ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ

ଓମ୍‌ବାଡ୍‌ସି ବାଟବଣା: ରାଜ୍ୟ ପାଣ୍ଠିରେ ୨୦ ହଜାର କୋଟି, ଜିଲ୍ଲାକୁ ମିଳୁନି!

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ସୁନ୍ଦରଗଡ଼, (ଡମ୍ବରୁଧର ନାୟକ): ଖଣି ପ୍ରଭାବିତ ଅଞ୍ଚଳ ଓ ଅଧିବାସୀଙ୍କ ବିକାଶ ପାଇଁ ସ୍ବତନ୍ତ୍ର ଭାବେ ଗଠିତ ଓଡ଼ିଶା ଖଣି କ୍ଷେତ୍ର ବିକାଶ ନିଗମ (ଓମ୍‌ବାଡ୍‌ସି) ଅଧିକାରୀମାନଙ୍କ ମନମର୍ଜିରେ ଚାଲିଛି। ଓଡ଼ିଶା ଖଣି କ୍ଷେତ୍ର ବିକାଶ ନିଗମ ରାଜ୍ୟ ପାଣ୍ଠିରେ ୨୦,୧୧୦ କୋଟି ଟଙ୍କା ଜମା ରହିଥିବାବେଳେ ୨୦୨୨ ନଭେମ୍ବର ୩୦ ସୁଦ୍ଧା ୯ଟି ଜିଲ୍ଲାରେ ମାତ୍ର ୫,୪୮୬ କୋଟି ଖର୍ଚ୍ଚ କରାଯାଇଛି। ୧୭,୬୦୪ କୋଟିର ୫୩ଟି ପ୍ରକଳ୍ପ ନିର୍ଦ୍ଦେଶକ ପରିଷଦରେ ଅନୁମୋଦିତ ହୋଇଥିଲେ ମଧ୍ୟ ମାତ୍ର ୮,୪୯୨ କୋଟି ପ୍ରଦାନ କରାଯାଇଛି। ପ୍ରକଳ୍ପଗୁଡ଼ିକ ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି। ଏହାସତ୍ତ୍ବେ ମଧ୍ୟ ତାକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ୨୦୧୪ ଡିସେମ୍ବର ୨ରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକ୍ରମେ ସ୍ବତନ୍ତ୍ର ଭାବେ ଖଣି ପ୍ରଭାବିତ ଅଞ୍ଚଳର ଆଦିବାସୀଙ୍କ କଲ୍ୟାଣ ପାଇଁ ଓମ୍‌ବାଡ୍‌ସି ଗଠନ କରାଯାଇଥିଲା। ଏଥିରେ ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ରାୟଗଡ଼ା, ସୁନ୍ଦରଗଡ଼ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପାଇଁ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ, ଶିକ୍ଷା ତାଲିମ ଓ କୌଶଳ ବିକାଶ, ସ୍ବାସ୍ଥ୍ୟ, ଅଙ୍ଗନବାଡ଼ି, ଜୀବିକା ପ୍ରୋତ୍ସାହନ, ଗ୍ରାମାଞ୍ଚଳ ସଡ଼କ ସଂଯୋଗ, ପରିବେଶ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ, ଜଳ ସଂରକ୍ଷଣ, ଭୂତଳ ଜଳ ପରିଚାଳନା ଆଦି ପ୍ରକଳ୍ପ ବା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ, ଗୋଟିଏପଟେ ପାଣ୍ଠି ପ୍ରଦାନ କରା ନ ଯିବା ଓ ଅନ୍ୟପଟେ ଲାଭଖୋର ନିର୍ମାଣକାରୀ ସଂସ୍ଥା ସହ ଅସାଧୁ ଅଧିକାରୀଙ୍କ ଦୁର୍ନୀତି, ଅନିୟମିତତା ଯୋଗୁ ପ୍ରକଳ୍ପ କାମସବୁ ଅତି ନିମ୍ନମାନର ହେଉଛି। ଅନେକ ପ୍ରକଳ୍ପ ବର୍ଷ ବର୍ଷ ଧରି ଶେଷ ହେଉନାହିଁ।

ପଛୁଆ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଓମ୍‌ବାଡ୍‌ସି ପାଣ୍ଠିରେ ନିର୍ମାଣ ହେଉଥିବା ବୃହତ୍‌ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ଉଦାହରଣ ଭାବେ ନିଆଯାଇପାରେ। ପଞ୍ଚାୟତିରାଜ ଓ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଓମ୍‌ବାଡ୍‌ସିର ୩୧୨ କୋଟି ବ୍ୟୟରେ ଜିଲ୍ଲାର ହେମଗିର, ଲେଫ୍ରିପଡ଼ାର ୧୧ ପଞ୍ଚାୟତ, କୁତ୍ରା ଓ ରାଜଗାଙ୍ଗପୁର ବ୍ଲକ୍‌ର ୭ଟି ପଞ୍ଚାୟତରେ ଏହି ପ୍ରକଳ୍ପ କାମ ଚାଲିଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଲେଫ୍ରିପଡ଼ା(ଅଂଶ)‌, ଟାଙ୍ଗରପାଲି,‌ ବାଲିଶଙ୍କରା, ସବଡେଗା ଓ ବଡ଼ଗାଁ ବ୍ଲକ ପାଇଁ ଅର୍ଥ ଯୋଗାଇ ଦିଆଯାଇଛି। କିନ୍ତୁ, ପ୍ରଥମ ପର୍ଯ୍ୟାୟରେ ହେମଗିର, କୁତ୍ରା ଓ ରାଜଗାଙ୍ଗପୁର ବ୍ଲକ୍‌ରେ ଆରମ୍ଭ ହୋଇଥିବା ପାନୀୟଜଳ ପ୍ରକଳ୍ପ କାମ ଏ ଯାଏ ସରିନି। ୨୦୧୯ ଡିସେମ୍ବର ୧୭ରେ ଆରମ୍ଭ ହୋଇଥିବା କାମ ୨୦୨୧ ଡିସେମ୍ବରରେ ସରିବାକୁ ଥିଲା। କିନ୍ତୁ, ଅଢ଼େଇ ବର୍ଷ ପରେ ବି ପାଇପ୍‌ ପୋତା କାମ ଶେଷ ହୋଇପାରିନି। ବହୁ ଗାଁରେ ପାଇପ୍‌ ପୋତା କାମ ଅଧାରେ ରହିଛି। କାର୍ଯ୍ୟ ଅବଧିକୁ ୨୦୨୨ ଡିସେମ୍ବର ଯାଏ ବୃଦ୍ଧି କରାଯାଇଥିଲେ ମଧ୍ୟ ଆହୁରି ବହୁ କାମ ବାକି ରହିଛି। ଏଥିପାଇଁ ଆବଶ୍ୟକ ଶେଷ ପର୍ଯ୍ୟାୟ ଅର୍ଥ ରାଜ୍ୟ ପାଣ୍ଠି ପକାଇ ରଖିଥିବା ଅଭିଯୋଗ ହୋଇଛି। କେବଳ ଏହି ଗୋଟିଏ ପ୍ରକଳ୍ପ ନୁହେଁ, ସମନ୍ବିତ ଶିଶୁ ବିକାଶ କାର୍ଯ୍ୟକ୍ରମର ମାତ୍ର ୪୪ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଥିବାବେଳେ ଶିକ୍ଷା କ୍ଷେତ୍ରରେ ଏସ୍‌ଟି/ଏସ୍‌ସି ଉନ୍ନୟନ ବିଭାଗ ଆଶ୍ରମ ସ୍କୁଲ ବାବଦକୁ ମାତ୍ର ୬୧ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି।

ଅନ୍ୟପକ୍ଷରେ, ବହୁକୋଟିର ବୃହତ୍‌ ପ୍ରକଳ୍ପ ସବୁ ହାତକୁ ନିଆଯାଉଥିବାବେଳେ ତାହା ପ୍ରଭାବିତ ଅଧିବାସୀ ବା ଅଞ୍ଚଳର ବିକାଶ ପାଇଁ କେତେ ସହାୟକ ହେବ, ସେ ନେଇ କୌଣସି ତର୍ଜମା କରାଯାଉନାହିଁ। ଏହାଛଡ଼ା ପାଣ୍ଠି ପ୍ରଦାନରେ ମଧ୍ୟ ଅକାରଣ ବିଳମ୍ବ କରାଯାଉଛି। ସେଥିପାଇଁ ଖଣି ଅଞ୍ଚଳର ବିକାଶ ବାଟବଣା ହୋଇଯାଉଥିବା ଅଭିଯୋଗ ହୋଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ