ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶା ଗସ୍ତରେ ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ: ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ଓ ଯୋଜନା ବିଷୟରେ ବୁଝିଲେ

ଭୁବନେଶ୍ବର: ଝାଡ଼ଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଅଜୟ ସିଂହ ଆଜି ଲୋକସେବା ଭବନସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ପରିଦର୍ଶନରେ ଆସି ବିଭାଗର କାର୍ଯ୍ୟଶୈଳୀ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ ଓଡ଼ିଶାରେ ଗ୍ରାମୀଣ ଭିତ୍ତିଭୂମି ସୁଦୃଢ କରିବାରେ କିପରି ଗ୍ରାମ୍ୟ ଉନ୍ନୟନ ବିଭାଗ କାମ କରୁଛି ସେ ବିଷୟରେ ଅବଗତ କରାଇଥିଲେ।

ଗ୍ରାମାଞ୍ଚଳରେ ରାସ୍ତା, ଗୃହ ନିର୍ମାଣ ଓ ସେତୁ ନିର୍ମାଣ ସମେତ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଓ ବିଜୁ ସେତୁ ଯୋଜନାର ରୂପରେଖ ଓ କାର୍ଯ୍ୟକାରିତା ଉପରେ ପିପିଟି ମାଧ୍ୟମରେ ଝାଡ଼ଖଣ୍ଡ ସଚିବଙ୍କୁ ଅବଗତ କରାଇଥିଲେ। ନିର୍ମାଣ କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ବ୍ୟବହାର, ଗୁଣବତ୍ତା ଓ ରକ୍ଷଣାବେକ୍ଷଣ ଉପରେ ସୂଚନା ପ୍ରଦାନ କରିବା ସହ ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ଯୋଜନା ପାଇଁ ରାଜ୍ୟ ବଜେଟର ଅନୁଦାନ ଏବଂ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକ ବିଷୟରେ ସୂଚନା ଦିଆଯାଇଥିଲା। ଆଗାମୀ ୫ ବର୍ଷ ପାଇଁ ବିଭାଗ ତରଫରୁ ହାତକୁ ନିଆଯାଇଥିବା ପ୍ରକଳ୍ପ ଏବଂ ଲକ୍ଷ୍ୟ ହାସଲ ଦିଗରେ ନିଆ ଯାଉଥିବା ପଦକ୍ଷେପ ବିଷୟରେ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା।

ଏହି ଅବସରରେ ନୂଆ ଜ୍ଞାନକୌଶଳରେ ନିର୍ମିତ ରାସ୍ତା ଓ ସେତୁ ନିର୍ମାଣର ଭିଡ଼ିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା। ଆସନ୍ତା ୧୯ ତାରିଖରେ ଝାଡ଼ଖଣ୍ଡ ପ୍ରମୁଖ ସଚିବ ଶ୍ରୀ ସିଂହ ବିଭାଗର ଅଧିକାରୀଙ୍କ ସହିତ କ୍ଷେତ୍ର ପରିଦର୍ଶନରେ ଯିବାର ଅଛି। ଆଜିର କାର୍ଯ୍ୟକ୍ରମରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଅକ୍ଷୟ କୁମାର ପ୍ରଧାନ, ମୁଖ୍ୟଯନ୍ତ୍ରୀ ପ୍ରସନ୍ନ କୁମାର ସାହୁ, ରମେଶ ଚନ୍ଦ୍ର ବେହେରା, ସଂଜୀବ କୁମାର ମହାନ୍ତି, ବିତ୍ତ ଅଧିକାରୀ ସ୍ମିତା ପାଣି ଏବଂ ସ୍ବତନ୍ତ୍ର ସଚିବ ସୁଦର୍ଶନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।