ଖେଳ ଦେଶ ବିଦେଶ

ଓ୍ୱର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଟିମ୍ ଇଣ୍ଡିଆ, ହାତରେ କଳାପଟି ବାନ୍ଧିଲେ ଖେଳାଳି

ନୂଆଦିଲ୍ଲୀ ୦୫/୦୩: ଅଷ୍ଟ୍ରେଲିଆର ମହାନ ବୋଲର ଶେନ ଓ୍ୱର୍ଣ୍ଣ ଆଉ ନାହାଁନ୍ତି । ଶୁକ୍ରବାର ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ସାରା ବିଶ୍ୱର କ୍ରିକେଟର ଓ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଶନିବାର ଯେତେବେଳେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ୍ ସିରିଜର ଦ୍ୱିତୀୟ ଦିନ ଖେଳ ଆରମ୍ଭ ହୋଇଥିଲା, ଟିମ୍ ସଦସ୍ୟ ହାତରେ କଳାପଟି ବାନ୍ଧିଥିବା ଦେଖିବାକୁ ମିଳିଥିଲା ।

ଦ୍ୱିତୀୟ ଦିନ ଖେଳ ଆରମ୍ଭ ହେବା ପରେ ଉଭୟ ଭାରତ ଓ ଶ୍ରୀଲଙ୍କା ଖେଳାଳି ଦୁଇ ମିନିଟ୍ ଧରି ନିରବ ରହିଥିଲେ । ଏହାସହ ଖେଳାଳି ହାତରେ କଳା ପଟି ବାନ୍ଧିଥିଲେ । ଏପରି ଭାବେ ସେମାନେ ଓ୍ୱର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଓ୍ୱର୍ଣ୍ଣଙ୍କ ଦେହାନ୍ତରେ ଇମୋଶନାଲ ମେସେଜ ଦେଇଛନ୍ତି । ବିସିସିଆଇ ତରଫରୁ ରୋହିତଙ୍କ ଏକ ଭିଡିଓ ସେୟାର କରାଯାଇଛି । ଏଥିରେ ରୋହିତ କହୁଛନ୍ତି ଯେ, ଓ୍ୱର୍ଣ୍ଣଙ୍କ ଦେହାନ୍ତ ଖବର ଶୁଣି ସେ ଖୁବ୍ ମର୍ମାହତ ହୋଇଛନ୍ତି । ଏହା କ୍ରିକେଟ ଜଗତ ପାଇଁ ବହୁତ ବଡ ଝଟ୍‌କା ଅଟେ । ଯୁବ ଖେଳାଳିଙ୍କୁ ପ୍ରେରଣା ଦେଉଥିଲେ ଓ୍ୱର୍ଣ୍ଣ ବୋଲି କହିଛନ୍ତି ରୋହିତ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ