ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଓଡ଼ିଶାର ୪୪% ବିଧାୟକଙ୍କ ନାମରେ ଅପରାଧିକ ମାମଲା: ଏଡିଆର୍‌ ରିପୋର୍ଟ

ନୂଆଦିଲ୍ଲୀ : ଓଡ଼ିଶାର ୪୪ ପ୍ରତିଶତ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ଆଜି ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ(ଏଡିଆର) ଦ୍ବାରା ପ୍ରକାଶିତ ରିପୋର୍ଟରୁ ଏହା ଜଣାଯାଇଛି। ଏଡିଆର ଦ୍ବାରା ଦେଶର ୨୮ ଟି ବିଧାନସଭା ଓ ୨ଟି କେନ୍ଦ୍ର ଶାସିତ ଅଂଚଳର ବିଧାୟକମାନଙ୍କ ପକ୍ଷରୁ ସତ୍ୟପାଠ ଜରିଆରେ ଘୋଷଣା କରାଯାଇଥିବା ଅପରାଧିକ ପୃଷ୍ଠଭୂମି, ଆର୍ଥିକ, ଶିକ୍ଷା, ବୟସ, ଲିଙ୍ଗ ଓ ଅନ୍ୟାନ୍ୟ ବିବରଣୀକୁ ବିଶ୍ଳେଷଣ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ରିପୋର୍ଟ ଅନୁସାରେ ଓଡ଼ିଶାର ୧୪୫ ବିଧାୟକଙ୍କର ବିଶ୍ଳେଷଣ କରାଯାଇଥିଲା। ସେଥି ମଧ୍ୟରୁ ୬୪ ଜଣ ବିଧାୟକ (୪୪ ପ୍ରତିଶତ)ଙ୍କ ନାମରେ ଅପରାଧିକ ମାମଲା ରହିଛି। ୪୬ ଜଣ ବିଧାୟକ(୩୨ ପ୍ରତିଶତ) ଙ୍କ ନାମରେ ଗୁରୁତର ଅପରାଧିକ ମାମଲା ରହିଥିବା ରିପୋର୍ଟରେ ଉଲ୍ଲେଖ ଅଛି। ଦୁଇଜଣ ବିଧାୟକଙ୍କ ବିରୋଧରେ ହତ୍ୟା ମାମଲା ରହିଛି। ତେବେ ଦେଶର ୪୭ ଜଣ ବିଧାୟକଙ୍କ ବିରୋଧରେ ହତ୍ୟା ମାମଲା ରହିଥିବା ରିପୋର୍ଟରେ କୁହାଯାଇଛି। ସେହଭଳି ଦେଶର ୧୮୧ ବିଧାୟକଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ରହିଛି। ଏହି ତାଲିକାରେ ଓଡ଼ିଶାର ୧୧ ଜଣ ବିଧାୟକ ରହିଛନ୍ତି। ଦେଶର ୧୧୪ ବିଧାୟକଙ୍କ ବିରୋଧରେ ମହିଳା ବି‌ରୋଧୀ ହିଂସା ମାମଲା ଥିବାବେଳେ ଏଥିରେ ଓଡ଼ିଶାର ୧୨ ଜଣ ବିଧାୟକ ରହିଛନ୍ତି। ୧୪ ଜଣ ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଥିବାବେଳେ ଏଥିରେ ଓଡ଼ିଶାର ଜଣେ ବିଧାୟକଙ୍କ ନାମ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ