ଦେଶ ବିଦେଶ ମନୋରଞ୍ଜନ

ଓସ୍କାର ଦୌଡ଼‌ରେ ‘ଦି ହ୍ବାଇଟ୍‌ ଟାଇଗର୍‌’

ବିଶ୍ବ ସିନେମାର ଶ୍ରେଷ୍ଠ ସମ୍ମାନ ଓସ୍କାର ଭାବେ ପରିଚିତ ଏକାଡେମି ପୁରସ୍କାର ପାଇଁ ଆଜି ବିଭିନ୍ନ ନାମ ସୁପାରିସ କରାଯାଇଛି। ଆଜି ସକାଳେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ବାମୀ ତଥା ଗାୟକ ନିକ୍‌ ଜୋନାସ୍‌ ଓସ୍କାର-୨୦୨୧ ବା ୯୩ତମ ଏକାଡେମି ପୁରସ୍କାରର ବିଭିନ୍ନ ବିଭାଗ ପାଇଁ ଏହି ନାମଗୁଡ଼ିକ ଘୋଷଣା କରିଛନ୍ତି। ସେଥିରେ ନିଜେ ପ୍ରିୟଙ୍କା ଚୋପ୍ରା ଅଭିନୟ କରିଥିବା ଅଭିନୀତ ‘ଦି ହ୍ବାଇଟ୍‌ ଟାଇଗର’ ଚଳଚ୍ଚିତ୍ର ନାମକୁ ଶ୍ରେଷ୍ଠ ଅନୁକୂଳିତ ପ୍ରଚ୍ଛଦପଟ ବର୍ଗ ପାଇଁ ସୁପାରିସ କରାଯାଇଛି।

ସେହିପରି ଶ୍ରେଷ୍ଠ ସିନେମାବର୍ଗ ପାଇଁ ‘ଦି ଫାଦର’, ‘ଜୁଡାସ୍‌ ଆଣ୍ଡ୍‌ ଦି ବ୍ଲାକ ମେସିହା’, ‘ମାଙ୍କ୍‌’, ‘ମିନାରି’, ‘ନୋମାଡ଼ଲାଣ୍ଡ୍‌’, ‘ପ୍ରମିଜିଂ ୟଙ୍ଗ୍‌ ଓମାନ୍‌’, ‘ସାଉଣ୍ଡ୍‌ ଅଫ୍‌ ମେଟାଲ୍‌’ ଓ ‘ଦି ଟ୍ରାଏଲ ଅଫ୍‌ ଦି ସିକାଗୋ’ ଆଦି ନାମ ରହିଛି। ଶ୍ରେଷ୍ଠ ନିର୍ଦ୍ଦେଶକ ପାଇଁ ଥମାସ ଭିଣ୍ଟରବର୍ଗ(ଆନାଦର ରାଉଣ୍ଡ୍‌), ଏମରାଲ୍ଡ ଫେନ୍ନେଲ(ପ୍ରମିଜିଂ ୟଙ୍ଗ ଓମେନ୍‌), ଡେଭିଡ୍‌ ଫିଞ୍ଚର(ମାଙ୍କ୍‌), ଲି ଆଇଜାକ୍‌ ଚଙ୍କ୍‌(ମିନାରି) ଓ କ୍ଳୋ ଝାଓ(ନୋମାଡ଼ଲାଣ୍ଡ୍‌)ଙ୍କ ନାମ ସୁପାରିସ କରାଯାଇଛି। ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ବର୍ଗ ପାଇଁ ମଧ୍ୟ ୫ଟି ଲେଖାଏଁ ନାମ ସୁପାରିସ କରାଯାଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ