ଇଂରାଜୀ ବିଷୟରେ ଉନ୍ନତ ପ୍ରଦର୍ଶନ କରି ପାରୁନାହାନ୍ତି। ଯାହାକି ସଦ୍ୟତମ ପ୍ରକାଶିତ ନ୍ୟାସନାଲ ଆଚିଭ୍‌ମେଣ୍ଟ ସର୍ଭେ(ନାସ୍‌) ‌ରିପୋର୍ଟରେ ଦେଖିବାକୁ ମିଳିଛି। କେନ୍ଦ୍ରୀୟ ସ୍କୁଲର ଛାତ୍ରଛାତ୍ରୀ ତୁଳନାରେ ଘରୋଇ ସ୍କୁଲର ଦଶମ ଶ୍ରେଣୀ ପିଲାଙ୍କ ପ୍ରଦର୍ଶନ ସମସ୍ତ ବିଷୟରେ ଉନ୍ନତ ରହିଥିବା ଏହି ରିପୋର୍ଟରେ ଦେଖିବାକୁ ମିଳିଛି।

ସାମଜିକ ବିଜ୍ଞାନରେ ଜାତୀୟ ହାର ୩୭% ଥିବାବେଳେ ଓଡ଼ିଶା ପିଲାଙ୍କ ସଫଳତା ହାର ୩୬% ରହିଛି। ବିଜ୍ଞାନରେ ଜାତୀୟ ହାର ୩୫% ଥିବାବେଳେ ରାଜ୍ୟରେ ୩୪%, ଇଂରାଜୀରେ ଯଥାକ୍ରମେ ୪୩% ଓ ୪୨% ରହିଛି। ମାତ୍ର ନାସ୍‌ ପରୀକ୍ଷାର ଗଣିତ ବିଷୟରେ ଓଡ଼ିଶାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଜାତୀୟହାରଠାରୁ ଉନ୍ନତମାନର ହୋଇଛି। ଇଂରାଜୀରେ ଗ୍ରାମାଞ୍ଚଳ ପିଲାଙ୍କଠାରୁ ଢେର୍‌ ଆଗରେ ସହରାଞ୍ଚଳ ପିଲା ରହିଛନ୍ତି। ଗ୍ରାମାଞ୍ଚଳର ୩୯% ପିଲା ଇଂରାଜୀରେ ଭଲ ପ୍ରଦର୍ଶନ କରିଥିବା ବେଳେ ସହରାଞ୍ଚଳରେ ୫୨% ହୋଇଛି। ସରକାରୀ ବିଦ୍ୟାଳୟଗୁଡ଼ିକ ତୁଳନାରେ ଘରୋଇ ବିଦ୍ୟାଳୟ ପିଲା ଇଂରାଜୀ ବିଷୟରେ ଢେର୍ ଆଗରେ ରହିଛନ୍ତି। ଅନୁସୂଚିତ ଜାତି(ଏସ୍‌ସି) ଓ ଅନୁସୂଚିତ ଜନଜାତି(ଏସ୍‌ଟି) ବର୍ଗର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ କୌଣସି ବି ବିଷୟରେ ସେତେଟା ଉତ୍ସାହଜନକ ଫଳ କରିନାହାନ୍ତି। ମାତୃଭାଷାରେ ବହୁ ଦୁର୍ବଳ କରିଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି