ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ : ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ବିବାଦକୁ ନେଇ ରୁଜୁ ମୂଳ ମାମଲା ବିଚାରାଧୀନ ଥିବା ବେଳେ ଆବେଦନକାରୀ ଡକ୍ଟର ନୃସିଂହ ଚରଣ ଷଡଙ୍ଗୀଙ୍କ ତରଫରୁ ଏକ ସାନି ଅନ୍ତରୀଣ ଆବେଦନ ଦାଖଲ କରାଯାଇଥିଲା। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଅନ୍ତରୀଣ ଆବେଦନର ଶୁଣାଣି କରି ରାଜ୍ୟ ସରକାର, ଓଡ଼ିଶା ସାହିତ୍ୟ ଏକାଡେମି ଓ ଅନ୍ୟ ପ୍ରତିପକ୍ଷଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ମାର୍ଚ୍ଚ ୨୮ରେ ଅନ୍ତରୀଣ ଆବେଦନର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଏହା ପୂର୍ବରୁ ପ୍ରତିପକ୍ଷ ଅନ୍ତରୀଣ ଆବେଦନ ଉପରେ ନିଜ ଆପତ୍ତି ଦାଖଲ କରିବେ।
ଡକ୍ଟର ଷଡଙ୍ଗୀଙ୍କ ତରଫରୁ ଦାୟର ଅନ୍ତରୀଣ ଆବେଦନରେ ଦର୍ଶାଯାଇଛି ଯେ ବିଭାଗୀୟ ସଚିବ ନିୟମାବଳୀ କିୟଦଂଶର ସଂଶୋଧନ କରି ଖବର କାଗଜରେ ସଂେଶାଧିତ ବିଜ୍ଞପ୍ତି ପ୍ରକାଶ କରିଥିଲେ। ପୁସ୍ତକ ଦାଖଲର ସମୟସୀମାକୁ ଫେବ୍ରୁଆରି ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ପୁସ୍ତକ ଦାଖଲର ଶେଷ ତାରିଖ ଫେବ୍ରୁଆରି ୧୫ ଧାର୍ଯ୍ୟ କରାଯାଇଥିବା ବେଳେ ଚୟନ ପ୍ରକ୍ରିୟା ୧୩ ତାରିଖରୁ ଆରମ୍ଭ କରାଯାଇଥିଲା। ଏହା ଏକ ବିଚିତ୍ର ସ୍ଥିତି ସୃଷ୍ଟି କରିଥିଲା। ଅଦାଲତଙ୍କ ବିନା ଅନୁମତିରେ ନିୟମାବଳୀରେ ପରିବର୍ତ୍ତନ ଗ୍ରହଣୀୟ ନୁହେଁ ଓ ଏହା ଅବମାନନା ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଏଥି ସହିତ ମୂଳ ମାମଲାରେ ସରକାରଙ୍କ ତରଫରୁ ଦାଖଲ ଜବାବ ସହିତ ସଂଲଗ୍ନ ଏକ ନିର୍ଦ୍ଦିଷ୍ଟ ନଥିପତ୍ରକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ୨୦୨୨, ଜୁଲାଇ ୨୫ର ସାଧାରଣ ପରିଷଦ ବିବରଣୀକୁ ନିଜେ ଜଣେ ସଦସ୍ୟ ଭାବେ ଆବେଦନକାରୀ ଅନୁମୋଦନ କରି ନଥିଲେ। ଏଥି ସହିତ ଉପସ୍ଥିତ ଅନ୍ୟ ସଦସ୍ୟମାନଙ୍କ ଅନୁମୋଦନ ମଧ୍ୟ ନଥିଲା। ଅନ୍ୟପକ୍ଷରେ ଏହି ବିବରଣୀ ଆଧାରରେ ଅନ୍ତରୀଣ ନିର୍ଦ୍ଦେଶ ଉଠାଇବାକୁ ହାଇକୋର୍ଟରେ ପୂର୍ବରୁ ନିବେଦନ କରାଯାଇଥିଲା ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ପ୍ରତାପ ମିଶ୍ର ମାମଲା ପରିଚାଳନା କରୁଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l