ଦେଶ ବିଦେଶ ସ୍ୱାସ୍ଥ୍ୟ

ଓମିକ୍ରନ୍‌ ଆବିଷ୍କୃତ ହେବା ପରଠାରୁ ୫ଲକ୍ଷ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ: ଅତ୍ୟନ୍ତ ଦୁଃଖ ଦାୟକ କହି ଶୋକ ପ୍ରକାଶ କଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ଜିନିଭା: ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ଆବିଷ୍କୃତ ହେବା ପରଠାରୁ କୋଭିଡ୍‌-୧୯ ଜନିତ ୫ ଲକ୍ଷ ମୃତ୍ୟୁ ନିମନ୍ତେ ମଙ୍ଗଳବାର ଦିନ ଶୋକ ପ୍ରକାଶ କରି ବିଶ୍ବବ୍ୟାପୀ ୧୩୦ ନିୟୁତ ସଂକ୍ରମଣ ମାମଲା ଓ ୫୦୦,୦୦୦ ମୃତ୍ୟୁ ରେକର୍ଡ କରାଯାଇଛି।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସାମାଜିକ ଗଣମାଧ୍ୟମ ଚାନେଲ୍‌ରେ ‘ଲାଇଭ୍‌ ଇଣ୍ଟର୍‌ଆକ୍ସନ୍‌’ ସମୟରେ ମହମ୍ମଦ୍‌ କହିଛନ୍ତି, ଫଳପ୍ରଦ ଟିକା ଯୁଗରେ ଅର୍ଦ୍ଧ ନିୟୁତ ଜନତା ମରିବା ବାସ୍ତବିକ ଦୁଃଖଦାୟକ। ‘ଓମିକ୍ରନ୍‌’କୁ ସାମାନ୍ୟ ବୋଲି କହୁଥିବା ବେଳେ ଏହା ଚିହ୍ନଟ ହେବା ଠାରୁ ଅର୍ଦ୍ଧ ନିୟୁତ ଜନତା ଯେ ପ୍ରାଣ ହରାଇଲେଣି, ଏ କଥାଟିକୁ ସମସ୍ତେ ଛାଡ଼ି ଯାଉଛନ୍ତି।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ‘କୋଭିଡ୍‌-୧୯ ଟେକ୍ନିକାଲ୍‌ ଲିଡ୍‌’ ମାରିଆ ଭାନ୍‌ କେର୍‌ଖୋଭ୍‌ କହିଛନ୍ତି ଯେ, ଓମିକ୍ରନ୍‌ ସଂକ୍ରମଣ ମାମଲାର ଦ୍ରୁତ ବୃଦ୍ଧି ଆଶ୍ଚର୍ଯ୍ୟକର ନିଶ୍ଚୟ। ଏଯାବତ୍‌ ରେକର୍ଡ ହୋଇଥିବା ସଂକ୍ରମଣ ଏବଂ ମୃତ୍ୟୁର ପ୍ରକୃତ ସଂଖ୍ୟା ‌ଯଥେଷ୍ଟ ଅଧିକ ହେବ। ଏହା ପୂର୍ବ ସଂକ୍ରମଣର ଶୀର୍ଷକୁ ପ୍ରାୟ ସମାନ୍ତରଳ ଅବସ୍ଥାକୁ ନେଇ ଆସିଛି।

ଏବେ ମଧ୍ୟ ଆମେ ମହାମାରୀ ଘେରରେ ଅଛନ୍ତି। ମୋର ଆଶା ଏହାର ଅବସାନର ନିକଟତର ହୋଇଆସୁଛି। ଏବେ ମଧ୍ୟ ଅନେକ ଦେଶରେ ଓମିକ୍ରନ୍‌ ସଂକ୍ରମଣ ଶୀର୍ଷରେ ପହଞ୍ଚିନାହିଁ। ଏହି ଭୂତାଣୁ ନିଜକୁ ବିପଜ୍ଜନକ ସାବ୍ୟସ୍ତ କରିଚାଲିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ