ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶାର ୧୯ ଜିଲ୍ଲାକୁ ଭୂମି ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜମିଜମା ‌ରେକର୍ଡ ଓ ପଂଜୀକରଣରେ ଡିଜିଟାଇଜେସନ ବ୍ୟବସ୍ଥା ଲାଗୁ କରିବାରେ ଓଡ଼ିଶାକୁ ଜାତୀୟ ସ୍ତରରେ ସ୍ବୀକୃତି ମିଳିଛି। ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ ଆଧୁନିକୀକରଣ ଯୋଜନା କାର୍ଯ୍ୟାନ୍ବୟନରେ ସଫଳତା ପାଇଁ ରାଜ୍ୟର ୧୯ଟି ଜିଲ୍ଲା ଯଥା ଅନୁଗୁଳ, ବୌଦ୍ଧ, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା‌, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମର୍ଯ୍ୟାଦାଜନକ ଭୂମି ସମ୍ମାନ-୨୦୨୩ରେ ସମ୍ମାନିତ କରିଛନ୍ତି।

ଆଜି ବିଜ୍ଞାନ ଭବନରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଭୂମି ସମ୍ମାନ ପ୍ରଦାନ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଓଡ଼ିଶାର ୧୯ଟି ଜିଲ୍ଲା ସମେତ ଦେଶର ୮ଟି ରାଜ୍ୟର ୬୮ ଜିଲ୍ଲାକୁ ଉକ୍ତ ସମ୍ମାନ ପ୍ରଦାନ କରିଥିଲେ। ଓଡ଼ିଶାରୁ ପୁରସ୍କୃତ ୧୯ଟି ଜିଲ୍ଲାରୁ ନୂଆପଡ଼ା ଓ ରାୟଗଡ଼ାର ଜିଲ୍ଲାପାଳ ଆଜି ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିବାବେଳେ ବଳକା ୧୭ଟି ଜିଲ୍ଲାର ଏଡିଏମ୍‌/ଏସ୍‌ଡିଏମ୍‌ ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ବାବଦରେ ଜିଲ୍ଲାମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ସେହିଭଳି ରାଷ୍ଟ୍ରପତି ‌ଦେଶର ୯ ଜଣ ‌ବିଭାଗୀୟ ସଚିବଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଅଛନ୍ତି। ଏ ଅବସରରେ ରାଷ୍ଟ୍ରପତି କହିଥିଲେ ଜମିଜମା ରେକର୍ଡସ୍‌ର ପ୍ରଭାବୀ ଢଙ୍ଗରେ ଆଧୁନିକୀକରଣ କରାଯିବା ଗ୍ରାମୀଣ ବିକାଶର ମୌଳିକ ଆବଶ୍ୟକତା। ଦେଶର ସାମଗ୍ରିକ ବିକାଶ ପାଇଁ ଗ୍ରାମୀଣ ବିକାଶକୁ ଗତି ପ୍ରଦାନ କରିବା ଅନିବାର୍ଯ୍ୟ। ବ୍ୟାପକ ଏକୀକୃତ ଭୂମି ପରିଚାଳନା ପ୍ରଣାଳୀ ଗ୍ରାମୀଣ କ୍ଷେତ୍ରର ସମଗ୍ର ବିକାଶ ପାଇଁ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।