ଦେଶ ବିଦେଶ ସ୍ୱାସ୍ଥ୍ୟ

ଓମିକ୍ରନ୍ ଯୋଗୁଁ ସ୍ଥଗିତ ହେଲା ‘ଗ୍ରାମୀ ଆୱାର୍ଡ୍ସ’ ସେରିମନି, ଜାଣନ୍ତୁ କେବେ ହେବ ଆୟୋଜନ

ନୂଆଦିଲ୍ଲୀ ୦୬/୦୧: ଗତ ଦୁଇ ବର୍ଷ ମଧ୍ୟରେ ଦୁନିଆରେ ଅନେକ ପରିବର୍ତ୍ତନ ହୋଇଛି। କରୋନା ମହାମାରୀ ସବୁଆଡେ ଅନିଶ୍ଚିତତା ସୃଷ୍ଟି କରିଛି। ଗତ କିଛି ଦିନ ହେବ ସବୁକିଛି ସ୍ୱାଭାବିକ ଥିଲା। ସିନେମା ହଲରେ ଫିଲ୍ମ ରିଲିଜ୍ ହେଉଥିଲା ଏବଂ ଷ୍ଟାରମାନେ ଆୱାର୍ଡ ଶୋ’ରେ ଯୋଗ ଦେଉଥିଲେ। କିନ୍ତୁ ବର୍ତ୍ତମାନ ପୁଣି ଥରେ ସମଗ୍ର ବିଶ୍ୱରେ କରୋନା ଭାଇରସର ନୂଆ ରୂପ ‘ଓମିକ୍ରନ୍’ର ବୃଦ୍ଧି ଘଟୁଛି। ତେଣୁ, ଏଥିପାଇଁ ‘ଗ୍ରାମୀ ଆୱାର୍ଡ୍ସ’ ଇଭେଣ୍ଟକୁ ନେଇ ବର୍ତ୍ତମାନ ଏକ ବଡ ନିଷ୍ପତ୍ତି ନିଆଯାଇଛି।

ଲସ୍ ଆଞ୍ଜେଲସରେ ଆୟୋଜିତ ହେବାକୁ ଥିବା ‘ଗ୍ରାମୀ ଆୱାର୍ଡ୍ସ’ ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି। ଜାନୁଆରୀ ୩୧ ରେ ଲସ୍ ଏଞ୍ଜଜେଲ୍ସର କ୍ରିପ୍ଟୋ ଡଟ୍ କମ୍ ଏରିନା ଠାରେ ଏହି ଇଭେଣ୍ଟ ଅନୁଷ୍ଠିତ ହେବାର ଥିଲା। ଇଭେଣ୍ଟର ନୂତନ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

ରେକର୍ଡିଂ ଏକାଡେମୀ କହିଛି, ସହର ଏବଂ ରାଜ୍ୟ ଅଧିକାରୀ, ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ବିଶେଷଜ୍ଞ, କଳାକାର ସମ୍ପ୍ରଦାୟ ଏବଂ ଆମର ଅନେକ ସହକର୍ମୀଙ୍କ ସହ ବିଚାର କରିବା ପରେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଓମିକ୍ରନ୍ ଯୋଗୁଁ ଜାନୁଆରୀ ୩୧ ରେ ଇଭେଣ୍ଟ ଆୟୋଜନ କରିବାରେ ଅତ୍ୟଧିକ ବିପଦ ରହିଥିଲା।

ଗତ ବର୍ଷ ମଧ୍ୟ କୋଭିଡ -୧୯ ହେତୁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। ୨୦୨୧ରେ, ଏହାକୁ ଜାନୁଆରୀ ମାସରେ ସ୍ଥଗିତ ରଖାଯାଇ ମାର୍ଚ୍ଚ ମାସରେ ଲସ୍ ଏଞ୍ଜଲ୍ସରେ ‘କନଭେନସନ୍ ସେଣ୍ଟର୍’ରେ ଅନୁଷ୍ଠିତ ହୋଇଥିଲା। ଗ୍ରାମୀ ବ୍ୟତୀତ ଗତ ବର୍ଷ ଅନେକ ବଡ ଆୱାର୍ଡ ଶୋ’ ମଧ୍ୟ ସ୍ଥଗିତ ରଖାଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ