ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଓଡିଶାରେ ୧୪ ଦିନିଆ ଲକଡାଉନ୍ : ଜାଣନ୍ତୁ କ’ଣ ରହିବ ଖୋଲା ଓ କ’ଣ ବନ୍ଦ…

ଭୁବନେଶ୍ୱର, ୦୨|୦୫: କରୋନା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ। ସାରା ରାଜ୍ୟରେ ଲାଗିଲା ଲକଡାଉନ୍ । ସବୁ ବନ୍ଦ । ମେ ୫ ତାରିଖରୁ ୧୯ ତାରିଖ ଯାଏଁ ଲାଗୁ କରାଯାଇଛି ୧୪ ଦିନିଆ ଲକଡାଉନ୍ । ଆସନ୍ତୁ ନଜର ପକାଇବା ଲକଡାଉନ୍ ବେଳେ କଣ ଖୋଲା ରହିବ ଓ କଣ ବନ୍ଦ ।

ଏହି ସମୟରେ ରାସନ, ପରିବା ଓ କ୍ଷୀର ଦୋକାନ ଖୋଲା ରହିବ । ପ୍ରତିରକ୍ଷା, କେନ୍ଦ୍ରୀୟ ଫୋର୍ସ, ଟ୍ରେଜେରୀ, ପୋଷ୍ଟାଲ ସେବା, ଟେଲିକମ୍ ସେବା, ଆଇଏମଡି, ଏନଆଇସି, ଜିଏସଟି ଅଫିସ୍ ଖୋଲା ରହିବ । ସେହିପରି ପୋର୍ଟ, ଏୟାରପୋର୍ଟ ଅଳ୍ପ କର୍ମଚାରୀରେ ଚାଲିବ । ଗଣମାଧ୍ୟମ ଅଫିସ୍, ଜଳ ଯୋଗାଣ, ଏଟିଏମ, ଅଗ୍ନିଶମ ଅଫିସ୍, ବିଜୁଳି ଯୋଗାଣ ସେବା, ଆଦି ଖୋଲାରହିବ । ମେଡିସିନ୍ ଦୋକାନ, ଆମ୍ବୁଲାନ୍ସ, କ୍ଲିନିକ୍, ହସ୍ପିଟାଲ ଆଦି ଖୋଲା ରହିବ ।

ତେବେ ମାଛ, ମାଂସ ଅଣ୍ଡା, ଦୋକାନ ଖୋଲା ରହିବ । ହୋମ୍ ଡେଲିଭରୀ ହେବ । ସେହିପରି ଅନ୍ୟ ସମସ୍ତ ଅଫିସ୍, ଦୋକାନ ବଜାର, ବାଣିଜ୍ୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଗମନାଗମନ ଓ ସାଧାରଣ ଚଳପ୍ରଚଳ ବନ୍ଦ ରହିବ ।

ସମସ୍ତ ପାନ ଦୋକାନ, ହଲ୍, ସପିଂ ମଲ୍ ଆଦି ବନ୍ଦ ରହିବ । କୋଚିଂ ସେଣ୍ଟର, ଶିକ୍ଷାନୁଷ୍ଠାନ, ଜିମ୍ ମଧ୍ୟ ବନ୍ଦ ରହିବ । ବସ୍ ଚଳାଚଳ ମଧ୍ୟ ବନ୍ଦ ରଖାଯିବ । ଅଟୋ ରିକ୍ସା, ସେଲୁନ, ସ୍ପା, ବିଇଟି ପାର୍ଲର, ମନ୍ଦିର ଆଦି ବନ୍ଦ ରହିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ