ଅପରାଧ ରାଜ୍ୟ

ଓଡ଼ିଶାରେ ବିଦେଶୀ ଖଣି ଲୁଣ୍ଠନକାରୀ ସକ୍ରିୟ: ସଂଜୟ

ପୁରୀ: ‘କିଛି ବିଦେଶୀ ଶକ୍ତି ଓଡ଼ିଶା ମାଟିରେ ସକ୍ରିୟ ହୋଇ ଉଠିଛନ୍ତି। ଏମାନେ ଖଣିଜ ସମ୍ପଦ ଆଦି ପ୍ରାଚୁର୍ଯ୍ୟରେ ଭରପୂର ଓଡ଼ିଶାକୁ ଲୁଣ୍ଠନ କରିବାକୁ ଆସିଛନ୍ତି। ଆମ ସ୍ବାଭିମାନକୁ ଏମାନେ କରାୟତ କରିବାକୁ ବସିଛନ୍ତି। କିଛିଲୋକ ଭାବୁଛନ୍ତି ଆମେ ଯାହା କହିବୁ, ଯାହା ନିଷ୍ପତ୍ତି ନେବୁ, ସମେସ୍ତ ତାକୁ ଗ୍ରହଣ କରିନେବେ। କିନ୍ତୁ ଆମେ ଯେଉଁମାନେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ସ୍ବାଭିମାନ ସହିତ ଆନ୍ଦୋଳନରେ ବ୍ରତୀ ଥିଲୁ, ମରିଯିବୁ ସିନା ସାଲିସ୍‌ ରାଜନୀତି କରିବୁ ନାହିଁ। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ପ୍ରତି‌ ଏହି ଶକ୍ତି ଯେଉଁ ଷଡ୍‌ଯନ୍ତ୍ର ଚଳାଇଛନ୍ତି, ତାହା କେବେ ବି ସଫଳ ହେବନାହିଁ। ଆମେ ଏହାର ଉଚିତ ଜବାବ ଦେବୁ।’ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ପୂର୍ବତନ ମନ୍ତ୍ରୀ ସଂଜୟ କୁମାର ଦାସବର୍ମାଙ୍କ ଏଭଳି ବିସ୍ଫୋରକ ବୟାନ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି। ବିଜେଡି, ବିଜେପି, କଂଗ୍ରେସ ସହ ଅନ୍ୟ ରାଜନୈତିକ ଦଳ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ପୂର୍ବରୁ ଶ୍ରୀ ଦାସବର୍ମା ମନ୍ତ୍ରୀ ପଦରେ ଥିଲେ। ପରେ ତାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ କରାଯାଇଥିଲା। ଏବେ ଶ୍ରୀ ଦାସବର୍ମା କୌଣସି ପଦପଦବିରେ ନାହାନ୍ତି। ଏଭଳି ସ୍ଥିତିରେ ଗତ ୧୫ ଦିନ ଭିତରେ ଶ୍ରୀ ଦାସବର୍ମା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ବ୍ରହ୍ମଗିରି, କୃଷ୍ଣପ୍ରସାଦ ଓ ସଦର ବ୍ଲକ୍‌ରେ ଜନସମ୍ପର୍କ ପଦଯାତ୍ରା କରିଛନ୍ତି। ସଦର ବ୍ଲକ୍‌ ପ୍ରତାପରାମଚନ୍ଦ୍ରପୁର ପଞ୍ଚାୟତ ମାଳିସାହି ପଡ଼ିଆରେ ଆୟୋଜିତ ଶେଷ ଜନସମ୍ପର୍କ ପଦଯାତ୍ରାରେ ଶ୍ରୀ ଦାସବର୍ମା ଯେଉଁ ବିସ୍ଫୋରକ ବୟାନ ରଖିଛନ୍ତି, ତାହା ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି।

ଶ୍ରୀ ଦାସବର୍ମା ଉଦ୍‌ବୋଧନ ଦେଇ ଆହୁରି କହିଥିଲେ, ‘ଓଡ଼ିଶା ଜାତି ଭିତରେ କିଛି ଶିଖି ମନାଇ(ଶତ୍ରୁ ସହଯୋଗକାରୀ) ଥିଲେ, ଯେଉଁମାନେ ବ୍ରିଟିଶ ସରକାରଙ୍କୁ ସହଯୋଗ କରୁଥିଲେ। ଯେଉଁମାନେ ସେ ନିର୍ଜନ ରାତିରେ ବ୍ରିଟିଶଙ୍କୁ ବାଟ ଦେଖାଇଥିଲେ, ‘ଏଇ ବାଟ ଦେଇ ଗଲେ ତୁମେ ଓଡ଼ିଶାର ଶେଷ ସ୍ବାଧୀନ ଦୁର୍ଗ ଦଖଲ କରିପାରିବ। ଆଜି ମଧ୍ୟ ଓଡ଼ିଶାରେ ଏହିଭଳି ଶକ୍ତିମାନେ ସକ୍ରିୟ ଅଛନ୍ତି। ଆମକୁ ଏ ଷଡ୍‌ଯନ୍ତ୍ରକୁ ପରାହତ କରିବାକୁ ପଡ଼ିବ।’ ଏଥିସହିତ, ‘ ମୁଁ ବ୍ରହ୍ମଗିରିରେ ସ୍ବାଭିମାନକୁ ବଞ୍ଚାଇ ରଖିବାପାଇଁ ଶେଷପର୍ଯ୍ୟନ୍ତ ସଂଘ‌ର୍ଷ କରିବି। ସମୟ ଆସିଛି ଆମକୁ ସତର୍କ ରହିବାକୁ ପଡ଼ିବ,’ ବୋଲି ଶ୍ରୀ ଦାସବର୍ମା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।