ଦେଶ ବିଦେଶ ସ୍ୱାସ୍ଥ୍ୟ

ଓମିକ୍ରନ୍ ଭାରିଏଣ୍ଟର ଦ୍ରୁତ ସଂକ୍ରମଣ ବୃଦ୍ଧିକୁ ନେଇ ଡବ୍ଲ୍ୟୁଏଚ୍‌ଓ ଚେତାବନୀ: ଭୟଙ୍କର ହେଉଛି ଓମିକ୍ରନ୍, ସତର୍କ ଓ ସଚେତନ ରୁହ

ଜେନେଭା/ନୂଆଦିଲ୍ଲୀ, ୨୮ା୧୨: ମହାମାରୀ କରୋନାର ନୂଆ ଭାରିଏଣ୍ଟ ଓମିକ୍ରୋନ୍‌ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ବିଶ୍ୱର ଅନେକ ଦେଶରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଥିବାରୁ ସେଠାରେ କରୋନା କଟକଣାକୁ ପୁଣିଥରେ କଡ଼ାକଡ଼ି କରାଯାଇଛି । ଏହାରି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍‌ଓ) ପକ୍ଷରୁ ବୁଧବାର ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ ଓମିକ୍ରନ୍‌ ଭାରିଏଣ୍ଟର ବିପଦ ଏବେ ବଢ଼ି ବଢ଼ି ଚାଲିଛି । ଦିନକୁ ଦିନ ଭୟଙ୍କର ହେଉଛି ଓମିକ୍ରନ୍‌ । ଗତ ସପ୍ତାହରେ ବିଶ୍ୱସ୍ତରରେ କୋଭିଡ୍‌-୧୯ ମାମଲାରେ ୧୧ ପ୍ରତିଶତ ବୃଦ୍ଧି ରେକର୍ଡ କରାଯିବା ପରେ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଏପରି ବିବୃତ୍ତି ଜାରି କରାଯାଇଛି ।

କୋଭିଡ୍‌-୧୯ର ସାପ୍ତାହିକ ଅପଡେଟ୍‌ରେ ଡବ୍ଲୁଏଚ୍‌ଓ ପକ୍ଷରୁ କୁହାଯାଇଛି ଯେ ଅନେକ ରାଷ୍ଟ୍ରରେ କୋଭଡ଼ି-୧୯୯ ମାମଲାର ଦ୍ରୁତ ଅଭିବୃଦ୍ଧି ପଛରେ ଓମିକ୍ରନ୍‌ ଭାରିଏଣ୍ଟ ରହିଛି । କେତେକ ରାଷ୍ଟ୍ରରେ ଓମିକ୍ରନ୍‌ ଭାରିଏଣ୍ଟ ସଂକ୍ରମିତଙ୍କ ସଂଖ୍ୟା ସେଠାରେ ପୂର୍ବରୁ ଥିବା ଡେଲ୍‌ଟା ଭାରିଏଣ୍ଟ ସଂକ୍ରମିତଙ୍କ ସଂଖ୍ୟାକୁ ଅତିକ୍ରମ କରିସାରିଲାଣି । ତେଣୁ ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ଯେ ଡେଲ୍‌ଟା ଭାରିଏଣ୍ଟ ତୁଳନାରେ ଓମିକ୍ରନ୍‌ ଭାରିଏଣ୍ଟ ଦ୍ରୁତ ଗତିରେ ସଂକ୍ରମଣ କରାଉଛି ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି । ବ୍ରିଟେନ୍‌, ଆମେରିକା ଭଳି ରାଷ୍ଟ୍ରରେ ଓମିକ୍ରନ୍‌ ଭାରିଏଣ୍ଟ ଦ୍ରୁତ ଗତିରେ ବ୍ୟାପୁଛି । ଏହି ଦେଶଗୁଡ଼ିକରେ ଏବେ ଓମିକ୍ରନ୍‌ ଅଧିକ ପ୍ରଭାବଶାଳୀ ଭାରିଏଣ୍ଟ ହୋଇ ସାରିଲାଣି ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଏହି ରିପୋର୍ଟରେ ଦର୍ଶାଯାଇଛି । ତେବେ ଓମିକ୍ରନ୍‌ର ଗମ୍ଭିରତା ସମ୍ପର୍କରେ ଜାଣିବାକୁ ଏବେ ଅଧିକ ଗବେଷଣା ଓ ତଥ୍ୟ ବିଶ୍ଲେଷଣର ଆବଶ୍ୟକତା ଥିବା ଡବ୍ଲ୍ୟୁଏଚ୍‌ଓ ରିପୋର୍ଟରେ ଦର୍ଶାଯାଇଛି । କୋଭିଡ୍‌ରେ ପୂର୍ବରୁ ଆକ୍ରାନ୍ତ ଲୋକଙ୍କ ଉପରେ ଓମିକ୍ରନ୍‌ କ’ଣ ପ୍ରଭାବ ପକାଉଛି ତାହା ମଧ୍ୟ ଅନୁଶୀଳନ କରାଯାଉଛି ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ