ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶା ଗଣିତ ସଂସଦର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ: ଗବେଷଣାତ୍ମକ ବକ୍ତୃତା ପ୍ରଦାନ କଲେ ୧୮ଜଣ ବୈଜ୍ଞାନିକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର: ଓଡ଼ିଶା ଗଣିତ ସଂସଦର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଅନ୍ତର୍ଜାତୀୟ ଗଣିତ ସମ୍ମିଳନୀ ଅନୁଷ୍ଠିତ ହୋଇଛି, ଯେଉଁଥିରେ ଦେଶବିଦେଶର ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନରୁ ୧୮ ଜଣ ଶିକ୍ଷକ ବୈଜ୍ଞାନିକ ଗବେଷଣାତ୍ମକ ବକ୍ତୃତା ପ୍ରଦାନ କରିଛନ୍ତି। ୭୫ ଜଣ ଛାତ୍ରଛାତ୍ରୀ ସେମାନଙ୍କର ଗବେଷଣା ନିବନ୍ଧ ପାଠ କରିଛନ୍ତି। ଏଥିରେ ୨୦୦ରୁ ଅଧିକ ଜଣ ଶିକ୍ଷକ, ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ଗତ ୨୧ ଓ ୨୨ ତାରିଖ ଭୁବନେଶ୍ବରର ଅନ୍ଧାରୁଆସ୍ଥିତ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ପ୍ରଫେସର ତ୍ରିବିକ୍ରମ ପତି ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା ଗଣିତ ଶିକ୍ଷାକୁ ସରଳ ଓ ସୁଦୃଢ଼ କରିବାକୁ ଆହ୍ବାନ ଦେଇଥିଲେ। ସ୍ୱନାମଧନ୍ୟ ଗଣିତଜ୍ଞ ପ୍ର. ଗୋକୁଳାନନ୍ଦ ଦାସ ସମ୍ମାନିତ ଅତଥି ଭାବେ ଯୋଗଦେଇ କହିଥିଲେ, ଓଡ଼ିଶା ଗଣିତ ସଂସଦ ଏବଂ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ ଥିବାରୁ ଏଭଳି ସୁନ୍ଦର କାର୍ଯ୍ୟକ୍ରମ ଯୁବ ପ୍ରତିଭାମାନଙ୍କ ଭିତରେ ଗବେଷଣା ପ୍ରତି ଆଗ୍ରହ ସୃଷ୍ଟି କରାଯାଇ ପାରୁଛି। ଓଡ଼ିଶା ଗଣିତ ସଂସଦର ସଭାପତି ପ୍ର. ନଳିନୀ କାନ୍ତ ଚୌଧୁରୀ ସଭାପତିତ୍ବ କରି କହିଥିଲେ, ଦେଶର ଆର୍ଥିକ ଓ ସାମାଜିକ ପ୍ରଗତି ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଗୁଣାତ୍ମକ ଗବେଷଣା ଦରକାର। ଯେଉଁଥିପାଇଁ ଗଣିତ ଜ୍ଞାନର ଆବଶ୍ୟକତା ରହିଛି। ଏଥିପାଇଁ ଶିକ୍ଷାକୁ ପ୍ରଥମିକ ସ୍ତରରୁ ସୁଦୃଢ଼ କରିବା ଦରକାର ଏବଂ ଗଣିତ ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ ବୋଲି କହିଥିଲେ।

ଗଣିତ ସଂସଦର ସାଧାରଣ ସମ୍ପାଦକ ପ୍ର. ସବ୍ୟସାଚୀ ପାଣି ଗଣିତ ସଂସଦର ବାର୍ଷିକ ବିବରଣୀ ପାଠ କରିଥିଲେ। ଆୟୋଜନ ସମ୍ପାଦକ ପ୍ର. ସୁଧାକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଛାତ୍ରୀ କୁମାରୀ ରାଜଲକ୍ଷ୍ମୀ ବିଶ୍ବାଳଙ୍କୁ ‘ ପ୍ରଫେସର ବାମା ଚରଣ ଦାସ ଶ୍ରେଷ୍ଠ ଗଣିତ ଅନର୍ସ ବିଜେତା’ ଭାବେ ପୁରସ୍କୃତ କରାଯାଇଥିଲା। ସେହିଭଳି, ଗଣିତ ଶିକ୍ଷକ ଭାବରେ ନିରବଚ୍ଛିନ୍ନ ଭାବରେ ଶିକ୍ଷାଦାନ ପାଇଁ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଅଶୋକ ପ୍ରଧାନ, ଭୁବନେଶ୍ବର ଏକାମ୍ର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଅରବିନ୍ଦ ଦାସ ଓ ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରସନ୍ନ କୁମାର ଶତପଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉଦ୍‌ଯାପନୀ ଉତ୍ସବରେ ପିଏଚ୍‌ଡି ପାଇଁ ଗବେଷଣା କରୁଥିବା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଛାତ୍ରୀ ମିନାକ୍ଷୀ ଦାସଙ୍କୁ ଶ୍ରେଷ୍ଠ ସନ୍ଦର୍ଭ ପାଠ ପାଇଁ ‘ପ୍ରଫେସର ଘନଶ୍ୟାମ ସାମଲ ପୁରସ୍କାର’ ପ୍ରଦାନ କରାଯାଇଥିଲା। ସେହିଭଳି, ଶ୍ରେଷ୍ଠ ସନ୍ଦର୍ଭ ପାଠ ପାଇଁ ଆଇଆଇଟି ଇନ୍ଦୋରର ନରେଶ ଚନ୍ଦ୍ର ପତିଙ୍କୁ ‘ପ୍ରଫେସର ତ୍ରିବିକ୍ରମ ପତି ପୁରସ୍କାର’ କରାଯାଇଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।