ରାଜ୍ୟ ସ୍ୱାସ୍ଥ୍ୟ

ଓମିକ୍ରନ୍‌ ଅଧିକ ସଂକ୍ରମଣ କରିବ, କିନ୍ତୁ ଗୁରୁତର ନୁହେଁ-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର ୦୩।୦୧: ଯେଉଁମାନେ ବିଦେଶରୁ ଫେରୁଛନ୍ତି । ସେମାନଙ୍କର ଟେଷ୍ଟ ହେଉଛି । ପଜିଟିଭ୍ ଆସିଲା ପରେ ଜିନମ୍‌ ସିକ୍ୟୁଏନ୍ସି କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରବିବାର ୨୩ ଜଣ ଓମିକ୍ରନ ଭିତରୁ ୧୯ ଜଣଙ୍କ ଲକ୍ଷଣ ନାହିଁ। ବହୁତ କମ୍ ଲୋକଙ୍କ ଠାରେ ସିମ୍‌ଟମ୍‌ ରହିଥିବା ବେଳେ ଅନ୍ୟମାନଙ୍କ ଠାରେ ମାଇଲଡ଼ ସିମ୍‌ଟମ୍‌ ରହିଛି। ସେମାନଙ୍କ ମଧ୍ୟରୁ ଲୋକାଲ ମଧ୍ୟ ରହିଛନ୍ତି। କମ୍ୟୁନିଟିରେ ଭାଇରସ ଅଛି । ଗୋଷ୍ଠୀରେ ଓମିକ୍ରନ ରହିଛି, ତାକୁ ଚିହ୍ନଟ କରାଯାଉଛି। ଓମିକ୍ରନ୍‌ ଅଧିକ ସଂକ୍ରମଣ କରିବ, ଗୁରୁତର ନୁହେଁ ।

ତେଣୁ ଭିଡ଼ ଜମାନ୍ତୁ ନାହିଁ। କୋଭିଡ ନିୟମ ମାନନ୍ତୁ। ନହେଲେ ସଂଖ୍ୟା ବଢିବ। ସରକାର ସବୁ ପ୍ରକାର ତଥ୍ୟ ନେଉଛନ୍ତି। ଜିଲ୍ଲାପାଳମାନେ ଗାଇଡଲାଇନ ଅନୁସାରେ କଟକଣା କରିବେ। ଲୋକାଲରେ ଓମିକ୍ରନ ଅଛି। ଚିହ୍ନଟ ହେଉଛି। ତେଣୁ ସଂକ୍ରମଣ ହେବ । ସମସ୍ତେ ସଚେତନ ହେବା ଦରକାର ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ ସୁଦ୍ଧା ୩୭ଜଣ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରବିବାର ଦିନ ଏକାଥରକେ ୨୩ ଜଣ ଓମିକ୍ରନ୍ ଚିହ୍ନଟ ହୋଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ