ଦେଶ ବିଦେଶ ମନୋରଞ୍ଜନ

ଓସ୍କାର ମଞ୍ଚ ଉପରେ ପତ୍ନୀଙ୍କୁ ଥଟ୍ଟା କରୁଥିଲେ ହୋଷ୍ଟ, ସହିପାରିଲେନି ୱିଲ୍ ସ୍ମିଥ୍, ରାଗିଯାଇ କଣ କଲେ

ନୂଆଦିଲ୍ଲୀ ୨୮/୦୩ : କଳା ଜଗତ ସହିତ ଜଡିତ ପ୍ରତ୍ୟେକ କଳାକାର ଏବଂ ବ୍ୟକ୍ତି ବିଶେଷ ସିନେମା ଜଗତର ସବୁଠାରୁ ବଡ ପର୍ବ ଓସ୍କାରର ଇଭେଣ୍ଟକୁ ଅପେକ୍ଷା କରି ରହିଥାନ୍ତି । ବିଶ୍ୱର ବିଭିନ୍ନ ସ୍ଥାନରୁ ତାରକାମାନେ ଏଠାରେ ଉପସ୍ଥିତ ହୁଅନ୍ତି । ଯେଉଁଠାରେ ଏହି ଶୋ’ର ନିଜର ଗରିମା ପାଇଁ ଜଣାଶୁଣା ଥିବାବେଳେ ବେଳେ ବେଳେ ଏହି ଶୋ’ରେ ଅନେକ ଥର ବିବାଦ ମଧ୍ୟ ଦେଖିବାକୁ ମିଳିଥାଏ । ଏଥର ମଧ୍ୟ ଓସ୍କାରରେ ଏକ ବଡ଼ ଅଘଟଣ ଘଟିଛି ।

ଏଥର ଓସ୍କାର ସମାରୋହର ମଞ୍ଚରେ ଏମିତି କିଛି ଘଟିଛି, ଯାହା ନାଁ ଆଗରୁ କେବେ କେହି ଦେଖିଥିବେ ନାଁ କରିଥିବେ । ହଲିଉଡ଼ର ଫେମସ ଅଭିନେତା ୱିଲ୍ ସ୍ମିଥ୍ ସୋ’ର ହୋଷ୍ଟ କରୁଥିବା ହାସ୍ୟ ଅଭିନେତା କ୍ରିସ୍ ରକଙ୍କୁ ସମସ୍ତଙ୍କ ସାମ୍ନାରେ ମଞ୍ଚ ଉପରେ ମାଡ ମାରିଛନ୍ତି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଥାଉକି, ହୋଷ୍ଟ କ୍ରିସ୍ ରକ୍ ସ୍ମିଥଙ୍କ ପତ୍ନୀ ପିଙ୍କେଟଙ୍କ ବିଷୟରେ ଥଟ୍ଟା କରୁଥିଲେ । ବାସ୍ ଏହା ଜାଣିବା ପରେ ନିଜ ରାଗ ଉପରେ କଣ୍ଟ୍ରୋଲ ହରାଇବସିଲେ ସ୍ମିଥ୍ । ମଞ୍ଚ ଉପରେ ଚଢି ଖଉବ ଜୋରରେ ହୋଷ୍ଟଙ୍କୁ ମାରିଥିଲେ ମାଡ । ଅବଶ୍ୟ, ଏହା କେବଳ ଥଟ୍ଟା ପରିହାସ କି ସତ ଘଟଣା ତାହା ଏଯାଏଁ ସ୍ପଷ୍ଟ ହୋଇନି ।

ଘଟଣାକୁ ନେଇ ସୋସିଆଲ ମିଡିଆରେ ବହୁତ କିଛି କମେଣ୍ଟ ଆସୁଛି । କ୍ରିସ୍ ରକ୍ ସ୍ମିଥଙ୍କ ଏପରି ବ୍ୟବହାର ପରେ କିଛି ସମୟ ପାଇଁ ଛିଡା ହୋଇ ରହିଯାଇଥିଲେ । ସ୍ମିଥ କେବଳ ମାଡି ମାରିନଥିଲେ ମଞ୍ତରୁ ତଳକୁ ଯାଇ ଚେୟାରର ବସି ରାଗିଯାଏ କିଛି କହିଥିଲେ । କହିଥିଲେ କିଁ ଆଉଥରେ ତୁମ ପାଟିରୁ କେବେ ମୋ ପତ୍ନୀଙ୍କ ନାମ ମୁଁ ନଶୁଣେ । କ୍ରିସ୍ ମଧ୍ୟ ଉତ୍ତର ଦେଇଥିଲେ କି ଆଉ କେବେ ଏମିତି ଭୁଲ ହେବନି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ