ରାଜ୍ୟ ସ୍ପେଶାଲ ରିପୋର୍ଟ

ଓବିସିରେ ସାମିଲ ଲାଗି ୨୦ ଜାତି ଚିହ୍ନଟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ରେ ସାମିଲ ଲାଗି ଓଡ଼ିଶାର ୨୦ ଜାତିକୁ ଚିହ୍ନଟ କରାଯାଇଛି। ଏସମ୍ପର୍କରେ ଓବିସି କମିସନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ସୁପାରିସ ମଧ୍ୟ ହୋଇଛି। ଭୁଲ୍‌ ବନାନ ଲାଗି ବହୁ ଜାତି ପଛୁଆ ବର୍ଗ ତାଲିକାରୁ ବାଦ୍‌ ପଡ଼ିଛନ୍ତି। ଏବେ ସର୍ଭେ କରାଯିବା ସହ ଶୁଣାଣି ଜାରି ରହିଥିବା ଓବିସି କମିସନ ସଦସ୍ୟା ପ୍ରଫେସର ମିତାଲି ଚିନ୍ନାରା କହିଛନ୍ତି।
ଶନିବାରଠାରୁ ବିହାରରେ ଜାତିଭିତ୍ତିକ ଜନଗଣନା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କେବେ ଜନଗଣନା ଆରମ୍ଭ ହେବ? ସେଥିରେ ଓବିସି ବର୍ଗରେ ସାମିଲ ହୋଇଥିବା ଜାତିକୁ ଅଲଗା ଭାବେ ଗଣନା କରାଯିବ କି ନାହିଁ ସେନେଇ ଆଲୋଚନା ଚାଲିଛି। ଏଭଳି ସମୟରେ ଓବିସି କମିସନଙ୍କ ପରାମର୍ଶକୁ ରାଜ୍ୟ ସରକାର କିଭଳି ଭାବେ କାର୍ଯ୍ୟକାରୀ କରୁଛନ୍ତି ତାହା ଉପରେ ନଜର ରହିଛି। କାରଣ ୨୦୨୦ ଫେବ୍ରୁଆରିରେ ରାଜ୍ୟ ସରକାର ଓବିସି କମିସନ ଗଠନ କରିଥିଲେ। କମିସନ ଅଧ୍ୟକ୍ଷ ଭାବେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରଘୁନାଥ ବିଶ୍ୱାଳ ରହିଥିବା ବେଳେ ପ୍ରଫେସର ନବନୀତା ରଥ, ପ୍ରଫେସର ମିତାଲି ଚିନ୍ନାରା ଓ ପ୍ରସନ୍ନ କୁମାର ପାତ୍ର ସଦସ୍ୟ ରହିଛନ୍ତି। ଓଡ଼ିଶା ରାଜ୍ୟ ଓବିସି ଆଇନ ୧୯୯୩ ଅନୁଯାୟୀ ଏହି କମିସନ ଗଠନ ହୋଇଥିଲା। ରାଜ୍ୟରେ ପଛୁଆବର୍ଗଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିର ସର୍ଭେ କରି ସେମାନଙ୍କୁ ସମୁଚିତ ନ୍ୟାୟ ପ୍ରଦାନ କରିବା କମିସନଙ୍କ ପ୍ରମୁଖ କାର୍ଯ୍ୟ। ପଛୁଆବର୍ଗଙ୍କ ସମସ୍ୟା ଶୁଣିବା ସହ ସେମାନଙ୍କ କଲ୍ୟାଣ ପାଇଁ କମିସନ ବିହିତ ପଦକ୍ଷେପ ନେବାକୁ ସ୍ଥିର ହୋଇଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।