ଅପରାଧ ରାଜ୍ୟ

ଓଢଣୀରେ ବନ୍ଧା ଅବସ୍ଥାରେ ଝୁଲୁଛି ଯୁବକଙ୍କ ମୃତଦେହ, କିଛି ଯୁବକଙ୍କ ସହ ହୋଇଥିଲା ଗଣ୍ଡଗୋଳ

ଭୁବନେଶ୍ବର ୪।୮: ଭଡାଘରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ବର ସୁନ୍ଦରପଦା ସ୍ଥିତ ବେହେରା ସାହିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଏୟାରଫିଲ୍ଡ ଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଏୟାର ଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ବେହେରା ସାହିର ଏକ ଭଡା ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ଅଜିତ କୁମାର ବାରିକ ବୋଲି ଜଣାପଡିଛି । ଅଜିତ ଗତ ୨ ବର୍ଷ ହେବ ଏଠି ଭଡାରେ ରହୁଥିଲେ । ତେବେ ବୁଧବାର ରାତିରେ ଯୁବକଙ୍କ ମୃତଦେହ ଘରେ ଝୁଲିଥିବା ଘର ମାଲିକ ଦେଖିଥିଲେ । ପରେ ଏ ନେଇ ଘର ମାଲିକ ପୋଲିସକୁ ଖବର ଦେଇଥିଲେ ।

ତେବେ ବୁଧବାର କୌଣସି ଘଟଣାକୁ ନେଇ କିଛି ଯୁବକ ଅଜିତଙ୍କ ଘରେ ପାଟିତୁଣ୍ଡ କରିଥିଲେ । ଏହାର କିଛି ସମୟ ପରେ ଅଜିତଙ୍କ ମୃତଦେହ ଓଢଣୀରେ ବନ୍ଧା ଅବସ୍ଥାରେ ଝୁଲିଥିବା ଦେଖିବାକୁ ମିଳିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।