ରାଜ୍ୟ ସ୍ପେଶାଲ ରିପୋର୍ଟ

ଓପିଜିସିର ପୁଞ୍ଜି ପ୍ରତ୍ୟାହାର ଏକ ଷଡ଼୍‌ଯନ୍ତ୍ର: କଂଗ୍ରେସ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ୱର : ରାଜ୍ୟ ସରକାର ୨୦୨୦ରେ ଓପିଜିସିର ଅଂଶୀଦାର ଏଇଏସ୍‌ ପାଖରୁ ୪୯% ଅଂଶଧନକୁ ଏକ ହଜାର କୋଟି ଟଙ୍କାରେ କ୍ରୟ କରିଥିଲେ। ସେବେଠାରୁ ଓପିଜିସି ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ନିଜସ୍ୱ ଉଦ୍ୟୋଗ ରୂପେ ପରିଗଣିତ ହେଲା। କିନ୍ତୁ ଯେଉଁ ଅଂଶଧନକୁ ଦୁଇ ବର୍ଷ ପୂର୍ବରୁ କିଣାଯାଇଥିଲା ତାହାକୁ ପୁଣିଥରେ ରାଜ୍ୟ ସରକାର କାହିଁକି ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି ବିଶ୍ବସ୍ତରୀୟ ଟେଣ୍ଡର ଆହ୍ୱାନ କରାଯାଇଛି। ହଠାତ୍ ଏଭଳି କ’ଣ ଆବଶ୍ୟକତା ପଡ଼ିଲା ଯେ ରାଜ୍ୟ ସରକାର ନିଜର ଖର୍ଚ୍ଚକୁ ମେଣ୍ଟାଇବା ପାଇଁ ଓପିଜିସିର ଦୁଇ ବର୍ଷ ତଳେ କିଣାଯାଇଥିବା ଅଂଶଧନକୁ ବିକ୍ରି କରିବା ପାଇଁ ବାଧ୍ୟ ହେଲେ। ରାଜ୍ୟବାସୀଙ୍କୁ ଶିଳ୍ପ ବିକାଶର ସ୍ୱପ୍ନ ଦେଖାଉଥିବା ରାଜ୍ୟ ସରକାର ଆଜି କାହିଁକି ନିଜସ୍ୱ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାର ଅଂଶଧନକୁ ବିକ୍ରି କରିବାକୁ ଯାଉଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ପ୍ରଶ୍ନ ଉଠାଇଛି।

କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସମ୍ମିଳନୀରେ ମିଡିଆ ସେଲ୍‌ ଅଧ୍ୟକ୍ଷ ଗଣେଶ୍ୱର ବେହେରା କହିଛନ୍ତି ଯେ ବିଦ୍ୟୁତ୍‌ ବିନା ରାଜ୍ୟରେ ଶିଳ୍ପ ବିକାଶ କେବେ ସମ୍ଭବପର ହେବନାହିଁ। ପୂର୍ବରୁ ଓପିଜିସିର ଅଂଶଧନକୁ ଏଇଏସ୍‌କୁ ବିକ୍ରି କରିବା ଦ୍ବାରା ରାଜ୍ୟ ପ୍ରଚୁର କ୍ଷତି ସହିଛି। ୧୯୮୪ ମସିହାରେ ଝାରସୁଗୁଡ଼ା ବନହରିପାଲଠାରେ ଓପିଜିସିର ନିଜସ୍ୱ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପନ କରାଯାଇଥିଲା। ସେତେବେଳେ ୧୭୪୦ ମେଗାୱାଟ୍‌ର ବିଦ୍ୟୁତ ଉତ୍ପାଦନର ଧାର୍ଯ୍ୟ ହୋଇଥିଲା। କଂଗ୍ରେସ ସରକାର ସମୟରେ ୨ଟି ୟୁନିଟ୍(୨୧୦x୨) ସ୍ଥାପନ କରାଯାଇଥିଲା। ବାକି ୨ଟି (୬୬୦x୨) ୟୁନିଟ୍ ଏଇଏସ୍‌ ସହାୟତାରେ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ୨୦୧୨ ପର୍ଯ୍ୟନ୍ତ ଏଇଏସ୍‌ ଏହି ଦୁଇଟି ୟୁନିଟର ସ୍ଥାପନ ପାଇଁ ଆଗ୍ରହ ଦେଖାଇଲା ନାହିଁ। ଫଳରେ ବିଜେଡି ସରକାରଙ୍କ ଅପାରଗତା ଯୋଗୁଁ ଏହି ୟୁନିଟିର ସ୍ଥାପନ ଖର୍ଚ୍ଚର କ୍ଷତି ୨ହଜାର କୋଟି ଟଙ୍କାକୁ ଛୁଇଁଲା। ଏହି ଅଂଶଧନ ଖରିଦ୍/ବିକ୍ରି ଆଳରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଦୁର୍ନୀତି କରିଛନ୍ତି। ଯେତେବେଳେ ଓପିଜିସିକୁ ନିଜସ୍ୱ କୋଇଲା ବ୍ଲକ ଅଛି ଓ ଏହି କୋଇଲା ଖଣିରେ ୫୦ ହଜାର ମେଟ୍ରିକ୍‌ ଟନରୁ ଅଧିକ କୋଇଲା ଗଚ୍ଛିତ ଅଛି। ଫଳରେ ଆସନ୍ତା ୩୨ବର୍ଷ ପାଇଁ ଓପିଜିସିର ବିୁଦ୍ୟତ ଶକ୍ତି ଉତ୍ପାଦନରେ କୌଣସି ବାଧା ଉପୁଜିବ ନାହିଁ। ମହାରାଷ୍ଟ୍ରରେ ୩୬,୨୮୫ ମେଗାୱାଟ୍‌, ଆନ୍ଧ୍ରପ୍ରଦେଶରେ ୨୨,୦୫୩, ଛତିଶଗଡ଼ରେ ୧୬,୯୨୦, ରାଜସ୍ଥାନରେ ୨୦, ୬୪୨ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଥିବା ବେଳେ ଆମ ରାଜ୍ୟ ବହୁ ପଛରେ। ପୂର୍ବ ଅନୁଭୂତିରୁ ବହୁ ଶିକ୍ଷା ପାଇଲା ପରେ ମଧ୍ୟ ଏ ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ରାଜ୍ୟକୁ କ୍ଷତି ପହଞ୍ଚାଇବା ପାଇଁ ବୋଲି କଂଗ୍ରେସ ଅଭିଯୋଗ କରିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ମୁଖପାତ୍ର ମନୋରଞ୍ଜନ ଦାସ, ରଜନୀ କୁମାର ମହାନ୍ତି ଉପସ୍ଥିତ ରହି ଓପିଜିସିର ୪୯% ଅଂଶଧନକୁ ଏଇଏସ୍‌ ଖରିଦ କରିବା ଏବଂ ପରବର୍ତୀ ପର୍ଯ୍ୟାୟରେ ତାହାକୁ ବିକ୍ରି କରିବା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଏହାଦ୍ୱାରା ରାଜ୍ୟ ରାଜକୋଷକୁ ଶତାଧିକ କୋଟି ଏବଂ ଓପିଜିସି ଭଳି ଏକ ଲାଭକାରୀ ସଂସ୍ଥାକୁ କ୍ଷତି ପହଞ୍ଚିବ ବୋଲି ଅଭିଯୋଗ କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।