ଦେଶ ବିଦେଶ ସ୍ୱାସ୍ଥ୍ୟ

ଓମିକ୍ରନ୍ ପାଇଁ ମଡର୍ଣ୍ଣା ବୁଷ୍ଟର ଡୋଜ୍ । ଗୋଟିଏ ଡୋଜ୍ ନେବା ପରେ ପୂର୍ବ ତୁଳନାରେ ୨୦ ଗୁଣା ବୃଦ୍ଧି ପାଉଛି ଆଣ୍ଟିବଡି ସ୍ତର

ଓମିକ୍ରନ୍ ପାଇଁ ମଡର୍ଣ୍ଣା ବୁଷ୍ଟର ଡୋଜ୍ । କରୋନାର ଏହି ନୂଆ ଭ୍ୟାରିଆଣ୍ଟରୁ ରକ୍ଷା ପାଇବା ପାଇଁ ବୁଷ୍ଟର ଡୋଜ୍ ଉପରେ ମଡର୍ଣ୍ଣା ଅଧ୍ୟୟନ ଆରମ୍ଭ କରିଛି । ଫାଇଜର ଓ ବାୟୋ ଏନ୍ ଟେକ୍ ଓମିକ୍ରନ୍ ପାଇଁ ନିର୍ଦ୍ଦିଷ୍ଟ ଡୋଜ୍ ଉପରେ ଅଧ୍ୟୟନ କରୁଥିବା କହିବା ପରେ ମଡର୍ଣ୍ଣା ପକ୍ଷରୁ ମଧ୍ୟ ଅଧ୍ୟୟନ କରାଯାଉଥିବା କୁହାଯାଇଛି । ଏକ ଛୋଟ ଲାବରୋଟାରୀରୁ କରାଯାଇଥିବା ଅଧ୍ୟୟନର ତଥ୍ୟ ମଧ୍ୟ ଦେଇଛି ମଡର୍ଣ୍ଣା ।

ଏଥିରେ କୁହାଯାଇଛି ଯେ, ଓମିକ୍ରନ୍ ସଂକ୍ରମଣ ବିରୋଧରେ ବୁଷ୍ଟର ଡୋଜ୍ ଦ୍ୱାରା ମିଳିଥିବା ସୁରକ୍ଷା ୬ ମାସ ମଧ୍ୟରେ କମ୍ ହେବାର ସମ୍ଭାବନା ରହିଛି । ବର୍ତମାନ ବୁଷ୍ଟରର ଗୋଟିଏ ମାତ୍ର ଡୋଜ୍ ନେବା ପରେ ଓମିକ୍ରନ୍ ବିରୋଧୀ ଆଂଟିବଡି ସ୍ତର ପୂର୍ବ ତୁଳନାରେ ୨୦ ଗୁଣା ବୃଦ୍ଧି ପାଇଥାଏ । ୬ ମାସ ପରେ ଆଂଟିବଡି ସ୍ତର ୬ ଗୁଣା ଅଧିକ କମ୍ ହୋଇଯାଉଛି । ଏହି ସମୟରେ ପ୍ରଥମ କରୋନା ଉପରେ ଆଂଟିବଡ଼ି ପାଖାପାଖି ଦୁଇ ଗୁଣା ବୃଦ୍ଧି ପାଇଥାଏ । ମଡର୍ଣ୍ଣା କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, ଭବିଷ୍ୟତର ବିପଦକୁ ଦୃଷ୍ଟିରେ ରଖି ଓମିକ୍ରନ୍ ପାଇଁ ବୁଷ୍ଟର ଡୋଜକୁ ବିକଶିତ କରାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ