ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଓଡିଶାରେ କରୋନାକୁ ବର୍ଷେ: ଦେଖୁ ଦେଖୁ ହଟ୍ ସ୍ପଟ୍ ପାଲଟି ଯାଇଥିଲା ଭୁବନେଶ୍ବର, ବର୍ତ୍ତମାନ ଟାର୍ଗେଟ୍ ଜିରୋ ସଂକ୍ରମଣ

ଭୁବନେଶ୍ୱର ୧୫/୦୩ : ୧୫ ମାର୍ଚ୍ଚ, ୨୦୨୦। ଇଟାଲିରୁ ଫେରିଥିବା ଭୁବନେଶ୍ବର ବଡ଼ଗଡ଼ ଅଞ୍ଚଳର ଦେବାଶିଷ ଶ୍ରୀଚନ୍ଦନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେ ଥିଲେ ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ । ଏହାପରେ ରାଜଧାନୀକୁ ଫେରୁଥିବା ଜଣଙ୍କ ପରେ ଜଣେ ପ୍ରବାସୀ ଓଡ଼ିଆ ଆକ୍ରାନ୍ତ ଚିହ୍ନଟ ହେଲେ। କରୋନା ହଟ୍‌ସ୍ପଟ୍‌ ପାଲଟିଗଲା ଭୁବନେଶ୍ବର। ଦେଶରେ ପ୍ରଥମ ରାଜ୍ୟ ଭାବେ ଲକ୍‌ଡାଉନ୍ ଲାଗୁ କରିଥିଲା ଓଡ଼ିଶା। ସେସମୟର ସ୍ମୃତି ଆଜି ବି ମନେପକାନ୍ତି ଦେବାଶିଷ । ସେ କେମିତି ଘୃଣା ଓ ଆକ୍ରୋଶର ଶିକାର ହୋଇଥିଲେ, ପରବର୍ତ୍ତୀ ସମୟରେ କେମିତି ଅନେକ କରୋନା ଆକ୍ରାନ୍ତଙ୍କୁ ସେ ସାହସ ଦେଇଥିଲେ, ସେ ଅନୁଭୂତି ବଖାଣିଛନ୍ତି ।ସେହିପରି ରାଜଧାନୀରେ କରୋନା ଭଳି ନୂଆ ସଂକଟ ଦେଖାଯିବା ସମୟରେ କ୍ୟାପିଟାଲ ହସପିଟାଲ ଆଗରେ ଥିଲା ବଡ ଚାଲେଞ୍ଜ । ଏହି ବର୍ଷକ ଭିତରେ କେମିତି ଚ୍ୟାଲେଞ୍ଜ ନୂଆ ନୂଆ ରୂପ ନେଇ ଆସିଛି ତାହା ବଖାଣିଛନ୍ତି କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ।

କରୋନା ପ୍ରକୋପ କମି ନାହିଁ। ଅନ୍ୟରାଜ୍ୟରେ ବଢୁଥିବା ସଂକ୍ରମଣ ସତର୍କ ଘଣ୍ଟି ହୋଇଛି। ଦେଶରେ ୨୪ ଘଣ୍ଟାରେ ୨୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟବାସୀଙ୍କ ସହଯୋଗରୁ ଓଡିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଥିବା ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିବା ବେଳେ ରାଜ୍ୟବାସୀଙ୍କୁ ସତର୍କ କରାଇଥିଲେ । ସଂକ୍ରମଣକୁ ଏଡ଼ାଇବାକୁ ହେଲେ ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ଚେତାଇ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ରାଜ୍ୟରେ ପ୍ରତିଦିନ ୧ ଲକ୍ଷ ବୟସ୍କଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସେହିପରି ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖାଯାଇଛି। ରେଳଷ୍ଟେସନ ଏବଂ ବିମାନବନ୍ଦରରେ ଚେକିଂ ଜୋରଦାର କରାଯାଇଛି।

ରାଜ୍ୟ ସରକାରଙ୍କ ଦୃଢ ପଦକ୍ଷେପ ଯୋଗୁ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ରହିଛି । ଟାର୍ଗେଟ ରହିଛି ଜିରୋ ସଂକ୍ରମଣ । ଏହାକୁ ନଜରରେ ରଖି ସବୁ ଜିଲ୍ଲାପାଳ ଏବଂ ସିଡିଓଏମଙ୍କୁ ସ୍ବତନ୍ତ୍ର ଗାଇଡ଼ ଲାଇନ ପଠାଯାଇଛି । ପୁଣି ଥରେ ସେରୋ ସର୍ଭେ ପାଇଁ ଆରଏମଏସି ନିର୍ଦ୍ଦେଶକଙ୍କୁ ପ୍ରସ୍ତାବ ଦିଆଯାଇଛି । ଅଧିକ ଟେଷ୍ଟିଂ କିଟ କିଣିବା ପାଇଁ ରାଜ୍ୟ ଔଷଧ ନିଗମକୁ କୁହାଯାଇଛି । ଦୈନିକ 7 ହଜାର 3 ଶହ ଆରଟିପିସିଆର ଟେଷ୍ଟ କରିବାକୁ ଧାର୍ଯ୍ୟ କରାଯାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୨୫୮ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ