ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ ଭବିଷ୍ୟତ କ’ଣ?

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ, ୨୦୨୦ର ଭବିଷ୍ୟତ ନେଇ ଅନିଶ୍ଚିତତା ଲାଗି ରହିଛି। ୨୦୨୨ ମେ’ରେ ଏହି ଅଧିନିୟମ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଲଗାଇଥିଲେ, ଯାହା ଏବେ ବି ବଳବତ୍ତର ରହିଛି। ଇତିମଧ୍ୟରେ ୮ ମାସ ବିତିଯାଇଥିଲେ ହେଁ ଚୂଡ଼ାନ୍ତ ରାୟ ପ୍ରକାଶ ପାଉ ନଥିବାରୁ ସମସ୍ତେ ଅନ୍ଧାର‌ରେ।

ଗୋଟିଏ ପଟେ ରାଜ୍ୟ ସରକାର ସଂଶୋଧନ ଅଧିନିୟମ ଠିକ୍‌ ଥିବା ଦର୍ଶାଉଥିବା ବେଳେ ଅନ୍ୟପଟେ ନିୟମ ଉଲ୍ଲଂଘନ ହୋଇଥିବା ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଦର୍ଶାଯାଇଛି। ଏଭଳି ଟଣାଓଟରା ଭିତରେ ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକର ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ହଜାର ହଜାର ଆଶାୟୀ ଏବେ ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ରାୟକୁ ଚାତକ ପରି ଚାହିଁ ରହିଛନ୍ତି। ରାଜ୍ୟ ସରକାରଙ୍କ ସଂଶୋଧିତ ଅଧିନିୟମ ବଳରେ ଯେଉଁମାନେ କୁଳପତି ଭାବେ ଚୟନ ହୋଇଛନ୍ତି, ସେମାନଙ୍କ ଭବିଷ୍ୟତ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି।

ଓଡ଼ିଶା ବିଶ୍ବବିଦ୍ୟାଳୟ ସଂ‌ଶୋଧିତ ଅଧିନିୟମର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ଓଡ଼ିଶା ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ହେଲେ ଜାନୁଆରି ୨୪, ୨୦୨୨ରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଶୁଣାଇ ୟୁଜିସି ରେଗୁଲେସନ, ୨୦୧୮ର ସଂଶୋଧିତ ଅଧିନିୟମ ଓଭରଲାପିଂ ହୋଇ ନ ଥିବା କହିଥିଲେ। ଯାହାକୁ ବିରୋଧ କରି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓ ପ୍ରଫେସର ଅଜିତ କୁମାର ମହାନ୍ତି ସୁପ୍ରିମକୋର୍ଟରେ ଦୁଇଟି ଅଲଗା ଅଲଗା ଏସ୍‌ଏଲ୍‌ପି ଦାଖଲ କରିଥିଲେ। ୨୦୨୨ ମେ’ ମାସରେ ସୁପ୍ରିମକୋର୍ଟ ସଂଶୋଧିତ ଅଧିନିୟମ ଉପରେ ତିନି ମ‌ାସ ପାଇଁ ସ୍ଥଗିତାଦେଶ ଜାରି କରିଥିଲେ। ଏଥିସହ ଚାରି ସପ୍ତାହ ମଧ୍ୟରେ ଜବାବୀ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଦୁଇ ମାସ ପରେ ‌କରାଯିବ ବୋଲି ଖଣ୍ଡପୀଠ କହିଥିଲେ। ମାତ୍ର ତାହା ଆଜି ପର୍ଯ୍ୟନ୍ତ ଚୂଡ଼ାନ୍ତ ରାୟ ଆସି ନାହିଁ। ଗତ ଜାନୁଆରିରେ ରାଜ୍ୟ ସରକାର ଉତ୍ତର ଦାଖଲ କରିଥିବା ଜଣାପଡ଼ିଛି। ରାଜ୍ୟ ସରକାର ବିଶ୍ବବିଦ୍ୟାଳୟଗୁଡ଼ିକୁ ପାଣ୍ଠି ପ୍ରଦାନ କରୁଥିବାରୁ ସେହି ଆଧାରରେ ବିଶ୍ବବିଦ୍ୟାଳୟ ପରିଚାଳନା ଲାଗି ନୂଆ ନିୟମ ତିଆରି କରାଯାଇଛି। କୁଳପତି ଓ ପ୍ରଫେସର ନିଯୁକ୍ତିର କୌଣସି ବି ନିୟମକୁ ଉଲ୍ଲଂଘନ କରାଯାଇନାହିଁ।

Odisha Sun Times

ଆବେଦନକାରୀମାନଙ୍କ ପକ୍ଷରୁ କୁହାଯାଇଥିଲା ଯେ ୟୁଜିସିର ୨୦୧୮ ରେଗୁଲେସନ୍‌ ନୂତନ ନିୟମ ପ୍ରଣୟନ କରିବାର ଅଧିକାର ରାଜ୍ୟ ସରକାର କିମ୍ବା ବିଶ୍ବବିଦ୍ୟାଳୟକୁ ଦିଆଯାଇନାହିଁ। ୟୁଜିସିର ୨୦୧୮ ରେଗୁଲେସନକୁ ରାଜ୍ୟମାନେ ଆପଣାଇବାକୁ ବାଧ୍ୟ। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧିତ ଅଧିନିୟମ ୟୁଜିସି ଆଇନର ପରିପନ୍ଥୀ। ସଂଶୋଧିତ ଅଧିନିୟମ ଜରିଆରେ ରାଜ୍ୟ ସରକାର ବିଶ୍ବବିଦ୍ୟାଳୟର ସ୍ବାଧୀନତା ଉପରେ ହସ୍ତକ୍ଷେପ କରୁଛନ୍ତି। କୁଳପତି ନିଯୁକ୍ତି, ପ୍ରଫେସରମାନଙ୍କ ନିଯୁକ୍ତିର ଯୋଗ୍ୟତା, ଅତିରିକ୍ତ ପ୍ରଫେସର ଓ ସହକାରୀ ପ୍ରଫେସର ନିଯୁକ୍ତି କ୍ଷେତ୍ରରେ ଯୁଜିସି ମାନଦଣ୍ଡକୁ ଅଣଦେଖା କରି ଯଦି ରାଜ୍ୟ ସରକାର ଯଦି ନିଯୁକ୍ତି ନିଷ୍ପତ୍ତି ନେବେ, ତାହାହେଲେ ଦେଶରେ ଅରାଜକତା ହେବ। ସମଗ୍ର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଘୋର ସମସ୍ୟା ସୃଷ୍ଟି ହେବ।
ୟୁଜିସି ପକ୍ଷରୁ କୁହାଯାଇଛି ଯେ ନିୟମ ଉଲ୍ଲଂଘନ କରି ରାଜ୍ୟ ସରକାର ସିନେଟ୍‌ ହାତରୁ ନିଯୁକ୍ତି କ୍ଷମତାକୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)କୁ ପ୍ରଦାନ କରିଛନ୍ତି। ୟୁଜିସି ନିୟମ ଅନୁଯାୟୀ ଶିକ୍ଷାବିତ୍‌ଙ୍କୁ ନେଇ ଗଠିତ ଚୟନ କମିଟି କୁଳପତି ଚୟନ‌ରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ସ୍ତରର ଜଣେ ଅଧିକାରୀଙ୍କୁ ଚୟନ କମିଟିରେ ସ୍ଥାନିତ କରିବାକୁ ବାଧ୍ୟ କରାଯାଇଛି। ଏହା ୟୁଜିସି ନିୟମର ଉଲ୍ଲଂଘନ କରୁଛି।

ସୁପ୍ରିମ୍‌କୋର୍ଟଙ୍କ ରହିତାଦେଶ ପୂର୍ବରୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ପାଖାପାଖି ୨୦୦ ଅଧ୍ୟାପକ ଚୟନ ଦିଗରେ ପଦ‌କ୍ଷେପ ନିଆଯାଇଥିଲା। ତାହା ଏବେ ସ୍ଥଗିତ ରହିଛି। ଯେଉଁମାନେ ନିଯୁକ୍ତି ପାଇଛନ୍ତି ସେମାନଙ୍କ ଭବିଷ୍ୟତ ନେଇ ଅନିଶ୍ଚିତତା ଲାଗି ରହିଛି। ଏବେ ବି ବିଭିନ୍ନ ବିଶ୍ବବିଦ୍ୟାଳୟରେ ଆହୁରି ପାଖାପାଖି ୬୦୦ରୁ ଅଧିକ ପଦ ପୂରଣ ହେବାକୁ ବାକି ରହିଛି। ସୁପ୍ରିମ‌କୋର୍ଟ ରହିତାଦେଶ ଲଗାଇଥିବା ବେଳେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ନିଯୁକ୍ତି ଦିଆଯାଇଛି। ଏହାର କେତେ ଦୂର ଠିକ୍‌ ତାହାକୁ ନେଇ ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।