ରାଜ୍ୟ

ଓପିଜିସି ଅଫିସର୍‌ ଆସୋସିଏସନର ନୂଆ କର୍ମକର୍ତ୍ତା

ଇବ୍‌ଥର୍ମାଲ : ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଓପିଜିସିର ଇବ୍‌ତାପଜ ବିଦ୍ୟୁତ କେନ୍ଦ୍ରସ୍ଥିତ ଅଫିସର୍‌ କ୍ଲବ୍‌ ପରିସରରେ ଅଫିସର୍‌ ଆସୋସିଏସନ୍‌ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଧନଞ୍ଜୟ ପ୍ରଧାନ-ସଭାପତି, ଅଜୟ ମାଝୀ ଓ କୃଷ୍ଣଚନ୍ଦ୍ର ସାମନ୍ତରାୟ- ଉପସଭାପତି, ଧରଣୀଧର ବେହେରା-ସାଧାରଣ ସଂପାଦକ, ଧୀରେନ୍ଦ୍ର ନାୟକ ଓ ସୁଶାନ୍ତ ମିଶ୍ର- ସହସଂପାଦକ, ଚନ୍ଦନ ପରିଡ଼ା-କୋଷାଧ୍ୟକ୍ଷ ଏବଂ କାର୍ଯ୍ୟନିର୍ବାହୀ ସଭ୍ୟ ଭାବେ ବାଉରୀବନ୍ଧୁ ବେହେରା, ପିକେ ମହାନ୍ତି, ଅମଳେନ୍ଦୁ ନନ୍ଦ, ସନ୍ତୋଷ ପଟ୍ଟନାୟକ ଓ ସୀତାରାମ ସାହୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ପ୍ରଭାକର ପ୍ରଧାନ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇଥିଲେ। ଆସୋସିଏସନ୍‌ର ମୁଖ୍ୟ ଉପଦେଷ୍ଟା ଭାବେ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଉପଦେଷ୍ଟା ଭାବରେ ପ୍ରଦୀପ ମହାନ୍ତି, ସଂଜିତ ମହାନ୍ତି, ସୁଧାକର ସ୍ୱାଇଁ, ସତ୍ୟପ୍ରିୟ ବେହେରା, ଗୋକୁଳ ସା, ଅଭୟ ସେଟ୍ଟି ଓ ନିଗମାନନ୍ଦ ବେହେରା ରହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।