ରାଜ୍ୟ

ଓଡ଼ିଶାରେ ସାଉଥ୍ ଇଣ୍ଡିଆ କମ୍ପାନିର ରାଜ୍ ଚାଲିଛି: ମୋହନ ମାଝୀ

ଭୁବନେଶ୍ବର : ଶୁଣିବାକୁ ମିଳୁଛି ମୁଖ୍ୟମନ୍ତ୍ରୀଙ୍କ ଦେହ ଖରାପ ଥିବାରୁ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ବୁଲି କାର୍ଯ୍ୟକ୍ରମ କରୁଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କୁ ପାୱାର ଅଫ୍ ଆଟର୍ଣ୍ଣି ଦେଇଦିଅନ୍ତୁ। ଦୁର୍ଭାଗ୍ୟଜନକ କଥା ଯେ ଇଷ୍ଟ ଇଣ୍ଡିଆ କମ୍ପାନି ଦୁଇ ଶହ ବର୍ଷ ଶାସନ କରିଥିଲା, ହେଲେ ଏବେ ଓଡ଼ିଶାରେ ସାଉଥ୍ ଇଣ୍ଡିଆ କମ୍ପାନିର ଶାସନ ଚାଲିଛି। ଏହିପରି ଢଙ୍ଗରେ ଆଜି ବି‌ଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭି.କେ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି।

ଶ୍ରୀ ମାଝୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ଭଳି ୫-ଟି ସଚିବଙ୍କର ମିନିଟ୍‌ ଟୁ ମିନିଟ୍ କାର୍ଯ୍ୟକ୍ରମ ହେଉଛି। କେନ୍ଦୁଝରରେ ଭି. କେ ପାଣ୍ଡିଆନଙ୍କ ସଭାର ମିନିଟ୍‌ ଟୁ ମିନିଟ୍‌ ପ୍ରୋଗ୍ରାମ ଆସୁଛି। ଗୋଟିଏ ଗୋଟିଏ ଜନସଭାରେ ଦଶ ହଜାର ଲୋକଙ୍କୁ ସେ ସମ୍ବୋଧନ କରୁଛନ୍ତି। ତେବେ ଜଣେ ଅଫିସର ଅସାମ୍ବିଧାନିକ ପଦ୍ଧତିରେ ଭାଷଣ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯଦି ତାଙ୍କର ରାଜନୀତି କରିବାର ଇଚ୍ଛା ତେବେ ଚାକିରିରୁ ଇସ୍ତଫା ଦେଇ ମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ହୋଇ ସଭା କରନ୍ତୁ ବୋଲି ଶ୍ରୀ ମାଝୀ କହିଛନ୍ତି।

ଏହାସହ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯଦି କୁଆଡ଼େ ଯାଇପାରୁନାହାନ୍ତି, ତେବେ କ୍ୟାବିନେଟ ମନ୍ତ୍ରୀଙ୍କୁ ପଠାଇ ପାରନ୍ତେ। କିନ୍ତୁ ସରକାରୀ କର୍ମଚାରୀଙ୍କୁ ପଠାଇବା ଏବଂ ସେ ଭାଷଣ ଦେବା ଏହା କେଉଁ ଗାଣତନ୍ତ୍ରିକ ପ୍ରକ୍ରିୟାରେ ଆସିଲା? ଏହା ଦ୍ବାରା ଗଣତନ୍ତ୍ରର ହତ୍ୟା ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।