ଅପରାଧ ରାଜ୍ୟ

ଓଡିଶା ସୀମାରେ ଛତିଶଗଡର ଅନୁପ୍ରବେଶ, ତିନି କିମି ଭିତରକୁ ପଶି କାଟିଦେଲେ ଜଙ୍ଗଲ

ମାଥିଲି ୨୩।୦୯ : ଓଡିଶା ସୀମାରେ ଛତିଶଗଡର ଅନୁପ୍ରବେଶ । କେବଳ ଅନୁପ୍ରବେଶ ନୁହେଁ ସୀମା ଚିହ୍ନଟ କରିବାକୁ ପ୍ରାୟ ତିନି କିଲୋମିଟର ଭିତରେ କାଟିଦେଲେ ଜଙ୍ଗଲ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ସୀମାନ୍ତ କମାରପାଲୀରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, କୋଟିଆ ସୀମା ବିବାଦକୁ ନେଇ ଆନ୍ଧ୍ର ଏବଂ ଓଡିଶା ବିବାଦ ନ ତୁଟୁଣୁ ଛତିଶଗଡକୁ ନେଇ ନୂଆ ବିବାଦ ଧୀରେ ଧିରେ ଘନେଇବାରେ ଲାଗିଛି । ଛତିଶଗଡର ଜନସାଧାରଣ ଏବଂ ପ୍ରଶାସନ ଓଡିଶା ମାଟିରେ ବେଆଇନ କାର୍ଯ୍ୟକଳାପ କରୁଥିବା ଦେଖିବାକୁ ମିଳିଛି । ଗୁରୁବାର ଛତିଶଗଡର ଚିନ୍ତାଲନାଡର ଶତାଧିକ ଗ୍ରାମବାସୀ ଓଡିଶା ସୀମାରେ ପଶି ଶତାଧିକ ଗଛ କାଟି ପଦା କରିଦେଇଛନ୍ତି । ଖବର ପାଇ ମାଥିଲି ତହସିଲଦାର ଏକ ଟିମ ଧରି ଘଟଣାସ୍ଥଳରେ ପହଞ୍ଚିବା ସହ ଏପରି କାର୍ଯ୍ୟରୁ ନିବୃତ ରହିବାକୁ ଜନତାଙ୍କୁ ତାଗିଦ କରିଛନ୍ତି ।

ତେବେ ସୀମା ଚିହ୍ନଟ ପାଇଁ ଗଛ କାଟୁଥିବା କହିଛନ୍ତି ଛତିଶଗଡ ବାସୀ । ତହସିଲଦାର ଏଥିନେଇ ଲୋକଙ୍କୁ ତାଗିଦ କରିବା ସହ ଗଛକଟା ବନ୍ଦ କରାଇଛନ୍ତି । ଏଥିନେଇ ଜିଲ୍ଲା ପ୍ରଶାସନ କୁ ଅବଗତ କରାଇଥିବା ଜଣାଯାଇଛି । ପୂର୍ବରୁ ମଧ୍ୟ ଅନେକଥର ଛତିଶଗଡ ଓଡିଶାକୁ ପ୍ରବେଶ କରୁଥିବା ନଜିର ରହିଛି । ବେଆଇନ୍‌ ଭାବେ ଛତିଶଗଡ ନିର୍ମାଣ କରିବାକୁ ଥିବା କୋକରାଲ ଡ୍ୟାମକୁ ମଧ୍ୟ ସ୍ଥାନୀୟ ବାସିନ୍ଦା ବିରୋଧ କରିଆସୁଛନ୍ତି । ସମସ୍ୟା ସମାଧାନ ନେଇ ଏକ ଦ୍ବିପାକ୍ଷିକ ବୈଠକ ହେବାକୁ ଥିବାର ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।