ସ୍ୱାସ୍ଥ୍ୟ

ଓଡ଼ିଶାରେ ପୁଣି ଥରେ କରୋନା ସଂକ୍ରମଣ : ସଜାଗ ନ ରହିଲେ ସଂକ୍ରମିତ ହେବାର ଆଶଙ୍କା ଅଧିକ

ଭୁବନେଶ୍ବର ୩୦/୧୦: ଶୀତରେ କରୋନା ବଢିବା ସମ୍ଭାବନା ରହିଛି। ସଜାଗ ନରହିଲେ ସଂକ୍ରମଣ ବଢିବାର ସମ୍ଭାବନା ଅଧିକ ରହିଛି। ବର୍ତମାନ ସଂକ୍ରମଣ ହ୍ରାସ ପାଇଛି । ଦୈନିକ ୧୫୦୦ ପାଖାପାଖି ରହୁଛି। ଭୁବନେଶ୍ୱରରେ ୧୦୦ ପାଖା ପାଖି ପହଂଚିଛି।

ପୂଜାରେ ବଢିବ ବୋଲି ଆଶଙ୍କା କରାଯାଉଥିଲା,ଲୋକଙ୍କ ସହଯୋଗ ଯୋଗୁଁ ଏହା କମିଛି,ତାଳମୁହାଁ ହେବାର ସ୍ଥିତି ଦେଖାଯାଇଛି। ଓଡ଼ିଶାରେ ବି ଇନଫେକ୍ସନ ହେଉଛି। କିନ୍ତୁ ବହୁତ କମ। ଆଇଏଲଏସ ରେ ଟେଷ୍ଟ ହୋଇଥିବା କିଛି ବ୍ୟକ୍ତିଙ୍କ ମଧ୍ୟରୁ ୩-୪ ଜଣଙ୍କର ରି ଇଂଫେକ୍ସନ ହୋଇଛି। ଏହା ବିଷୟରେ ଆଇଏଲଏସ ନିର୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି।

ସେମାନଙ୍କ ଦେହରେ କେଉଁ ଷ୍ଟ୍ରେନ ରହୁଛି ଅନୁଧ୍ୟାନ କରାଯାଉଛି ।ପୁରୁଣା ଷ୍ଟ୍ରେନ ନା ନୂଆ ଷ୍ଟ୍ରେନ ରିସର୍ଚ୍ଚ ଏନେଇ କରାଯିବ। ଭ୍ୟାକ୍ସିନ ପାଇଁ ଡାଟା ବେଶ ପ୍ରସ୍ତୁତ ହେଉଛି।କେନ୍ଦ୍ର ଓ ରାଜ୍ୟ ସରକାର ଡାଟା ବେସ ପ୍ରସ୍ତୁତ କରୁଛନ୍ତି। ରାଜ୍ୟରେ ବି ସେକେଣ୍ଡ ୱେଭ ସମ୍ଭାବନା ରହୁଛି।ଲୋକ ଅଧିକ ସଚେତନ ହେବାର ଆବଶ୍ୟକ ରହିଛି। ଯେହେତୁ ନୂଆ ଭାଇରସ କିଛି କହିଵା ମୁସ୍କିଲ।୨୦୨୧ ଜାନୁଆରୀ- ଫ୍ରେବ୍ରୁଆରୀ ସୁଦ୍ଧା ଟିକା ଆସିବା ନେଇ ଆଶା କରାଯାଉଛି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।